ଟୋକନ ନ ମିଳିବାରୁ ଖୋଲିନି ମଣ୍ଡି

ଯାଜପୁର ଅଫିସ,୩୧-୧:ଯାଜପୁର ଜିଲାରେ ଧାନ ସଂଗ୍ରହରେ ବିଳମ୍ବ କାରଣରୁ ଚାଷୀ ବହୁଳ ଭାବେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ପୂର୍ବରୁ ଧାନ ଅମଳ କରି ଚାଷୀ ଅଭାବ ଅନାଟନ ଯୋଗୁ ଦଲାଲ ହାତରେ କୁଇଣ୍ଟାଲ ପିଛା ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ କମ ଦରରେ ବିକ୍ରି କରିଥିବା ଜଣାପଡିଛି। ଏହାବାଦ ବିଳମ୍ବରେ ପ୍ୟାକ୍ସ ଖୋଲିବା ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ଏହିକ୍ରମରେ ଗତ ୨୩ ତାରିଖରେ ଯାଜପୁର ଜିଲାପାଳ ମଣ୍ଡି ଖୋଲି ନ ଥିବା ୨୪ଟି ପ୍ୟାକ୍ସର ସମ୍ପାଦକ ଓ କ୍ରୟ ଅଧିକାରୀଙ୍କ ନାମରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଇତିମଧ୍ୟରେ ୨୪ ରୁ ୨୦ ପ୍ୟାକ୍ସରେ ଧାନ ମଣ୍ଡି ଖୋଲି ସାରିଥିବାବେଳେ ଆହୁରି ୪ଟି ପ୍ୟାକ୍ସରେ ମଣ୍ଡି ଖୋଲି ନ ଥିବାରୁ ପଞ୍ଜୀକୃତ ୫୮୫ ଜଣ ଚାଷୀ ନାହିଁ ନ ଥିବା ସମସ୍ୟାରେ ରହିଛନ୍ତି। ତେବେ ଏହି ୪ଟି ପ୍ୟାକ୍ସ ସିଂହପୁର, ନିଜାମପୁର, ତଳିହା ଓ ମହିଶାରାକୁ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଟୋକନ ଯୋଗାଇ ଦିଆଯାଇ ନ ଥିବାରୁ ମଣ୍ଡି ଖୋଲାଯାଇ ନ ଥିବା ସୂଚନା ମିଳିଛି।
ଜିଲାର ଚାଷୀ ଯେପରି ଠିକ ସମୟରେ ମାର୍କେଟ ୟାର୍ଡରେ ଧାନ ବିକ୍ରି କରି ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ ସହାୟକ ମୂଲ୍ୟ ପାଇବେ ସେଥିପାଇଁ ପ୍ରତିବର୍ଷ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଧାନ ସଂଗ୍ରହ କମିଟି ବୈଠକରେ ଗୁରୁତ୍ୱାରୋପ ହେଉଛି। ଏହାସହ ଧାନ ସଂଗ୍ରହ ସମୟରେ ଯେପରି ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଏ, ଠିକ ସମୟରେ ମଣ୍ଡିରେ ଧାନ ଦେବା, ସହଜଭାବେ ପ୍ରାପ୍ୟ ପାଇବା ଉପରେ ପରାମର୍ଶ ଦିଆଯାଉଛି। କିନ୍ତୁ ପରିବର୍ତ୍ତୀ ସମୟରେ ଏହାର ଅନୁପାଳନ ହେଉଛି କି ନାହିଁ ତାହା ନୀରିକ୍ଷଣ କରାଯାଉ ନାହିଁ। ଗତ ବର୍ଷ ଭଳି ଚଳିତ ବର୍ଷ ଖରିଫ ଋତୁ ଧାନ ସଂଗ୍ରହ କ୍ଷେତ୍ରରେ ପୁଣି ଅବହେଳା ଦେଖାଦେଇଛି। ପୂର୍ବରୁ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଜିଲାର ଅଧିକାଂଶ ଚାଷୀ ନିର୍ଦ୍ଧାରିତ ମୂଲ୍ୟଠାରୁ ୫୦୦/୬୦୦ ଟଙ୍କା କମ୍‌ରେ କଷ୍ଟୋପାର୍ଜିତ ଧାନକୁ ମଧ୍ୟସ୍ଥି ହାତରେ ବିକ୍ରି କରି ସାରିଛନ୍ତି। ଏବେ ଯେଉଁ ଧାନ ସଂଗ୍ରହ ହେଉଛି ତାହା ଚାଷୀଙ୍କ ଟୋକନ ବଳରେ ମଧ୍ୟସ୍ଥିମାନେ ଧାନ ବିକ୍ରି କରୁଛନ୍ତି। ଚଳିତବର୍ଷ ୮ ଲକ୍ଷ ୫୫୦ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି। ଚଳିତ ମାସ ୨୮ ତାରିଖ ସୁଦ୍ଧା ୫୧୧୩୩୪.୧୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୧୩୪ଟି ପ୍ୟାକ୍ସ/ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବାବେଳେ ଏଯାଏ ୪ଟି ପ୍ୟାକ୍ସରେ ଆଦୌ ଧାନ ସଂଗ୍ରହ ହୋଇନାହିଁ। ଏଥିଯୋଗୁ ସିଂହପୁର ପ୍ୟାକ୍ସରେ ପଞ୍ଜୀକୃତ ୨୨୬ ଚାଷୀ, ନିଜାମପୁର ପ୍ୟାକ୍ସରେ ପଞ୍ଜୀକୃତ ୧୩୮ ଚାଷୀ, ତଳିହା ପ୍ୟାକ୍ସରେ ପଞ୍ଜୀକୃତ ୬୨ ଚାଷୀ ଓ ମହିଶରା ପ୍ୟାକ୍ସରେ ପଞ୍ଜୀକୃତ ୧୬୧ ଚାଷୀ ତାଙ୍କ ଧାନ ବିକ୍ରି କରି ପାରିନାହାନ୍ତି। ଏହାବାଦ ରଣପୁର ପ୍ୟାକ୍ସ ବିଳମ୍ବରେ ମଣ୍ଡି ଖୋଲିଥିବାରୁ ନିର୍ଦ୍ଧାରିତ ୨୦୦୦ କୁଇଣ୍ଟାଲ ମଧ୍ୟରୁ ଏଯାଏ ମାତ୍ର ୮୨.୧ କୁଇଣ୍ଟାଲ ଧାନ ସଂଗ୍ରହ ହୋଇପାରିଛି। ସେହିପରି ନରହରିପୁର ପ୍ୟାକ୍ସରେ ନିର୍ଦ୍ଧାରିତ ୪୫୦୦ କୁଇଣ୍ଟାଲ ମଧ୍ୟରୁ ୬୭.୬ କୁଇଣ୍ଟାଲ ଧାନ ସଂଗୃହୀତ ହୋଇଛି। ତେବେ ସପ୍ତାହେ ପୂର୍ବରୁ ଜିଲାପାଳ ରଞ୍ଜନ କୁମାର ଦାସ ଧାନ ମଣ୍ଡି ଖୋଲି ନ ଥିବା ୨୪ଟି ପ୍ୟାକ୍ସ ସମ୍ପାଦକ ଓ କ୍ରୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବାବେଳେ କେତେକ ଅବ୍ୟବସ୍ଥା ଥିବା ଉତ୍ତରରୁ ସୂଚନା ମିଳିଛି। ଉଦାୟନାଥପୁର ଓ ଖରିଆ ପ୍ୟାକ୍ସକୁ ଧାନ ସଂଗ୍ରହର ଧାର୍ଯ୍ୟଲକ୍ଷ୍ୟ ମଳି ନ ଥିଲା। ରୁଦ୍ରପୁର ପ୍ୟାକ୍ସରେ ମାତ୍ର ୩୬ ଜଣ ଚାଷୀ ପଞ୍ଜୀକୃତ ହୋଇଥିବାରୁ ଏହାକୁ ସୁଜନପୁର ପ୍ୟାକ୍ସ ସହିତ ଟ୍ୟାଗ କରାଗଲା। ନିଜାମପୁର ପ୍ୟାକ୍ସରେ କେବଳ ରବି ଋତୁରେ ଧାନ ସଂଗ୍ରହ ହୋଇଥାଏ। ଏହି କାରଣରୁ ଲକ୍ଷ୍ୟଧାର୍ଯ୍ୟ ଦେବା ବିଳମ୍ବ ହେବା ସହ ଟୋକନ ଯୋଗାଇ ଦିଆଗଲା ନାହିଁ। ଏହିସବୁ ଟୋକନ ଯୋଗାଇ ଦେବାରେ ବିଳମ୍ବ ଯୋଗୁ ଧାନ ସଂଗ୍ରହ ପୂର୍ଣ୍ଣମାତ୍ରାରେ ହୋଇପାରି ନ ଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ଶରତ କୁମାର ମଲ୍ଲିକଙ୍କୁ ପଚାରିବାରେ, ଆସନ୍ତା ଫେବୃୟାରୀ ୧/୨ ତାରିଖ ସୁଦ୍ଧା ସମସ୍ତ ପ୍ୟାକ୍ସରେ ମଣ୍ଡି ଖୋଲିବାକୁ ବ୍ୟବସ୍ଥା କରାଯାଉଛି। ତଳିହା ପ୍ୟାକ୍ସରେ ଶୁକ୍ରବାର ମଣ୍ଡି ଖୋଲୁଛି। ତେବେ ଟୋକନ ଅଭାବରୁ କେତେକ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri