ଆମ ଜିଲା ଖବର

ଦୁଇ ବାଇକ୍‌ ମୁହାଁମୁହିଁ : ଜଣଙ୍କ ଜୀବନଗଲା

ଯୋଡ଼ା,୧୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ୫୨୦ ନଂ. ଜାତୀୟ ରାଜପଥ ଟାଟାସ୍ପଞ୍ଜ ମେଟେରିଆଲ ଗେଟ୍‌ ସମ୍ମୁଖରେ ବୁଧବାର ଅପରାହ୍ନରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ…

ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କଠାରୁ ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୧।୧୨: ରାୟଗଡ଼ା ଜିଲାରେ ଚେନ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଟାଉନ ଥାନା ଅଧୀନ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଇଡ଼ୁ ସାହିର ଇପିଲି ରାବଣାମାଁ ନାମକ ଜଣେ ମହିଳା ବୁଧବାର ପୂର୍ବାହ୍ନରେ ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ…

୨ ଗୋରୁ ବୋଝେଇ ଗାଡ଼ି ଜବତ

ଆନନ୍ଦପୁର,୧୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବୁଧବାର ବେଆଇନ ଗୋରୁ ବୋଝେଇ ଦୁଇଟି ଗାଡି ଜବତ କରିଛି। ଆନନ୍ଦପୁର ପୌରପରିଷଦ ଅଧୀନ ଫକୀରପୁର ସାପ୍ତାହିକ ହାଟରୁ ଦୁଇ ଗାଡିରେ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଜବତ…

ଛତିଶଗଡ଼ ପୋଲିସର ଦାଦାଗିରି ଅଭିଯୋଗ: ଧାରଣାରେ ବସିଲେ ସୀମାନ୍ତବାସୀ

ଲଖନପୁର,୧୧।୧୨(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ କନକତୋର ବାବୁଖାରୀ ନିକଟରୁ ଗତ ଶନିବାର ଛତିଶଗଡ଼ ପୋଲିସ ବଳପୂର୍ବକ ଏକ ଧାନ ବୋଝେଇ ଗାଡ଼ି ସହ ମନୋଜ ମେହେର ନାମକ ଜଣେ ଭାଗ ଚାଷୀଙ୍କୁ ରାୟଗଡ ଝୁଟମିଲ ଥାନାକୁ ଉଠାଇ ନେଇଥିଲେ…

ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର

ତିହିଡ଼ି,୧୧।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନନ୍ଦପୁର ବଜାର ଓ ତିହିଡ଼ି ପୁରୁଣାହାଟ ମଧ୍ୟସ୍ଥଳରେ ଥିବା ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ରାତିରେ ତିହିଡ଼ି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତ ଯୁବକ ହେଲେ ତିହିଡ଼ି ଥାନା…

ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବି: ଧାରଣାରେ ବସିଲେ ଛାତ୍ରୀ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବୁଧବାର କଲେଜ ସମ୍ମୁଖ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଧାରଣାରେ ବସିଥିବା ଜଣାପଡ଼ିଛି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ…

ବେଆଇନ ପଥର ବ୍ଲାଷ୍ଟିଂ: ଭାଙ୍ଗିଲା ଘରର ଆଜ୍‌ବେଷ୍ଟସ

ଦାରିଙ୍ଗବାଡ଼ି,୧୧।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାର୍ଯ୍ୟ ଚାଲିଛି। ତେବେ ରାସ୍ତା ସଂପ୍ରସାରଣ ବେଳେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଛି। ଗ୍ରାମର ପୀତାମ୍ବର ମଲିକଙ୍କ ଘର…

ପାଚେରିରେ ପିଟିହେଲା ବାଇକ୍‌ : ୨ ସାଙ୍ଗଙ୍କ ଜୀବନ ଗଲା

ଦିଗପହଣ୍ଡି,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୩୨୬ ନଂ. ରାଜ୍ୟ ରାଜପଥର ଉପରବସା ଆନନ୍ଦ କୁଟୀର ଆଶ୍ରମ ସମ୍ମୁଖରେ ବୁଧବାର ପୂର୍ବାହ୍ନରେ ବାଇକ୍‌ ଦୁର୍ଘଟଣାରେ ୨ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ମୃତକ ଦ୍ବୟ ହେଲେ ଦିଗପହଣ୍ଡି ଥାନା ନୂଆଁ ମଳା…

ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଅନୁଗୋଳ ଅଫିସ,୧୧।୧୨: ଅନୁଗୋଳ ବଅଁରପାଳ ହାଟ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଟେନ୍‌ଟି ଦାମନଯୋଡ଼ିରୁ ନାଲ୍‌କୋକୁ ଆଲୁମିନା ଆଣୁଥିବା ବେଳେ ଲାଇନ୍‌ଚ୍ୟୁତ ହୋଇଛି। କେଉଁ କାରଣରୁ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ…

ଧାନଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାମାଳ,୧୧।୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଖଟଖଟିଆ ପଞ୍ଚାୟତର ସିନ୍ଦୁରପୁର ଗାଁରେ ଜଣେ ଚାଷୀଙ୍କ ଧାନ ଖଳାରେ ବୁଧବାର ଭୋରୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଚାଷୀ ମନୋଜ ଭୋଇଙ୍କ ଧାନ ଖଳାରେ ଥିବା ସମ୍ପୂର୍ଣ୍ଣ ଧାନ ପୋଡି ନଷ୍ଟ ହୋଇଛି।…

ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ଉଦ୍‌ଘାଟନ କଲେ ବିଭିନ୍ନ ପ୍ରକଳ୍ପ

ଦାରିଙ୍ଗବାଡ଼ି,୧୧।୧୨(ଡି.ଏନ୍‌.ଏ.):କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବୁଧବାର ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଗସ୍ତକରି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ସେ ପୂର୍ବାହ୍ନରେ ଦାରିଙ୍ଗବାଡ଼ିରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ…

ଭୂତ ଭୟ: ସ୍କୁଲ ହଷ୍ଟେଲ ଛାଡ଼ିଲେ ୪୦ ଛାତ୍ରୀଛାତ୍ର

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ହଷ୍ଟେଲରେ ଅଭାବନୀୟ ଘଟଣା ଘଟିଛି। ଭୂତ ଭୟରେ ହଷ୍ଟେଲରେ ଥିବା ସମସ୍ତ ଛାତ୍ରୀଛାତ୍ର ଘରକୁ ଚାଲିଯାଇଥିବା ଜଣାପଡ଼ିଛି। ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ଜଣ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?