ଆମ ଜିଲା ଖବର

ମହାପ୍ରଭୁଙ୍କୁ ଦର୍ଶନ କଲେ ବିହାର ରାଜ୍ୟପାଳ

ପୁରୀ ଅଫିସ,୨୮ା୧୨:ବିହାର ରାଜ୍ୟପାଳ ଫଗୁ ଚୌହ୍ବାନ ଶନିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ରାଜ୍ୟପାଳ ଚୌହ୍ବାନ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ତାଙ୍କୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ…

କାର୍‌ରେ ଲାଗିଲା ନିଆଁ

ସଜନାଗଡ଼, ୨୮।୧୨(ଡି.ଏନ.ଏ.)- ଯାଜପୁର ଟାଉନ ଅଞ୍ଚଳରୁ ରତିରଞ୍ଜନ ପଣ୍ଡା ପରିବାର ସହ ଶନିବାର ଏକ କାର୍‌(ନଂ. ଓଆର୦୨ଏଏମ୍‌-୬୦୦୦)ରେ ନୀଳଗିରି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଓ ନୀଳଗିରି ଜଗନ୍ନାଥ ମନ୍ଦିର ଦର୍ଶନ ସାରି ସେମାନେ ଅପରାହ୍ନ ଗୋଟାଏରେ ଘରକୁ ଫେରିବା…

ଜଳିଗଲା କୋଇଲା ବୋଝେଇ ଟ୍ରକ

ପରଜଙ୍ଗ,୨୮।୧୨(ଡି.ଏନ.ଏ.)-ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧିନ ୫୩ନଂ. ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରକ ଜଳିଯାଇଛି। ଏଥିରେ ଅଳ୍ପକେ ଚାଳକ ଓ ହେଲପର ବର୍ତ୍ତିଯାଇଛନ୍ତି। ପ୍ରକାଶ ଯେ,ଉକ୍ତ କୋଇଲା ବୋଝେଇ…

ଟ୍ରାକ୍ଟର ଚକାତଳେ ଶ୍ରମିକଙ୍କ ଜୀବନଗଲା

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ରାଜେନପାଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସିଆଙ୍ଗବାଲି ଗ୍ରାମର ମସେସ ପ୍ରଧାନ( ୨୨)। ସୂଚନାଯୋଗ୍ୟ, ମସେସ ଏକ ଟ୍ରାକ୍ଟରରେ ଶ୍ରମିକ…

୧୪୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅବକାରୀ ଚଢ଼ାଉ କରାଯାଇଛି। ୧୪୫ ଲିଟର ଦେଶୀ ଚୋରାମଦ ପୋଲିସ ଜବତ କରିବା ସହ ଶତାଧିକ ଲିଟର ମହୁଲ ପୋଚକୁ ନଷ୍ଟ କରିଛି। ସେହିପରି ମଦରନ୍ଧାରେ ବ୍ୟବହାର…

ଆଗରପଡ଼ା ବିଦ୍ୟୁତ୍‌ ଉପକେନ୍ଦ୍ର ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ବନ୍ତ,୨୮।୧୨(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାଠାରେ ନିର୍ମାଣାଧୀନ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌ ଉପକେନ୍ଦ୍ରକୁ ଶନିବାର ବିଧାନସଭା ଷ୍ଟାଣ୍ଡିଂ କମିଟି ପରିଦର୍ଶନ କରିଛି। ଷ୍ଟାଣ୍ଡିଂ କମିଟିର ଏହି ଟିମ୍‌ ବିଦ୍ୟୁତ୍‌ ଉପକେନ୍ଦ୍ରରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିବା ସହିତ ତୁରନ୍ତ…

ଦାରିଙ୍ଗବାଡ଼ିରେ ଶୀତ ବଢ଼ିବା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ବୃଦ୍ଧି ପାଇଛି । ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କୋହଲା…

ଯୋଡ଼ାରେ ସିରିଜ୍‌ ଦୁର୍ଘଟଣା

ଯୋଡ଼ା,୨୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କଳାପାହାଡ଼ ଛକ ନିକଟରେ ଶନିବାର ଭୋର ସମୟରେ ଏକ ଦଶ ଚକିଆ ଟ୍ରକ୍‌ ଓ ଡମ୍ପର ମଧ୍ୟରେ ଦୁର୍ଘଟଣା ଘଟିଛି ା ଘନକୁହୁଡିରେ ୧୦ ଚକିଆ ଟ୍ରକ୍‌ (ଡବ୍ଲୁବି ୨୩ସି ୩୨୧୫) ବଡବିଲ ଆଡୁ…

ଖସିଲା ପାରଦ: ସୁନ୍ଦରଗଡ଼ରେ ବରଫପାତ, ଜନଜୀବନ ଅସ୍ତବ୍ୟସ୍ତ

ସୁନ୍ଦରଗଡ଼,୨୮।୧୨(ଡି.ଏନ୍‌.ଏ.): ଅଦିନିଆ ବର୍ଷା ପରେ ସୁନ୍ଦରଗଡ଼ରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଏଠାରେ ଶନିବାର ପାରଦ ଆହୁରି ତଳକୁ ଖସିଛି। ବିଶେଷକରି କୋଇଡ଼ା, ଟେନ୍‌ସା ଆଦି ସ୍ଥାନରେ ବରଫପାତ ହୋଇଥିବା ଦେଖିବାକୁ ମିଳିଛି। ରାତିରେ ତାପମାତ୍ରା ୬ରୁ ୭ ଡିଗ୍ରୀକୁ ଖସି…

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରକୁ ବେଆଇନ ଭାବେ ପ୍ରବେଶ କଲା ୨ ଭାରୀଯାନ: ୪ ଯବାନ ନିଲମ୍ବିତ

ରାଉରକେଲା ଅଫିସ,୨୮।୧୨: ରାଉରକେଲା ଷ୍ଟିଲପ୍ଲାଣ୍ଟ ପରିସରକୁ ବିନା ଏଣ୍ଟ୍ରି ପାସ୍‌ରେ ୨ଟି ଭାରୀଯାନ ସନ୍ଦେହାତ୍ମକ ଭାବେ ପ୍ରବେଶ କରିବାକୁ ନେଇ ବିଭାଗୀୟ ଅଧିକାରୀ ଶନିବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଘଟଣାରେ ୪ ସିଆର୍‌ପିଏଫ୍‌ ଯବାନଙ୍କୁ ନିଲମ୍ବନ ସହ କାରଣ ଦର୍ଶାଅ…

ବଧୂହତ୍ୟା ଉଦ୍ୟମ ଅଭିଯୋଗ, ଶ୍ୱଶୁର ଅଟକ

କୁଆମରା,୨୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇଁକୂଳା ପଞ୍ଚାୟତରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ମହିଳାଜଣଙ୍କ ହେଲେ ନିବେଦିତା ଦେ(୨୦)। ସୂଚନାନୁଯାୟୀ,…

ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟ ଅଧ୍ୟକ୍ଷା ଏଲ୍‌. ମୀନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?