ଲହୁଣୀପଡା, ୧୨।୧ (ଡି.ଏନ.ଏ)- କଲେଇପୋଷ- ବରସୁଆଁ ରାସ୍ତା ନିର୍ମାଣ ଚାଲିଥିବା ବେଳେ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଚାଲିଛି। ଯାହାକି ଭାରିଯାନ ରାସ୍ତାରେ ରହି ଜାମ ଥାଏ। ବଉରକେଲା ଗ୍ରାମର ବୁଧୁଆ ମୁଣ୍ଡାଙ୍କ ସ୍ତ୍ରୀ ପାର୍ବତୀ (୨୫) ଗର୍ଭବତୀ ଥିଲେ। ପାର୍ବତୀ ପ୍ରସବ କଷ୍ଟ ପାଇବାରୁ ବୁଧୁଆ ଏକ ବୋଲେରୋ ଯୋଗେ ଆଶା କର୍ମୀଙ୍କୁ ନେଇ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଲହୁଣୀପଡା ଡାକ୍ତରଖାନାକୁ ଆସୁଥିଲେ। କିନ୍ତୁ ବୁଧୁଆ ରାସ୍ତା ଜାମରେ ଫସି ଯାଇଥିଲେ। ରାସ୍ତା ଏତେ ଜାମ ଥିଲା ଯାହାକି ଗାଡି ଆଗକୁ ଆସି ପାରି ନ ଥିଲା। ଫଲରେ ରାସ୍ତାରେ ଗାଡି ଭିତରେ ପାର୍ବତୀ ପ୍ରାୟ ସାଢ଼େ ୬ଟା ବେଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ କୌଣସି ଚିକିତ୍ସା ନ ପାଇ ସେହି ଗାଡି ଭିତରେ ରହିଥିବା ବେଳେ ଡାକ୍ତରଖାନାରେ ରାତି ପ୍ରାୟ ୮ଟାରେ ପହଞ୍ଚତ୍ଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଉଛି। ରାସ୍ତା ଜାମରେ ଫସି ନ ଥିଲେ ହୁଏତ ପାର୍ବତୀ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥାନ୍ତେ। ସେ ଜନ୍ମ ନେଇଥିବା କନ୍ୟା ସନ୍ତାନ ସୁସ୍ଥଥିବା ଜାଣିବାକୁ ମିଳିଛି।
ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ
ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…
ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…
ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର
ଭୁବନେଶ୍ୱର,୨୯ା୯(ସୁନିତ୍ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…
ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ
ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…
ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…
ଭୁବନେଶ୍ୱର,୨୯ା୯(ସୁନିତ୍ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…
ଭାଜପା ନେତାଙ୍କୁ ଆକ୍ରମଣ
ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…
ଲଜ୍ରୁ ମିଳିଲା ଦମ୍ପତିଙ୍କ ମୃତଦେହ
କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…
ହୀରାକୁଦର ୩୦ ଗେଟ୍ ଖୋଲିଲା
ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍ ୬ ଲକ୍ଷ ଘନଫୁଟ୍ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍ ଗେଟ୍କୁ ଖୋଲି…

