୧୭ତମ ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟା: ସମ୍ବଲପୁରୀ ନାଟକ‘ନାଇଟ୍‌ ହସ୍‌ପିଟାଲ୍‌ ଓ ‘ବାଗଡି’ମଞ୍ଚସ୍ଥ

ଦେବଗଡ଼,୧୨ା୧(ଡି.ଏନ.ଏ)-ଦେବଗଡ଼ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ନ୍ୟାସନାଲ୍‌ ପକ୍ଷରୁ ସ୍ଥାନୀୟ ଟାଉନହଲ୍‌ ଠାରେ ଆରମ୍ଭ ହୋଇଥିବା ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟାରେ ଶନିବାର ୨ଟି ନାଟକ ମଞ୍ଚସ୍ଥ ହୋଇଛି। ଏହି ନାଟକ ଓ ନୃତ୍ୟ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟାକୁ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ ା ଏହି ଅବସରରରେ ଆୟୋଜକ ଜାଗରଣ ଆର୍ଟ ଇଣ୍ଟର୍‌ନ୍ୟାସନାଲ୍‌ର ସଭାପତି ଅଶୋକ କୁମାର ନନ୍ଦ, ଉପ ସଭାପତି ପ୍ରକାଶ ଦେବତା ଓ ସମ୍ପାଦକ ସୁଜିତ କୁମାର ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶନିବାର ସନ୍ଧ୍ୟାରେ ପ୍ରଥମ ନାଟକ ଭାବେ ସୋନପୁର ସ୍ଥିତ ବୀଣାପାଣି ସାହିତ୍ୟ କଳା ସଂସଦର ଦ୍ୱାରା ନାଟ୍ୟକାର ସୁମନ୍ତ ଭୋଇଙ୍କ ରଚିତ ଓ ନିର୍ଦେଶିତ ସମ୍ବଲପୁରୀ ନାଟକ ‘ନାଇଟ ହସ୍‌ପିଟାଲ’ମଞ୍ଚସ୍ଥ ହୋଇଥିଲା ା ଏହା ପରେ ଦ୍ୱିତୀୟ ନାଟକ ଭାବେ ସମ୍ବଲପୁରର ଆର୍ଟିଷ୍ଟ ସୋସିଏଶନ ପରିଚୟ ଦ୍ୱାରା ପ୍ରଶାନ୍ତ କୁମାର ମହାରଣାଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ବାଗଡି’ ମଞ୍ଚସ୍ଥ ହୋଇଥିଲା। ଉଭୟ ନାଟକ ଦର୍ଶକଙ୍କ ମନକୁ ଛୁଇଁବାରେ ବେଶ ସଫଳ ହୋଇଥିଲା ା ଦେବଗଡ ଜିଲା ସମେତ ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ା ଜନ୍ମେଜୟ ନାୟକ ଓ ଚିତ୍ତରଞ୍ଜନ ଦାସ ନାଟ୍ୟ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀଧନ ଚିକିତ୍ସାଧିକାରୀ

ଦେବଗଡ଼,ରିଆମାଳ,୨୨ା୩( ଶଶାଙ୍କ ଶେଖର ଝାଙ୍କର/ନିରଞ୍ଜନ ବେହେରା):କୁକୁଡା ଫାର୍ମ ପାଇଁ ବିଦ୍ୟୁତ୍‌ ସଂଯୋଗ ଓ ସବ୍‌ସିଡି ପ୍ରଦାନ ପାଇଁ ଜଣେ ଚାଷୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା...

କଂଗ୍ରେସ ସାଧାରଣ ସମ୍ପାଦିକା ନିଯୁକ୍ତ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ମହିଳା କଂଗ୍ରେସର ବରିଷ୍ଠ ନେତ୍ରୀ ମିନତୀ ନାଏକ ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ...

ମୋର ଟିକେଟ ଫାଇନାଲ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ...

ସ୍ବାମୀ-ପୁଅଙ୍କୁ ଛାଡି ପ୍ରେମିକଙ୍କ ସହ ଯାଇଥିଲେ, ମାଟିତଳୁ ମିଳିଲା ମୃତଦେହ

ଦେବଗଡ,୫।୩: ସ୍ବାମୀ ଓ ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଏରୁଣ୍ଡି ଡେଇଁଥିଲେ, ସିଏ ସାଜିଲା...

ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା

ଦେବଗଡ଼,୨।୩(ଶଶାଙ୍କ ଶେଖର ଝାଙ୍କର): ମାଟି ତଳେ  ପୋତା ଯାଇଥିବା ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ତାଙ୍କୁ କେହି  ହତ୍ୟା କରିଥିବା  ସନ୍ଦେହ କରାଯାଉଛି। ଏଭଳି...

ଜଙ୍ଗଲ ଭିତରେ ନରକଙ୍କାଳ ଠାବ

ଦେଗଗଡ଼,୧୨ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ସୋମବାର ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ...

ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ

ଦେବଗଡ଼,୯।୨(ଶଶାଙ୍କ ଶେଖର ଝାଙ୍କର): ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ ପକ୍ଷରୁ ଜବତ କରାଯାଇଥିବା ଲୁହାପଥର ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସହ ୪ଜଣ ଗିରଫ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri