ଆମ ଜିଲା ଖବର

ତାତିଲେ ଉଠା ଦୋକାନୀ, ଘେରିଲେ ତହସିଲ କାର୍ଯ୍ୟାଳୟ: ପ୍ରତିଶ୍ରୁତି ଦେଲା ପ୍ରଶାସନ

ଦାରିଙ୍ଗବାଡି, ୧୩।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ କଡ଼ରେ ଉଠା ଦୋକାନୀଙ୍କୁ ଜବରଦଖଲ ଉଚ୍ଛେଦ କରାଯାଇଛି। କିନ୍ତୁ ସମସ୍ତ ଉଠା ଦୋକାନୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଥଇଥାନ କରାଯିବାରେ ବିଳମ୍ବକୁ ନେଇ ଦେଖାଯାଇଛି ଉତ୍ତେଜନା।…

ଚୋରି ମୋଟର ସାଇକେଲ ଜବତ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ପଦ୍ମପୁର,୧୩।୨(ପ୍ରଦୀପ୍ତ ଦାଶ): ପଦ୍ମପୁର-ଜଗଦଲପୁର ରାସ୍ତାରୁ ଚୋରି ହୋଇଥିବା ୟାମାହା(R15 V4) ମୋଟର ସାଇକେଲକୁ ପୋଲିସ ଜବତ କରିଛି। ଏହି ଘଟଣାରେ ତଦନ୍ତ କରି ପଦ୍ମପୁର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦୀପକ ସାହୁ (୨୫)…

ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଲାଙ୍ଗୀର ସଦର ଥାନା…

ଗଞ୍ଜାମରୁ ପୁରୀ ଗଲେ ୭୪ ଶ୍ରଦ୍ଧାଳୁ, ଦୁଇଟି ବସ୍‌ରେ ଯାଇ…

ଛତ୍ରପୁର,୧୩ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରଠାରେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ନବରଙ୍ଗପୁରରୁ ଏହାର ଶୁଭାରମ୍ଭ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ଏହି ଅବସରରେ…

ବାଇକ୍‌ ସହ ବ୍ରିଜ୍‌ ତଳକୁ ଖସିପଡ଼ିଲେ ବୃଦ୍ଧ, ଆଉ ତା’ ପରେ…

ଥୁଆମୂଳରାମପୁର,୧୩ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅନ୍ତର୍ଗତ ଲୋହରାଜୋର ବ୍ରିଜ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ନିୟନ୍ତ୍ରଣ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣେ ବୃଦ୍ଧଙ୍କର ଘଟଣାସ୍ଥଳରେ ହିଁ…

କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

କେନ୍ଦୁଝର,୧୩।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗ୍ରସ୍ତରେ ଆସିବେ। ସଦର ବ୍ଲକ ବଳଭଦ୍ରପୁର ଗ୍ରାମରେ ଆୟୋଜିତ ହେବାକୁ ଥିବା ଏକ ସଭାରେ ଯୋଗଦେବେ। ସେଠାରେ ଏକ ଟେକ୍ସଟାଇଲ ପାର୍କ ଓ ଧରଣୀଧର ବିଶ୍ୱବିଦ୍ୟାଳୟର…

ପ୍ରେମର ପାଠପଢାଇ ଫସିଲେ ବିଜ୍ଞାନ ଶିକ୍ଷକ: ସ୍କୁଲ ଫାଟକରେ ତାଲା, ଥାନାରେ ପହଞ୍ଚିଲା ମାମଲା…

ଦେବଗଡ,୧୩।୨(ଶଶାଙ୍କ ଶେଖର ଝାଙ୍କର): ସ୍କୁଲ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର। କୁଣ୍ଢେଇଗୋଳା ହାଇସ୍କୁଲ ଶିକ୍ଷକ ତପନ ମିଶ୍ର ଥାନାରେ ଅଟକ। ଛାତ୍ରୀଙ୍କ ମା’ ଦେଇଥିବା ଅଭିଯୋଗ ଆଧାରରେ ଅଟକ ରଖିଛି ପୋଲିସ। ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ପ୍ରତିବାଦରେ ସ୍କୁଲ ଫାଟକରେ…

କଲେଜ ପାଇଁ ଗୌରବ ଆଣିଲେ ଏନ୍‌ସିସି ନାଭାଲ ଓ୍ବିଙ୍ଗର କ୍ୟାଡେଟ୍‌ ହିମେଶ

ଭଞ୍ଜନଗର,୧୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ନାଭାଲ ଓ୍ବିଙ୍ଗ୍‌ର କ୍ୟାଡେଟ ହିମେଶ କୁମାର ଜେନା ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡ୍‌ରେ ଅଂଶ ଗ୍ରହଣ କରି କଲେଜ ପାଇଁ ଗୌରବ…

ବାଡ଼ିରେ କାମ କରୁଥିଲେ ଚାଷୀ, ହଠାତ୍‌ ପଛପଟୁ ଆସି ଦଳିଦେଲା ହାତୀ

ଭବାନୀପାଟଣା,୧୩ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପିରୁଙ୍ଗଗୁଡ଼ା ଗ୍ରାମରୁ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହାତୀ ଆକ୍ରମଣରେ ଏଠାକାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଏହାର ପ୍ରତିବାଦ କରି ନବ ନିର୍ମାଣ କୃଷକ ସଂଗଠନ ଶୁକ୍ରବାର ଧାନ…

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର ଅନ୍ତର୍ଗତ ଜଟାଧାର ତଣ୍ଡାରେ ଦୈନିକ ଶତାଧିକ ଅଲିଭ୍‌ରିଡ୍‌ଲେ କଇଁଛ ମରୁଛନ୍ତି। ସେମାନଙ୍କ ସୁରକ୍ଷା…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଭୟଙ୍କର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?