ଆମ ଜିଲା ଖବର

ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଚର୍ଚ୍ଚାରେ ଅଭିନେତ୍ରୀ

ସମ୍ବଲପୁର,୧୬।୧୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ଏବଂ ଭିଡିଓ କରି ଫସିଯାଇଛନ୍ତି ଓଲିଉଡ୍‌ର ୩ ଅଭିନେତ୍ରୀ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଥିବା ଏହି ଅଭିନେତ୍ରୀ ହେଲେ ପ୍ରକୃତି…

ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର,୧୬।୧୨(ସ୍ବ.ପ୍ର.): କାଳିଆ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏବେ ଚାଷୀଙ୍କୁ ଭଣ୍ଡାଇ ୬ହଜାର ଟଙ୍କା କରିଛନ୍ତି। ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ…

୨୦ରୁ ଭଦ୍ରକରେ ଧାନକ୍ରୟ ଆରମ୍ଭ: ପ୍ରଚାର ଗାଡ଼ି ଉଦ୍‌ଘାଟନ କଲେ ବିଧାୟକ

ଭଦ୍ରକ ଅଫିସ,୧୬।୧୨: ଆସନ୍ତା ୨୦ ତାରିଖରୁ ଜିଲାରେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଜିଲାରେ ସଚେତନତା ପାଇଁ ୭ଟି ପ୍ରଚାର ଗାଡ଼ିକୁ ସୋମବାର ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ପିଡି ମଧୁସୂଦନ…

ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଆମରଣ ଅନଶନ

ବାସୁଦେବପୁର,୧୬।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତର କୁରୁଦା ଗ୍ରାମରେ ଏକ ପାଣିନାଳ ସଂଲଗ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ହେବା ପରେ ଜଳ ନିଷ୍କାସନରେ ପ୍ରତିବନ୍ଧକ ସାଜିଛି। ଏହାର ପ୍ରତିବାଦରେ ଗ୍ରାମବାସୀ ଆମରଣ ଅନଶନ କରିଛନ୍ତି।…

ଅଚାନକ ସେବାଶ୍ରମରେ ପହଞ୍ଚିଲେ ମନ୍ତ୍ରୀ: ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ

ଦାରିଙ୍ଗବାଡ଼ି,୧୬।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ସ୍ଥାନୀୟ କନ୍ୟାଶ୍ରମରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରଧାନ ସେବକ ଅନୁପସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ…

ଡାକ୍ତର ନିଲମ୍ବନ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ ପାଳନ

କାଲିମେଳା,୧୬।୧୨(ଡି.ଏନ.ଏ): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରି ପୁନଃନିଯୁକ୍ତି ଦାବି କରି ସୋମବାର କାଲିମେଳାରେ ବନ୍ଦ ପାଳନ କରାଯାଇଛି। ଏଥିସହ ବିଜେଡି, ଭାଜପା ଓ କଂଗ୍ରେସ…

ଦୁଇ ଶିଶୁଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର

ବାସୁଦେବପୁର/ପଦ୍ମପୁର,୧୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୋମବାର କରଞ୍ଜ ଆଡ଼ିିଆ ଗ୍ରାମରେ ଏକ ଟ୍ରାକ୍ଟର ଦୁଇ ଶିଶୁଙ୍କ ଉପରେ ମାଡ଼ିଯିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ମୃତ ଶିଶୁ ଜଣକ ଅଭୟ…

ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ସମର୍ପଣ

ଆରଡ଼ି,୧୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଧନୁସଂକ୍ରାନ୍ତି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ସମର୍ପଣ କରାଯାଇଛି ା ସୋମବାର ଭୋର ୪.୩୦ରେ ମନ୍ଦିରରେ ପହୁଡ଼ ଖୋଲିବା ପରେ ବିଧି ଅନୁସାରେ ମଙ୍ଗଳ ଆଳତି କରାଯାଇ ସ୍ନାନ କରାଯାଇଥିଲା। ପରେ ବାବାଙ୍କୁ…

ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ, ବାଲିମେଳା ରାସ୍ତା ଅବରୋଧ

କୋରୁକୋଣ୍ଡା, ୧୬।୧୦ (ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି ବାଲିମେଳା ରାସ୍ତାକୁ କୋରୁକୋଣ୍ଡାଠାରେ ଅବରୋଧ କରିଛନ୍ତି ଉତ୍ତେଜିତ ଚାଷୀ । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ ମିଳୁଥିବା ଧାନ ବିକ୍ରି ଟାର୍ଗେଟ…

ଘରୋଇ ପ୍ଲଟରୁ ୩ ମହଲା କୋଠା ଭଙ୍ଗାଗଲା

ପୁରୀ ଅଫିସ୍‌, ୧୬।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଗତ କିଛିଦିନ ଧରି ମଙ୍ଗୁ ମଠ ଓ ସାନ ଛତା ମଠ ଭଙ୍ଗା ଯିବା ପରେ ସୋମବାର ଘରୋଇ ପ୍ଲଟକୁ ଫେରି ପ୍ରଶାସନ। ସକାଳୁ…

ବାଲିଆରେ ବୋମାମାଡ: ୨ ଜୀବନ୍ତ ଗୁଳି ଜବତ

ଡେରାବିଶ, ୧୬।୧୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ବାଲିଆ ମୁସଲମାନ ବସ୍ତିରେ ରବିବାର ବିଳମ୍ବିତ ରାତିରେ ଏକ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ରବିବାର ରାତିରେ ବାଲିଆ ଗ୍ରାମର ଅମିର ଖାଁଙ୍କ ଘର ସମ୍ମୁଖରେ କେହି ଦୁର୍ବୃତ୍ତ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫୦ ବଖରା ଘର, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ପୁରୁଷୋତ୍ତମପୁର, ୧୬।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ସୋମବାର ଭୋର ସକାଳ ସମୟ ପ୍ରାୟ ୫ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ଟି ପରିବାରରର ୫୦ ବଖରା ଘର ସମ୍ପୁର୍ଣ୍ଣ ରୂପେ ପୋଡିଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?