‘ଆଧୁନିକ ଗଳ୍ପରେ ଜନଜୀବନ, ଯନ୍ତ୍ରଣାର ସ୍ବର’

ସୋନପୁର,୨୩।୧(ନି.ପ୍ର.) ଗଳ୍ପ ସାହିତ୍ୟ ସମାଜରେ ସୁଧାର ଆଣେ। ସତ୍ୟ ଘଟଣା ଉପରେ ଗାଳ୍ପିକଙ୍କ ରୁଚିସମ୍ପନ୍ନ ଲେଖା ବିପ୍ଳବ ସୃଷ୍ଟି କରେ। ସାମ୍ପ୍ରତିକ ଜନଜୀବନର ଯନ୍ତ୍ରଣାର ସ୍ବର ଆଧୁନିକ ଗଳ୍ପରେ ପରିପ୍ରକାଶ ହେଉଛି। ଆଧୁନିକ ଓଡିଆ, କୋସଲି ଗଳ୍ପରେ ନିଷ୍ପେସିତ, ଖଟିଖିଆ, ସରଳ ବନବାସୀଙ୍କ ଜନଜୀବନ ଓ ଯନ୍ତ୍ରଣାର ସ୍ବର ଭରି ରହିଛି। ଏଭଳି ଲେଖା ବୌଦ୍ଧିକ ପରିସରରେ ନିଶ୍ଚୟ ଅପୂରଣୀୟ ରହିବ ବୋଲି ଯୁବ ଗାଳ୍ପିକମାନେ ମତପ୍ରକାଶ କରିଛନ୍ତି। ଚତୁର୍ଥ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ବୁଧବାର ଷଷ୍ଠ ସନ୍ଧ୍ୟାରେ ଗପ ପସରା ଶୀର୍ଷକ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଗାଳ୍ପିକ ରାଜୀବ ସଗରିଆ ସ୍ବରଚିତ କୋସଲି ଗଳ୍ପ ତପ୍ତକୁରୁ ରଏବରିର ପେଟପୁରୁ ପାଠ କରିଥିଲେ। ସେହିପରି ଗାଳ୍ପିକ ଭୀମ ପୃଷ୍ଟି ଫର୍ଦେ କାଗଜ, ଆଦିତେଶ୍ୱର ମିଶ୍ର କାଗଜ ଡଙ୍ଗାରେ ସମୁଦ୍ର ପରିଭ୍ରମଣ, ଡ. ଅଜୟ ସ୍ବାଇଁଙ୍କ ରଙ୍ଗୀନ ଟିଭିରେ କଳାଧଳା ଗାଁର ଚିତ୍ର ଓ ପ୍ରକାଶ ମହାପାତ୍ର ସ୍ବରଚିତ ଗଳ୍ପ ଠେଙ୍ଗୁଆ ପାଠ କରିଥିଲେ। ଏହା ଉପସ୍ଥିତ ଶ୍ରୋତାଙ୍କୁ ପ୍ରେରଣା ପ୍ରଦାନ କରିଥିଲା। ପରେ ପୃଷ୍ଟି, ଡ. ସ୍ବାଇଁ ଓ ପ୍ରକାଶ ମହାପାତ୍ର ଆଲୋଚକଭାବେ ଯୋଗଦେଇ ଗପର ସମୀକ୍ଷା କରିବା ସହ ପାଠକ ଲେଖକ, ଗାଳ୍ପିକଙ୍କ ପାଇଁ ଉତ୍ସାହର କେନ୍ଦ୍ରବିନ୍ଦୁ। ସେମାନଙ୍କ ଭଲପାଇବା ଓ ଆଗ୍ରହ ଗାଳ୍ପିକଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇ ଥାଏ ବୋଲି କହିଥିଲେ। ଡ. ଜ୍ୟୋତି ରଞ୍ଜନ ବହିଦାର ଆସରରେ ଅଧ୍ୟକ୍ଷତା କରି ସାରସ୍ବତ ସାଧନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri