ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ ବିଭିନ୍ନ ପ୍ରସଙ୍ଗରେ କଡ଼ା ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ, ବିଧେୟକଟି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ସୀମା ସୁରକ୍ଷା ବଳ, ଭାରତ-ତିବ୍ବତ ସୀମା ପୋଲିସ ଓ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ମଧ୍ୟରେ ସମନ୍ବୟ ବୃଦ୍ଧି କରିବା ଏବଂ ସରଳିକରଣ କରିବାରେ ଗୁରୁତର ତ୍ରୁଟି ରହିଛି।

ବିଶି ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ପୋଲିସ ସହ ଅଭିଯାନ ସମୟରେ କମାଣ୍ଡ ଗଠନରେ ସ୍ପଷ୍ଟତା ନ ଥିବାରୁ ସମସ୍ୟା ସୃଷ୍ଟି ହେବ। ବିଧେୟକରେ ଆଧୁନିକ ସୁରକ୍ଷା ଚ୍ୟାଲେଞ୍ଜ ମାଓବାଦ, ଆତଙ୍କବାଦ ଓ ସୀମା ପରିଚାଳନା ପାଇଁ ପ୍ରଯୁକ୍ତି, ସାଇବର କ୍ଷମତା ଓ ଆଧୁନିକ ସାଧନରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇନାହିଁ। ମାନବାଧିକାର ସୁରକ୍ଷା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ଉତ୍ତରଦାୟୀତ୍ୱ କ୍ଷମତାରେ ସ୍ପଷ୍ଟ ବ୍ୟବସ୍ଥା ନାହିଁ।

କେନ୍ଦ୍ରୀକରଣ ବଢ଼ିବା ନେଇ ସେ କହିଛନ୍ତି ଯେ, ଏହା ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିପାରେ l ଭାରତୀୟ ପୋଲିସ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହା ଗୋଇନ୍ଦା ସୂଚନାରୁ ଆରମ୍ଭ କରି ତଦନ୍ତ ଓ ନ୍ୟାୟ ପ୍ରକ୍ରିୟା ପର୍ଯ୍ୟନ୍ତ ସମନ୍ବୟ ରଖେ। ଏହାର ଭୂମିକା କମିଲେ ସମଗ୍ର ପ୍ରଣାଳୀ ପ୍ରଭାବିତ ହେବ ବୋଲି ସେ ସଚେତନ କରିଛନ୍ତି।

ଓଡ଼ିଶାର ଉଦାହରଣ ଦେଇ ସେ କହିଛନ୍ତି ଯେ, ବଲାଙ୍ଗୀର ସହିତ ଅନେକ ଅଞ୍ଚଳ ନକ୍ସଲମୁକ୍ତ ହୋଇଛି, ଯେଉଁଠାରେ ରାଜ୍ୟ ପୋଲିସର ମୁଖ୍ୟ ଭୂମିକା ଥିଲା ଓ କେନ୍ଦ୍ରୀୟ ବଳ ସହଯୋଗ କରିଥିଲେ। ସେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ୯୩,୦୦୦ ରୁ ଅଧିକ ଖାଲି ପଦ, କର୍ମଚାରୀଙ୍କ ସେବା ସୁବିଧା, ମାନସିକ ସ୍ବାସ୍ଥ୍ୟ ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ଉପରେ ଅଭାବ ନେଇ ସରକାରକୁ ଘେରିଥିଲେ।

ଏହା ସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପ୍ରତିନିଧିତ୍ୱ ଓ ବ୍ୟାକଲଗ ପଦ ପୂରଣରେ ବିଳମ୍ବ ଉପରେ ସେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ଶେଷରେ ମାନନୀୟ ଏମ୍‌ପି ସରକାରଙ୍କୁ ବିଲ୍‌ରେ ଆବଶ୍ୟକ ସଂଶୋଧନ କରି ସମନ୍ବୟ ଓ ସଂଘୀୟ ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି କରିଥିଲେ।

ସେ ଲୋକ ସଭା ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ଭାରତ, ଇଣ୍ଡୋନେସିଆ, ରୁଷିଆ ଦେଶର ଭୂମିପୁତ୍ର ବୈଶ୍ୱିକ ନେତା ତଥା ଆଧୁନିକ ଓଡିଶାର ନିର୍ମାତା, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ କରାଯାଇଥିବା ଅପମାନଜନକ ମନ୍ତବ୍ୟକୁ ମଧ୍ୟ ଘୋର ନିନ୍ଦା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ l

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?