ଆମ ଜିଲା ଖବର

ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟ ଅଧ୍ୟକ୍ଷା ଏଲ୍‌. ମୀନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଜିଲାର…

ଜଳିଗଲା ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌

ପରଜଙ୍ଗ,୨୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ. ଜାତୀୟ ରାଜପଥ ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୧୨ ଚକିଆ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ (ଓଆର ୦୫ ଏକ୍ସ ୦୯୨୨) ରେ…

କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲା: ପୋଲିସ ସିଲ୍‌ କାଟି ସାମଗ୍ରୀ ନେଲାବେଳେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବାସୁଦେବପୁର,୨୮।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବଜାରରେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା। ସମ୍ପୃକ୍ତ ଦୋକାନୀ ଲୋକଙ୍କୁ ଲୋଭ ଦେଖାଇ ସାମଗ୍ରୀ ଦେବା ଆଳରେ ପ୍ରାୟ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ କରି ରାତାରାତି ଫେରାର ହୋଇଯାଇଥିଲା।…

ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୨୮।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଶନିବାର ସତୀଗୁଡ଼ା ଜଳଭଣ୍ଡାର ନିକଟରୁ ଉଦ୍ଧାର କରାଯାଇଛି। ଦେବନାରାୟଣ ଶୁକ୍ରବାର କାର୍ଯ୍ୟାଳୟକୁ ଯାଇ ଫେରି ନ ଥିଲେ। ଏ ନେଇ ପରିବାର ପକ୍ଷରୁ ମାଲକାନଗିରି ଥାନାରେ ଉକ୍ତ ଦିନ ଲିଖିତ…

ଭୁବନେଶ୍ୱର ଏମ୍‌ପିଙ୍କ ଜନଶୁଣାଣି, ଲୋକଙ୍କ ଅଭିଯୋଗ ଶୁଣିଲେ: ସମାଧାନ ପାଇଁ ପଦକ୍ଷେପ ନେଲେ

ଖୋର୍ଦ୍ଧା ଅଫିସ,୨୮ା୧୨: ଖୋର୍ଦ୍ଧା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। କିଛି ଅଭିଯୋଗକୁ ଜନଶୁଣାଣି ଶିବିରରେ ସମାଧାନ କରାଇଥିଲେ। ଆଉ କିଛି…

ଜଟଣୀ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବାତ୍ୟା ଫନୀ, ଆବାସ ଯୋଜନା ଚୟନରେ ଅନିୟମିତତା

ଜଟଣୀ,୨୮ା୧୨(ଡି.ଏନ.ଏ.): ଜଟଣୀ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ବନଜା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ ବାସୁଦେବ ମାହାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ…

କେନ୍ଦୁଝରରେ ୨ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତବର୍ଷ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି ଗତ ଦୁଇ ବର୍ଷରେ ଦେଖିବାକୁ ମିଳି ନ ଥିଲା। ତେବେ କାଞ୍ଜିପାଣି, ତରମାକାନ୍ତ, କିରିବୁରୁ…

ରାୟଗଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ରାସ୍ତା କାମକୁ ବିରୋଧ କରି ପୋଡ଼ିଲେ ୩ଟି ଗାଡ଼ି

ମୁନିଗୁଡା,୨୮।୧୨: ରାୟଗଡା ଜିଲାରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ରାସ୍ତା କାମକୁ ବିରୋଧ କରି ୩ଟି ଗାଡିକୁ ପୋଡ଼ିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁରଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାକୁ ମାଓବାଦୀ…

ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର

ଉଦଳା,୨୮।୧୨(ଡି.ଏନ୍‌.ଏ.): ଉଦଳା ବନଖଣ୍ତ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଶନିବାର ହାତୀପଲଙ୍କ ଆକମ୍ରଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଉଦଳା ବ୍ଲକ ଅଧିନରେ ଥିବା ଖଲାଡି ଓ କୋଚିଳା ଡିହା ପଞ୍ଚାୟତ ଅଞ୍ଚଳରେ ସକାଳେ କିଛି ହାତୀପଲ…

ହୋମିଓପାଥିକ କଲେଜ

ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ମୟୂରଭଞ୍ଜ ଜିଲା। ଏହି ଜିଲାର ବାରିପଦାଠାରେ କେତେଜଣ ସାମାଜିକ କର୍ମୀ ଓ ହୋମିଓପାଥିକ ଔଷଧ ସେବନକୁ ଭଲ ପାଉଥିବା ଲୋକଙ୍କ ପ୍ରଚେଷ୍ଟାରେ ୧୯୮୦ ମସିହାରେ ଆରମ୍ଭ ହୋଇଥିଲା ହୋମିଓପାଥିକ କଲେଜ। କଲେଜର ପ୍ରତିଷ୍ଠାତା ଡାକ୍ତର…

ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ: ଆଖି ବୁଜିଲେ କାର୍ତ୍ତିକ ମେହେର

ବରଗଡ଼ ଅଫିସ୍‌, ୨୮ା୧୨: ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ବରଗଡ଼ ଜିଲା ପଦ୍ମପୁର ନିକଟ ବୁଧାପାଲି ଗାଁର କାର୍ତ୍ତିକ ମେହେରଙ୍କ ମୃତ୍ୟୁ ଘଟିଛି। ଭାଇ କେଶବ ଦିଲ୍ଲୀ ଯାଇ ମୃତଦେହକୁ ସଂସ୍କାର କରିଛନ୍ତି।…

ଚାଳ ଘର ଓ ଗଛରେ ଓହଳୁଛି ମୋବାଇଲ

ହାଟଡିହୀ,୨୮।୧୨(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏବେବି କେନ୍ଦୁଝର ଜିଲାର ବଣପାହାଡ ଘେରା ବହୁ ଅଞ୍ଚଳରେ ଟାୱାର ସେବା ନ ଥିବାରୁ ମୋବାଇଲ ଫୋନ କାମକୁୁ ଆସୁ ନାହିଁ ା ସିମ୍‌ କାର୍ଡ଼ ପଡିଥିଲେ ବି ଟାୱାର ସିଗ୍‌ନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?