ଅଙ୍ଗନଓ୍ବାଡିରୁ ମିଲୁଛେ ପ୍ଲାଷ୍ଟିକ୍‌ ଅଁଡା: ହିତାଧିକାରୀ ଆନ୍‌ଲେ ଅଭିଯୋଗ

ବିନିକା, ୯ା୧(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଅଧୀନ ବଲାରଙ୍ଗା ଗାଁ ନୂଆଁପଡ଼ାରେ ଥିବାର ଅଙ୍ଗନଓ୍ବାଡି ଉପକେନ୍ଦ୍ର ନଂ.୩ରେ ପ୍ଲାଷ୍ଟିକ୍‌ ଅଁଡା ବଁଟା ଯାଇଥିବାର କେତେ ହିତାଧିକାରୀ ମଙ୍ଗଲବାର କରମୀକୁଁ ଅଭିଯୋଗ କରିଛନ୍‌। ହେଲେ ଅଙ୍ଗନଓ୍ବାଡି କରମୀ ଆର ବିନିକା ସିଡିପିଓ ଶୋଭାଗିନୀ ହରିପାଲ ଇ ଅଭିଯୋଗଟା ଡାହା ମିଛ୍‌ ବଲି କହିଛନ୍‌। ଇଆଡ଼େ ଝନେ ହିତାଧିକାରୀ ଇ ବାବ୍‌ଦେ ବିନିକା ଥାନାରେ ଅଭିଯୋଗ କରିଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ନୂଆଁପଡ଼ା ଅଙ୍ଗନଓ୍ବାଡି ଉପକେନ୍ଦ୍ର ନଂ.୩ର କରମୀ ପୂର୍ଣ୍ଣିମା ବାଘ ଜାନୁୟାରୀ ୧ ତାରିଖ କେନ୍ଦ୍ର ଅଧୀନ ୪ ଝନ୍‌ ହିତାଧିକାରୀକୁଁ ୧୨ଟା ଲେଖେଁ ଅଁଡା ଦେଇଥିଲେ। ଅଁଡା ନେଇଥିବାର ହିତାଧିକାରୀମାନେ ହେଉଛନ୍‌ ୨ ନୂଆପଡ଼ାର ପ୍ରୀୟଙ୍କା(୨)କଁର ମା’ କବିତା ବାରିକ, ସଲୋନୀ(୨)କଁର ମା’ ଚଞ୍ଚଳା ବାଗ ଆର ପ୍ରସୂତୀ ମହିଲା ଅଶ୍ୱିନୀ ବାରିକ, ଜୟନ୍ତୀ ନାଗ। ହେଲେ ହିତାଧିକାରୀମାନେ କେନ୍ଦ୍ରରୁ ନେଇଥିବାର ଅଁଡା ଯାକ ପ୍ଲାଷ୍ଟିକ୍‌ର ବଲି ବଙ୍ଗଲବାର ଅଙ୍ଗନଓ୍ବାଡି କରମୀକୁଁ ଅଭିଯୋଗ କରିଛନ୍‌। ଏହେଦେ ଘଟନାଟା ଅଂଚଲରେ ଗୁଟେ ଚରଚାର ବିଷେ ହେଇଛେ। ଇ ବାବ୍‌ଦେ ବିନିକା ସିଡିପିଓ ଶୋଭାଗିନୀ ହରିପାଲ କହିଛନ୍‌ ଯେ, ଜାନୁୟାରୀ ୧ ତାରିଖ ଭିନେ ଭିନେ ଅଙ୍ଗନଓ୍ବାଡି କେନ୍ଦ୍ରରେ ହିତାଧିକାରୀମାନକୁ ଅଁଡା ବଁଟାଯାଇଛେ। ହେଲେ ନୂଆପଡ଼ାକେ ଛାଡ଼ିଦେଲେ ବାକି କେହେନ୍‌ସିଠାନୁ ଅଭିଯୋଗ ନାଇଁ ଆସି। ଯଦି ହିତାଧିକାରୀମାନେ କେନ୍ଦ୍ରରୁ ନେଇଥିବାର ଅଁଡା ପ୍ଲାଷ୍ଟିକ୍‌ ବଲି ଜାନ୍‌ଲେ ସେଟା ଆମ୍‌କୁ ଆନି ଦେଖେଇ ଅଭିଯୋଗ କରବାର କଥା ବଲି ସେ କହିଥିଲେ। ସେନ୍‌ତା ଥାନୀଅ ନୂଆପଡ଼ା ଅଙ୍ଗନଓ୍ବାଡି କରମୀ ପୂର୍ଣ୍ଣିମା ବାଗକୁଁ ପଚ୍‌ରାଲାରୁ ଜାନୁୟାରୀ ୧ ତାରିଖ ୪ ଝନ୍‌ ହିତାଧିକାରୀକୁଁ ୧୨ଟା ଲେଖେଁ ମୋଟ ୪୮ଟା ଅଁଡା ଦେଇଥିଲି। ହେଲେ ସେମାନେ ୧ରୁ ୬ ତାରିଖ ତକ୍‌ ଅଭିଯୋଗ ନାଇଁ କରି। ପଛେ ପ୍ଲଷ୍ଟିକ୍‌ ଅଁଡା ଦିଆଯାଇଥିବାର ଅଭିଯୋଗ କଲାରୁ ମୁଇଁ ସେ ଅଁଡା ଆନି ଦେଖାବାକେ ସେମାନକୁ କହିଥିଲି। ହେଲେ ସେମାନେ ସବୁ ଫିକି ଦେଇଛୁଁ, ଖାଲି ଗୁଟେ ନ ଅଁଟା ତେଲେ ଛାନ୍‌ଲାଟା ଅଛେ ବଲି କହିଥିଲେ। ସେ ଛାନ୍‌ଲା ଅଁଡା ମୋତେ ଦେଖେଇ ଦେଖୁନ୍‌ ଇଟା କେନ୍‌ତା ରବର ଲେଖେଁ ଲମୁଛେ ଆର ପ୍ଲଷ୍ଟିକ୍‌ ଲେଖେଁ ଟାନ୍‌ ଲାଗୁଛେ ବଲି କହିଥିଲେ ବଲି ସେ କହିଛନ୍‌। ଇ ବାବ୍‌ଦେ ହିତାଧିକାରୀ ଚଞ୍ଚଳା ବାଗ ବିନିକା ଥାନାରେ ଅଭିଯୋଗ କରିଥିବାର କହିଛନ୍‌। ଇ ବାବ୍‌ଦେ ବିନିକା ଥାନା ଆଇଆଇସି କୁଶ ପାଣିଗ୍ରାହୀକୁଁ ପଚ୍‌ରାଲାରୁ ଘଟନା ବାବ୍‌ଦେ ଅଭିଯୋଗ ହେଇଛେ ଆର ଆମେ ତଦଁତ୍‌ କରୁଛୁଁ ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri