ଆମ ଜିଲା ଖବର

୧ଲକ୍ଷ ବ୍ୟାଙ୍କରୁ ଉଠାଇ ଫେରୁଥିଲେ ଚାଷୀ: ଝାମ୍ପିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉକେତ୍ଲା ଏନ୍‌ଏଚ୍‌ ୨୬ରେ ଦୁର୍ବୃତ୍ତମାନେ ଜଣେ ଚାଷୀଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକେତ୍ଲାର ରୁପଚନ୍ଦ ଜୈନ ଧାନ ବିକା ୧ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଆସୁଥିବା ବେଳେ…

ବଧୂହତ୍ୟା ଅଭିଯୋଗ: ସ୍ବାମୀ ସହିତ ଭାଉଜ ଗିରଫ

ଯାଜପୁର,୧୩।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ରତଳାଙ୍ଗ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ କବିତା (୨୫)। ସେ ୩ ଦିନ ତଳୁ ନିଖୋଜ ଥିବା ଶାଶୁଘର ଲୋକେ କହୁଥିବା…

ସଡ଼କ ସୁରକ୍ଷା, ପ୍ରଦୂଷଣ ପ୍ରତିକାର ଦାବିରେ ଜିଲାପାଳଙ୍କୁ ଭେଟିଲେ ବରିଷ୍ଠ ନାଗରିକ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ସହରସ୍ଥିତ ଭଟଲି ଛକ ତଥା ସଂଲଗ୍ନ ରାସ୍ତାର ବିକାଶ, ସହରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଦୂଷଣର ପ୍ରତିକାର ଦାବିରେ ଶୁକ୍ରବାର ସ୍ଥାନୀୟ ନାଗରିକମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସହରର ଭଟଲି…

ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଟଙ୍କା, ସୁନା ନେଇଗଲେ ଦୁର୍ବୃତ୍ତ

ଭବାନୀପାଟଣା,୧୩।୧୨(ଡି.ଏନ୍‌ଏ.): କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅନ୍ତର୍ଗତ ଫଟକିମହୁଲ ଗ୍ରାମରେ ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ଟଙ୍କା, ସୁନା ଓ ଟିଭି ନେଇ ଯାଇଛନ୍ତି। ସେମାନଙ୍କ ଆକ୍ରମଣରେ ମହିଳାଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା…

ଘଟଗାଁ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର, ୨ ଗିରଫ

କେନ୍ଦୁଝର, ୧୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇଜଣ ବିବାହିତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସିଙ୍ଗରାଇ ମୁଣ୍ଡା ଓ…

ନକଲି ବନ୍ଧୁକ ଦେଖାଇ ପ୍ରେମ ନିବେଦନ: ଯୁବକଙ୍କୁ କାବୁକରି ନିସ୍ତୁକ ମାଡ଼ ପରେ ପୋଲିସ ଜିମା

ସମ୍ବଲପୁର,୧୩।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଛକଠାରେ ଶୁକ୍ରବାର ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇ ପ୍ରେମ ନିବେଦନ କରିଥିଲେ । ଉଭୟଙ୍କ କିଛି ସମୟ…

ମହାରାଷ୍ଟ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଦାଦନ, ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକଙ୍କ ନିବେଦନ

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଦାଦନ ମହାରାଷ୍ଟ୍ରରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ଦାଦନଙ୍କ ମୁକ୍ତି ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ, କାମଧନ୍ଦା ଅନ୍ବେଷଣ ଏବଂ ଅଧିକ ଆୟ ଲୋଭରେ ଦଲାଲଙ୍କ କଥାରେ…

ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଜୀବନଗଲା

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅନ୍ତର୍ଗତ ଟେଭାକଲମ ଗାଁର ସିଗେସନ୍‌ ନାଏକ (୨୨) ନାମକ ଜଣେ ଯୁବକଙ୍କ ମୃତ୍ୟୁଘଟିଛି। ସିଗେସନ ଗତ ବୁଧବାର ସନ୍ଧ୍ୟାରେ ବାଇକ୍‌ରେ ଫେରୁଥିବା ବେଳେ ପାଲଯୋରଠାରେ ଏକ…

ଧାନଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗ୍ରାମର ଦୁଇଜଣ ଚାଷୀଙ୍କ ଧାନଖଳାରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗ୍ରାମର ଅମର ଭୁଏ ଏବଂ ଅମର ବାଗଙ୍କ ୫ଏକର ଜମିରୁ ଅମଳ ହୋଇଥିବା…

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଡିଜିପି ଅଭୟ

ପୁରୀ ଅଫିସ,୧୩।୧୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମ ଶ୍ରୀକ୍ଷେତ୍ର ଗସ୍ତରେ ଆସିଥିଲେ। ସକାଳ ୭ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ…

ଋଷିକୂଲ୍ୟା ମୁହାଣରୁ ମିଳିଲା ୩୦ ଫୁଟ ଲମ୍ବ ତିମିର ମୃତଦେହ

ଗଞ୍ଜାମ,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୂଲ୍ୟା ମୂହାଣରୁ ଶୁକ୍ରବାର ୩୦ଫୁଟ ତିମିର ମୃତଦେହ ମିଳିଛି। ଖବରପାଇ ବନବିଭାଗ ବେଳାଭୂମିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ସମୁଦ୍ର ପାଣିକୁ ଲାଗି ମୃତଦେହଟି ପଡ଼ିଥିବା ଯୋଗୁ…

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ପରୀକ୍ଷା ଦେବାକୁ ଯିବା ବାଟରେ ଜଣେ ଛାତ୍ରୀ ମୃତ, ଦୁଇ ଆହତ

ବରଗଡ଼ ଅଫିସ/ଅତାବିରା,୧୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା-ଟୋପ ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଜଣଙ୍କ ହେଲେ ଅତାବିରାର ବୀଣାପାଣି ସେଠ(୧୯)। ସେହିଭଳି ଅନ୍ୟ ଦୁଇଜଣ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?