ଆମ ଜିଲା ଖବର

ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିବାଧିତ ସୌମ୍ୟାଙ୍କୁ ମିଳିଲେ ଜୀବନସାଥୀ

ବ୍ରହ୍ମପୁର ଅଫିସ୍‌,୯ା୧୨-ଖୁବ୍‌ କମ୍‌ ବୟସରୁ ଦୃଷ୍ଟିଶକ୍ତି ହରାଇଥିଲେ ସୌମ୍ୟା। ଜୀବନ ଯେମିତି ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିଲା। ତେବେ ସୌମାଙ୍କ ଅନ୍ଧାର ଜୀବନ ମଧ୍ୟରେ ଆଲୋକ ଭରିଦେବାକୁ ମିଳିଯାଇଛନ୍ତି ଜଣେ ଜୀବନ ସାଥୀ। ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ସୌମ୍ୟାଙ୍କ…

ଘର ମିଳୁନାହିଁ, ଝାଟି ମାଟି ଘର ସାହା

କେନ୍ଦୁଝର, ୯ା୧୨(ସ୍ବ.ପ୍ର.)-ସରକାର ବିଭିନ୍ନ ଯୋଜନାରେ ଗରିବ ଲୋକଙ୍କୁ ବିଶେଷ କରି ଗୃହହୀନ ଆଦିବାସୀଙ୍କୁ ମାଗଣାରେ ଘର ଯୋଗାଇଦେଉଥିବା ବେଳେ ସଦର ବ୍ଲକ ଯୋଗୀମଠ ମୁଣ୍ଡା ସାହିରେ ବହୁ ଲୋକ ଘର ପାଇନାହାନ୍ତି। ଫଳରେ ଲୋକ ମାନେ ବର୍ଷା ଓ ଶୀତ ଦିନରେ…

ଆନନ୍ଦପୁରରେ ଖୋଲିଲାନି ଧାନମଣ୍ଡି: କୋହଲା ପାଗ ଦେଖି ଚାଷୀ ମନରେ ଛନକା

ଘସିପୁରା, ୯।୧୨ (ଡି.ଏନ.ଏ.)-କେନ୍ଦୁଝରର ଭାତ ହାଣ୍ଡି ଭାବେ ପରିଚିତ ଆନନ୍ଦପୁର କୃଷି ଜିଲାରେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଧାନ ଫସଲ ଅମଳ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ଅଧିକାଂଶ ଚାଷୀ ମାନେ ବିଲରୁ ଧାନ ଆଣି ଖଳାରେ ବହୁଦିନ…

ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍‌ ଘଟଣା: ପ୍ରଶାସନିକ ସ୍ତରରେ ତନାଘନା

ଭଦ୍ରକ ଅଫିସ, ୯।୧୨- ଭଦ୍ରକ ଜିଲାରେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଷ୍ଟାଇପେଣ୍ଡ ଲୁଟୁଛନ୍ତି କେତେକ ଘରୋଇ ଶିକ୍ଷାନୁଷ୍ଠାନ। ଏ ସମ୍ପର୍କରେ ଗତ ନଭେମ୍ବର ୨୬ ତାରିଖରେ ‘ନକଲି ସାର୍ଟିଫିକେଟ୍‌ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍‌’ ଖବର ଧରିତ୍ରୀରେ ପ୍ରକାଶ ପାଇବା…

ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଆଉ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ରାଇରଙ୍ଗପୁର,୯ା୧୨(ଡି.ଏନ୍‌.ଏ.): ଗତ ସପ୍ତାହ ତଳେ ରାଇରଙ୍ଗପୁର ଅଞ୍ଚଳର ଏକ କଲେଜର ଜଣେ ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଟାଉନଥାନା ପୋଲିସ ଗିରଫ ପରେ ରବିବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦୁଝର…

ଅପହୃତା ନାବାଳିକା ଉଦ୍ଧାର

ବଡ଼ସାହି,୯ା୧୨(ସ୍ବ.ପ୍ର)-ବଡ଼ସାହି ଥାନା ଅଞ୍ଚଳରୁ ନଭେମ୍ବର ୨୪ତାରିଖରେ ଅପହୃତା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ କାବୁ କରିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଉକ୍ତ ନାବାଳିକାଙ୍କ ସନ୍ଧାନ ଲାଗି ତାଙ୍କ ପିତାମାତା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ…

କାମରେ ଆସୁନି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ

ବାରିପଦା ଅଫିସ,୯ା୧୨- ରକ୍ତ ଅଭାବରୁ ରୋଗୀମାନେ ଯେଭଳି ମୃତ୍ୟୁବରଣ ନ କରନ୍ତି, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ବ୍ୟବସ୍ଥା କରିଛନ୍ତି। ଷ୍ଟେଟ ବ୍ଲଡ ଟ୍ରାନ୍ସଫ୍ୟୁଜନ କାଉନସିଲ ଓ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ସୋନ ନଦୀରୁ ବେଆଇନ ବାଲି ଉଠାଣ

କୁଆମରା,୯ା୧୨(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଉଠାଣ ଚାଲିଥିବା ଅଭିଯୋଗ ହୋଇଛି। ପ୍ରତ୍ୟହ ଦଶ ଚକିଆ ଟ୍ରକ ଓ ଟ୍ରାକ୍ଟର ବାଲି ପରିବହନ କରୁଛନ୍ତି। ଜୟପୁର, ଦିଘି ନୂଆସାହି, ନୂଆ ଗାଁ, ସାଇଁକୁଳା, କଣ୍ଟିସାହି…

ଉଦାହରଣ ସାଜିଛନ୍ତି ସୁଲୋଚନା

ଖଇରା,୯।୧୨(ଡି.ଏନ.ଏ.)- ରାତି ନପାହୁଣୁ ଘର କାମ ସାରିଦେଇ ବାହାରିଯାଆନ୍ତି କର୍ମକ୍ଷେତ୍ରକୁ । ପୋଖରୀରେ ମାଛଙ୍କୁ ଖାଦ୍ୟ ଦେଇସାରି ପରିବା ଲଗାଇଥିବା ବାଡିକୁ ଯାଇ ଗଛରେ ପାଣି ଦେବା ସହ ପରିବା ତୋଳି ଥାଆନ୍ତି । ଅନ୍ୟ ଲୋକେ ବଜାରରେ ପରିବା ଓ…

ସବୁଠି ଧାନର ଅଭାବୀ ବିକ୍ରି: ଏଯାବତ୍‌ ଖୋଲୁ ନାହିଁ ସରକାରୀ ଧାନମଣ୍ଡି

ରୂପ୍‌ସା,୯।୧୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ସଦର ଓ ବସ୍ତା ବ୍ଲକରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ଏଯାବତ୍‌ ସରକାରୀ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଗୁଜୁୁରାଣ ମେଣ୍ଟାଇବାକୁ ବେପାରୀଙ୍କୁ କମ୍‌ ଦରରେ ଧାନ ବିିକି କ୍ଷତି ସହୁଛନ୍ତି। ସରକାରୀ…

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ବଇଣ୍ଡା, ୮ା୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଜରପଡା ଥାନା ଅଞ୍ଚଳର ସୁଶାନ୍ତ କୁମାର ବର୍ଗୀଙ୍କୁ ରବିବାର ହଣ୍ଡପା ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ନଂ. ୨୧୫/୧୯ରେ…

ଜେଲରେ ଅନଶନ, ୧୦ ଅସୁସ୍ଥ

ତାଳଚେର, ୮ା୧୨(ନି.ପ୍ର.)- ଖଣି ବନ୍ଦ ଆନ୍ଦୋଳନ ଯୋଗୁ ଗତ ୫ରେ କଲିୟାରୀ ପୋଲିସ ଡଅଁରା ଗ୍ରାମର ୧୯ ଜଣଙ୍କୁ ଗିରଫ କରିଥିଲା। ପୋଲିସର ଏହି ଗିରଫଦାରୀକୁ ବିରୋଧ କରି ସେମାନେ ଜେଲରେ ଅନଶନ ଚଳାଇଛନ୍ତି। ସେମାନଙ୍କ ମଧ୍ୟରୁ ଶୁକଦେବ ସାହୁ, ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?