ନିଦ ହଜାଇଛି ଦନ୍ତା: ବନ ବିଭାଗ ନାକେଦମ

ତେଲକୋଇ, ୮।୧(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ ଅନ୍ତର୍ଗତ ଭୀମକାଣ୍ଡ, ଆକୁଳ, ସିରିଗିଡା, ବିମଳା ଓ ରାଇସୁଆଁ ଆଦି ପଞ୍ଚାୟତ ଗୁଡିକରେ ବଣୁଆ ହାତୀଙ୍କର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ା ଫଳରେ ବନ ବିଭାଗର ସ୍ବତନ୍ତ୍ର ଭାବେ ହାତୀ ଘଉଡାଇବା ପାଇଁ ଟିମ ଗଠନ କରାଯାଇଛି ା ହାତୀ ପଲଙ୍କର ଲୁଚକାଳି ଖେଳରେ ବିଭାଗ ସହିତ ଟିମ ନାକେଦମ ହେଉଥିବା ଜଣା ପଡିଛି ା ପ୍ରକାଶ ଯେ, ରବିବାର ରାତି ଅକୁଳ ପଞ୍ଚାୟତ ବନବିହାରୀପୁର ଗ୍ରାମରେ ୭ଟିକିଆ ହାତୀ ପଲ ଆସି ଘରଦ୍ୱାର ଭାଙ୍ଗି ଧାନ ଖାଇବା ସହିତ ବ୍ୟାପକ ପନିପରିବା ନଷ୍ଟ କରିଛନ୍ତି। ସେହିପରି ସୋମବାର ରାତିରେ ଭୀମକାଣ୍ଡ ଗ୍ରାମରେ ଗୋଟିଏ ଦନ୍ତା ପଶି ଭ୍ରମର ପ୍ରଧାନଙ୍କ ପାଚେରୀ, କୃଷ୍ଣ ପ୍ରଧାନଙ୍କ ଧାନ ବସ୍ତା ଓ ଅନ୍ତ ପ୍ରଧାନଙ୍କ କଦଳୀ ଏବଂ ନଡିଆ ବଗିଚାକୁ ମାଡି ଦଳି ନଷ୍ଟ କରିଥିବା ବନ ବିଭାଗ ପାଖରେ ଅଭିଯୋଗ ହୋଇଛି। ଏଠାରେ ଉଲ୍ଲେଖନୀୟ ଯେ, ଉକ୍ତ ଦୁଇ ତିନି ପଞ୍ଚାୟତ ଗୁଡିକରେ ଦନ୍ତାର ଲୁଚକାଳି ଖେଳକୁ ନେଇ ବନ ବିଭାଗ ନାକେଦମ ହୋଇଥିବା ଜଣାପଡିଛି। ହାତୀ ମାନଙ୍କର ଦୈନନ୍ଦିନ ଚଲାପଥରେ ବିଭାଗ ପକ୍ଷରୁ ସୂଚନା ଥିଲେ ମଧ୍ୟ ସେମାନେ ଅଣାୟତ ହେଉଛନ୍ତି। ଫଳରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ରହିଥିବା ବସ୍ତି ବାସୀନ୍ଦାଙ୍କ ନିଦ ହଜି ଯାଇଛି। ଏ ସମ୍ପର୍କରେ ଫରେଷ୍ଟର ଅନିରୁଦ୍ଧ ପଣ୍ଡାଙ୍କୁ ପଚାରିବାରୁ ହାତୀ ସ୍କ୍ବାଡ ଦ୍ୱାରା ହାତୀମାନଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରହିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ

ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…

ବିଜେଡି ଛାଡ଼ିଲେ ପୂର୍ବତନ କର୍ପୋରେଟର, ନବୀନଙ୍କୁ ଇସ୍ତଫାପତ୍ର ପଠାଇ କହିଲେ…

କଟକ,୩ା୬: ଜଣଙ୍କ ପରେ ଜଣେ ନେତା ବିଜେଡିର ହାତ ଛାଡୁଛନ୍ତି। ଦେବାଶିଷଙ୍କ ପରେ ଏବେ ବିଜେଡି ଛାଡ଼ିଛନ୍ତି କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ। ସେ ତାଙ୍କର…

ଦିଅର ମାଡ଼ରେ ଚାଲିଗଲା ଭାଉଜଙ୍କ ଜୀବନ: ପାରିବାରିକ କଳହ ସାଜିଲା କାଳ

ଧର୍ମଶାଳା, ୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ସାରୋଇ ଗ୍ରାମରେ ଦିଅର ମାଡ଼ରେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

ହଜିଯାଉଛି ‘ବୋଉ’ ଶବ୍ଦ: ଆନ୍ତରିକତାକୁ ପୁନର୍ଜୀବିତ କରିବାକୁ ପ୍ରୟାସ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି…

ସୌମ୍ୟ ମୃତ୍ୟୁ ମାମଲା: ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର NHRCରେ ହାଜର

ଭୁବନେଶ୍ୱର,୩।୬: ବାଲିଅନ୍ତାରେ ଘଟିଥିବା ଚର୍ଚ୍ଚିତ ବର୍ବରତା ଘଟଣାକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୋଗ କରିଥିବା ଯୁବତୀ ଏବଂ ଘଟଣା ସମୟରେ ଫେରିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri