ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ ନଚେତ୍‌ ଉଚ୍ଛେଦ ଖର୍ଚ୍ଚ ପ୍ରଭାବଶାଳୀଙ୍କ ନିକଟରୁ ଆଦାୟ କରାଯିବା ନେଇ ତହସିଲ ସବୁକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଏହାର ଓଲଟା ଦେଖିବାକୁ ମିଳୁଛି। ପ୍ରଶାସନ ଉଠାଦୋକାନୀ ଓ ଗରିବଙ୍କୁ ଉଚ୍ଛେଦକରି ଫଟୋ ଉଠାଇ ନିଜର କାର୍ଯ୍ୟ ଦେଖାଉଥିବା ବେଳେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେଉଛି। ଫଳରେ ଦିନକୁ ଦିନ ସରକାରୀ ଜମି ଦଖଲ ବଢ଼ିବାରେ ଲାଗିଛି। ବର୍ତ୍ତମାନ କେତେଜଣ ଆଗଧାଡ଼ିର ନେତା ଓ କର୍ମୀ ଗୋବରୀ ନଦୀକୁ ପୋତି ନିଜ ନାମରେ କରାଇ ନେବାରେ ସକ୍ଷମ ହୋଇଛନ୍ତି। ଏବେ ସେହି ସ୍ଥାନରେ ବାଲି ପକାଇ ଘର ନିର୍ମାଣ କରିବାକୁ ମସୁଧା ଚଳାଇଛନ୍ତି। ଲୋକେ ଅଭିଯୋଗ କଲେ ମଧ୍ୟ ଫଳପ୍ରଦ ହେଉନାହଁି। ଓଲଟି ଧମକ ମିଳୁଛି। ସେମାନେ ସରକାରୀ ଓ ବିରୋଧୀ ଦଳର ଲୋକ ହୋଇଥିବାରୁ ପ୍ରଶାସନ ଚୁପ୍‌ ବସିଛି। ସରକାରଙ୍କ ପ୍ରିୟାପ୍ରୀତି ନୀତିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପଟ୍ଟାମୁଣ୍ଡାଇରେ ପ୍ରାୟତଃ ପ୍ରହସନରେ ପରିଣତ ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ସାମାଜିକ କର୍ମୀ ରଣଧିର ଜେନା, କ୍ଷୀରୋଦ ମଲିକ, ଅଜିତ ରାଉତ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଜବରଦଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପୁରୁଣା ଗୋବରୀ ନଦୀ ନାଳ ଜମି ପଟ୍ଟାମୁଣ୍ଡାଇ ଛାତି ଉପରେ ଥିବାରୁ ଜମିର ଦାମ୍‌ ବର୍ଗଫୁଟ ୪ ରୁ ୮ ହଜାର ଟଙ୍କା ଯାଏ ଯାଉଛି। ଭୂଲେଖରୁ ମିଳିଥିବା ତଥ୍ୟ ମୁତାବକ, ପଟ୍ଟାମୁଣ୍ଡାଇର ଅଞ୍ଚଳର ପୋଖରିଆପଡ଼ା, ବେଳତଳ ଓ ଦକ୍ଷିଣଦିଆ ମୌଜା ଦେଇ ଯାଇଥିବା ଗୋବରୀ ନଦୀର ପାଖାପାଖି ୧୪୮.୨୬ ଏକର ସରକାରୀ ଜମି ଜବରଦଖଲକାରୀ ମାଡ଼ି ବସିଛନ୍ତି। ଏସବୁ ଛାଡ଼ି ଦେଲେ ପରିବହନ, ରାଜସ୍ବ, ପୂର୍ତ୍ତ ଓ ଜଳ ସମ୍ପଦ ବିଭାଗର ଏକର ଏକର ଜାଗା ଜବରଦଖଲରେ ରହିଛି। ସେଥିମଧ୍ୟରେ ସର୍ବାଧିକ ପଟ୍ଟାମୁଣ୍ଡାଇ ବଜାର ଭିତରେ ରହିଛି। ଏହାସହ ଗ୍ରାମାଞ୍ଚଳରେ ମଧ୍ୟ ବହୁ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। କେତେଜଣ ଲୋକ ଧର୍ମାନୁଷ୍ଠାନ ନଁାରେ ଜାଗା ମାଡ଼ି ବସୁଛନ୍ତି। ଏହିସବୁ ଜବରଦଖଲକୁ ନେଇ କେତେଗୋଟି ମାମଲା ହାଇକୋର୍ଟ ଓ ସିଭିଲ କୋର୍ଟରେ ବିଚାରାଧୀନ ରହିଛି, ଆଉ କେତେଗୋଟି ରାୟ ସରକାରଙ୍କ ସପକ୍ଷରେ ପ୍ରକାଶ ପାଇଛି। ମାତ୍ର ସରକାରଙ୍କ ସପକ୍ଷ ରାୟ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ହାତଗୁଞ୍ଜା ନେଇ ସେପରି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଏକ ସିଭିଲ କୋର୍ଟ କେସ୍‌ ନଂ. ୧୫୨/୨୦୧୬ରୁ ଜଣାପଡ଼ିଛି। ବର୍ଷ ବର୍ଷ ଧରି ସରକାରୀ ଜମି ମାଡ଼ି ବସିଥିଲେ ମଧ୍ୟ ସେମାନଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହଁି ବୋଲି ପ୍ରଶ୍ନ ଉଠିଛି। କିଛିଦିନ ହେବ ଗୋବରୀ ନଦୀ ଭିତରେ ବାଲି ପଡ଼ି ପୋତାହେଉଥିବା ଘଟଣା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ଅଭିଯୋଗ ପରେ ତଦନ୍ତ କରାଯାଇଥିଲା। ଏସବୁ ଜାଗା ଗୋବାରୀ ନଦୀ ପଠା ହୋଇଥିବା ବେଳେ ମାଲିକାନା ସ୍ବତ୍ୱ ଦଖଲକାରୀଙ୍କ ନାମରେ ରହିଛି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?