୧୭ତମ ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟା: ସମ୍ବଲପୁରୀ ନାଟକ‘ନାଇଟ୍‌ ହସ୍‌ପିଟାଲ୍‌ ଓ ‘ବାଗଡି’ମଞ୍ଚସ୍ଥ

ଦେବଗଡ଼,୧୨ା୧(ଡି.ଏନ.ଏ)-ଦେବଗଡ଼ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ନ୍ୟାସନାଲ୍‌ ପକ୍ଷରୁ ସ୍ଥାନୀୟ ଟାଉନହଲ୍‌ ଠାରେ ଆରମ୍ଭ ହୋଇଥିବା ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟାରେ ଶନିବାର ୨ଟି ନାଟକ ମଞ୍ଚସ୍ଥ ହୋଇଛି। ଏହି ନାଟକ ଓ ନୃତ୍ୟ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟାକୁ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ ା ଏହି ଅବସରରରେ ଆୟୋଜକ ଜାଗରଣ ଆର୍ଟ ଇଣ୍ଟର୍‌ନ୍ୟାସନାଲ୍‌ର ସଭାପତି ଅଶୋକ କୁମାର ନନ୍ଦ, ଉପ ସଭାପତି ପ୍ରକାଶ ଦେବତା ଓ ସମ୍ପାଦକ ସୁଜିତ କୁମାର ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶନିବାର ସନ୍ଧ୍ୟାରେ ପ୍ରଥମ ନାଟକ ଭାବେ ସୋନପୁର ସ୍ଥିତ ବୀଣାପାଣି ସାହିତ୍ୟ କଳା ସଂସଦର ଦ୍ୱାରା ନାଟ୍ୟକାର ସୁମନ୍ତ ଭୋଇଙ୍କ ରଚିତ ଓ ନିର୍ଦେଶିତ ସମ୍ବଲପୁରୀ ନାଟକ ‘ନାଇଟ ହସ୍‌ପିଟାଲ’ମଞ୍ଚସ୍ଥ ହୋଇଥିଲା ା ଏହା ପରେ ଦ୍ୱିତୀୟ ନାଟକ ଭାବେ ସମ୍ବଲପୁରର ଆର୍ଟିଷ୍ଟ ସୋସିଏଶନ ପରିଚୟ ଦ୍ୱାରା ପ୍ରଶାନ୍ତ କୁମାର ମହାରଣାଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ବାଗଡି’ ମଞ୍ଚସ୍ଥ ହୋଇଥିଲା। ଉଭୟ ନାଟକ ଦର୍ଶକଙ୍କ ମନକୁ ଛୁଇଁବାରେ ବେଶ ସଫଳ ହୋଇଥିଲା ା ଦେବଗଡ ଜିଲା ସମେତ ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ା ଜନ୍ମେଜୟ ନାୟକ ଓ ଚିତ୍ତରଞ୍ଜନ ଦାସ ନାଟ୍ୟ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri