ଅସ୍ଥାୟୀ କର୍ମଚାରୀଙ୍କୁ ପିଏଚ୍‌ଡି ଦେଉଛି ଦୈନିକ ୭୪ ଟଙ୍କା ମଜୁରି : ଚାକିରି ୧୭ ବର୍ଷ, ଦରମା ୨ ହଜାର

ତାଳଚେର,୧୨ା୧(ମନୋଜ ନନ୍ଦ)

ସରକାର ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୯୮ ଟଙ୍କା ଧାର୍ଯ୍ୟ କରିଛନ୍ତି। ହେଲେ ତାଳଚେର ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡି) ନିଜ ଅସ୍ଥାୟୀ କର୍ମଚାରୀଙ୍କୁ ଦୈନିକ ମାତ୍ର ୭୪ ଟଙ୍କା ମଜୁରି ଦେଉଛି। ଆଶ୍ଚର୍ଯ୍ୟର କଥା, କାର୍ଯ୍ୟରତ ୧୬ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ କିଏ ୧୦ ବର୍ଷ ତ କିଏ ୧୭ ବର୍ଷ ଧରି କାମ କରୁଥିଲେ ମଧ୍ୟ ସେମାନଙ୍କ ମାସିକ ଦରମା ୨ ହଜାରରୁ ଆଉ ବୃଦ୍ଧି ପାଉନାହିଁ। ଏ ନେଇ ସମ୍ପୃକ୍ତ ଅସ୍ଥାୟୀ କର୍ମଚାରୀମାନେ ବାରମ୍ବାର ଆପତ୍ତି ଅଭିଯୋଗ କରୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ତାହାକୁ ଅଣଦେଖା କରିଆସୁଥିବା ଅଭିଯୋଗ ହେଉଛି। ସରକାରୀ ବିଭାଗରେ ଶ୍ରମ ଆଇନର ଏପରି ଖୋଲା ଉଲ୍ଲଂଘନ ଅଭିଯୋଗ ସମ୍ପର୍କରେ ଅନୁଗୋଳସ୍ଥିତ ବିଭାଗୀୟ ଏସ୍‌ଡିଓ ଯେଉଁ ମତ ରଖିଛନ୍ତି ତାହା ଆହୁରି ବିସ୍ମୟକର। ଏସ୍‌ଡିଓ କହିଛନ୍ତି, ସମ୍ପୃକ୍ତ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଯାହା କିଛି ଅର୍ଥ ସେମାନଙ୍କୁ ଦିଆଯାଉଛି ତାହା ବିଭାଗ ଏପଟସେପଟ କରି ଦେଉଛି। ବର୍ଷ ବର୍ଷ ଧରି ଦାୟିତ୍ୱର ସହ ସେବା ଯୋଗାଉଥିବା ଏହି ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ସରକାର କେମିତି ବ୍ୟବସ୍ଥା କରିନାହାନ୍ତି ଓ ମାତ୍ର ୨ହଜାର ଟଙ୍କାରେ ସେମାନେ କିପରି ପରିବାର ଚଳାଇବେ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ତାଳଚେର ଜନସ୍ବାସ୍ଥ୍ୟ ବିଭାଗରେ ୩୪ ଜଣ ସ୍ଥାୟୀ କର୍ମଚାରୀଙ୍କ ସହ ୧୬ଜଣ ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ୧୭ରୁ ୧୮ବର୍ଷ ଓ ଆଉ କେତେଜଣ ୧୦ ବର୍ଷ ଧରି କାମ କରି ଆସୁଛନ୍ତି। ଦିନରାତି ସ୍ଥାୟୀ କର୍ମଚାରୀଙ୍କ ଭଳି ସେମାନେ ପମ୍ପ ଜଗିବା, ପମ୍ପ ଚଳାଇବା, ବ୍ଲିଚିଙ୍ଗ୍‌ କରିବା, ଆଲମ ପକାଇବା, ମେଶିନ ହେଲପର ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ନିର୍ବାହ କରୁଛନ୍ତି। କିନ୍ତୁ ସାପ୍ତାହିକ ଛୁଟିଦିନଗୁଡ଼ିକୁ ବାଦ୍‌ଦେଇ ବିଭାଗ ପକ୍ଷରୁ ସେମାନଙ୍କୁ ଦୈନିକ ୭୪ଟଙ୍କା ମଜୁରି ହିସାବରେ ମାସିକ ୨ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ସରକାର ଶ୍ରମିକଙ୍କ ପାଇଁ ଦୈନିକ ସର୍ବନିମ୍ନ ମଜୁରି ୨୯୮ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ସେମାନଙ୍କୁ ଏତେ କମ୍‌ ଅର୍ଥ ଦିଆଯିବା ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ବି ମଜୁରି ବୃଦ୍ଧି କରାଯାଉ ନାହିଁ। ଫଳରେ ସ୍ବଳ୍ପ ପାଉଣାରେ ପରିବାର ଚଳାଇବା ସମ୍ପୃକ୍ତ ଅସ୍ଥାୟୀ କର୍ମଚାରୀମାନଙ୍କ ପକ୍ଷେ ଅତି କଷ୍ଟକର ହୋଇପଡ଼ୁଛି। ଏପରି କି ଅନେକ ଦିନ ପରିବାର ଉପବାସରେ ରହୁଥିବା ସେମାନେ ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ବିଭାଗ ଦ୍ୱାରା ଏପରି ଶୋଷଣ କରାଯାଉଥିଲେ ବି ଶ୍ରମ ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ଅସ୍ଥାୟୀ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କ ବାବଦରେ ଆସୁଥିବା ସରକାରୀ ଅର୍ଥକୁ କୁଆଡେ ଭାଗବଣ୍ଟା କରାଯାଉଥିବା ଶୁଣିବାକୁ ମିଳୁଛି ବୋଲି ଅସ୍ଥାୟୀ କର୍ମଚାରୀମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ତାଳଚେର ପିଏଚଡି ଜେଇ ଜଳେନ୍ଦ୍ର ଦେବତା କହିଛନ୍ତି, ଅସ୍ଥାୟୀ କର୍ମଚାରୀଙ୍କ ମଜୁରି ବୃଦ୍ଧି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ତାଳଚେର ଶ୍ରମ ଜିଲା ଅଧିକାରୀ ଇତିଶ୍ରୀ ଗାଗରାଇ କହିଛନ୍ତି, ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଏହା ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ସ୍ବାଧୀନ ଏମ୍‌ପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭବାନୀପାଟଣା,୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଲୋକସଭା ସ୍ବାଧୀନ ପ୍ରାର୍ଥୀ ନରେଶ ହିଆଲଙ୍କୁ କେତେକ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ନରେଶ...

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ:୧୫ରେ ଯାଞ୍ଚ, ଜୁନ୍‌ ୧ରେ ଭୋଟ

ଭୁବନେଶ୍ୱର,୭।୫(ଅନିଲ ଦାସ):ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଲୋକ ସଭା ଏବଂ ୪୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri