ଟୋକନ ନ ମିଳିବାରୁ ଖୋଲିନି ମଣ୍ଡି

ଯାଜପୁର ଅଫିସ,୩୧-୧:ଯାଜପୁର ଜିଲାରେ ଧାନ ସଂଗ୍ରହରେ ବିଳମ୍ବ କାରଣରୁ ଚାଷୀ ବହୁଳ ଭାବେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ପୂର୍ବରୁ ଧାନ ଅମଳ କରି ଚାଷୀ ଅଭାବ ଅନାଟନ ଯୋଗୁ ଦଲାଲ ହାତରେ କୁଇଣ୍ଟାଲ ପିଛା ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ କମ ଦରରେ ବିକ୍ରି କରିଥିବା ଜଣାପଡିଛି। ଏହାବାଦ ବିଳମ୍ବରେ ପ୍ୟାକ୍ସ ଖୋଲିବା ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ଏହିକ୍ରମରେ ଗତ ୨୩ ତାରିଖରେ ଯାଜପୁର ଜିଲାପାଳ ମଣ୍ଡି ଖୋଲି ନ ଥିବା ୨୪ଟି ପ୍ୟାକ୍ସର ସମ୍ପାଦକ ଓ କ୍ରୟ ଅଧିକାରୀଙ୍କ ନାମରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଇତିମଧ୍ୟରେ ୨୪ ରୁ ୨୦ ପ୍ୟାକ୍ସରେ ଧାନ ମଣ୍ଡି ଖୋଲି ସାରିଥିବାବେଳେ ଆହୁରି ୪ଟି ପ୍ୟାକ୍ସରେ ମଣ୍ଡି ଖୋଲି ନ ଥିବାରୁ ପଞ୍ଜୀକୃତ ୫୮୫ ଜଣ ଚାଷୀ ନାହିଁ ନ ଥିବା ସମସ୍ୟାରେ ରହିଛନ୍ତି। ତେବେ ଏହି ୪ଟି ପ୍ୟାକ୍ସ ସିଂହପୁର, ନିଜାମପୁର, ତଳିହା ଓ ମହିଶାରାକୁ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଟୋକନ ଯୋଗାଇ ଦିଆଯାଇ ନ ଥିବାରୁ ମଣ୍ଡି ଖୋଲାଯାଇ ନ ଥିବା ସୂଚନା ମିଳିଛି।
ଜିଲାର ଚାଷୀ ଯେପରି ଠିକ ସମୟରେ ମାର୍କେଟ ୟାର୍ଡରେ ଧାନ ବିକ୍ରି କରି ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ ସହାୟକ ମୂଲ୍ୟ ପାଇବେ ସେଥିପାଇଁ ପ୍ରତିବର୍ଷ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଧାନ ସଂଗ୍ରହ କମିଟି ବୈଠକରେ ଗୁରୁତ୍ୱାରୋପ ହେଉଛି। ଏହାସହ ଧାନ ସଂଗ୍ରହ ସମୟରେ ଯେପରି ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଏ, ଠିକ ସମୟରେ ମଣ୍ଡିରେ ଧାନ ଦେବା, ସହଜଭାବେ ପ୍ରାପ୍ୟ ପାଇବା ଉପରେ ପରାମର୍ଶ ଦିଆଯାଉଛି। କିନ୍ତୁ ପରିବର୍ତ୍ତୀ ସମୟରେ ଏହାର ଅନୁପାଳନ ହେଉଛି କି ନାହିଁ ତାହା ନୀରିକ୍ଷଣ କରାଯାଉ ନାହିଁ। ଗତ ବର୍ଷ ଭଳି ଚଳିତ ବର୍ଷ ଖରିଫ ଋତୁ ଧାନ ସଂଗ୍ରହ କ୍ଷେତ୍ରରେ ପୁଣି ଅବହେଳା ଦେଖାଦେଇଛି। ପୂର୍ବରୁ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଜିଲାର ଅଧିକାଂଶ ଚାଷୀ ନିର୍ଦ୍ଧାରିତ ମୂଲ୍ୟଠାରୁ ୫୦୦/୬୦୦ ଟଙ୍କା କମ୍‌ରେ କଷ୍ଟୋପାର୍ଜିତ ଧାନକୁ ମଧ୍ୟସ୍ଥି ହାତରେ ବିକ୍ରି କରି ସାରିଛନ୍ତି। ଏବେ ଯେଉଁ ଧାନ ସଂଗ୍ରହ ହେଉଛି ତାହା ଚାଷୀଙ୍କ ଟୋକନ ବଳରେ ମଧ୍ୟସ୍ଥିମାନେ ଧାନ ବିକ୍ରି କରୁଛନ୍ତି। ଚଳିତବର୍ଷ ୮ ଲକ୍ଷ ୫୫୦ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି। ଚଳିତ ମାସ ୨୮ ତାରିଖ ସୁଦ୍ଧା ୫୧୧୩୩୪.୧୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୧୩୪ଟି ପ୍ୟାକ୍ସ/ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବାବେଳେ ଏଯାଏ ୪ଟି ପ୍ୟାକ୍ସରେ ଆଦୌ ଧାନ ସଂଗ୍ରହ ହୋଇନାହିଁ। ଏଥିଯୋଗୁ ସିଂହପୁର ପ୍ୟାକ୍ସରେ ପଞ୍ଜୀକୃତ ୨୨୬ ଚାଷୀ, ନିଜାମପୁର ପ୍ୟାକ୍ସରେ ପଞ୍ଜୀକୃତ ୧୩୮ ଚାଷୀ, ତଳିହା ପ୍ୟାକ୍ସରେ ପଞ୍ଜୀକୃତ ୬୨ ଚାଷୀ ଓ ମହିଶରା ପ୍ୟାକ୍ସରେ ପଞ୍ଜୀକୃତ ୧୬୧ ଚାଷୀ ତାଙ୍କ ଧାନ ବିକ୍ରି କରି ପାରିନାହାନ୍ତି। ଏହାବାଦ ରଣପୁର ପ୍ୟାକ୍ସ ବିଳମ୍ବରେ ମଣ୍ଡି ଖୋଲିଥିବାରୁ ନିର୍ଦ୍ଧାରିତ ୨୦୦୦ କୁଇଣ୍ଟାଲ ମଧ୍ୟରୁ ଏଯାଏ ମାତ୍ର ୮୨.୧ କୁଇଣ୍ଟାଲ ଧାନ ସଂଗ୍ରହ ହୋଇପାରିଛି। ସେହିପରି ନରହରିପୁର ପ୍ୟାକ୍ସରେ ନିର୍ଦ୍ଧାରିତ ୪୫୦୦ କୁଇଣ୍ଟାଲ ମଧ୍ୟରୁ ୬୭.୬ କୁଇଣ୍ଟାଲ ଧାନ ସଂଗୃହୀତ ହୋଇଛି। ତେବେ ସପ୍ତାହେ ପୂର୍ବରୁ ଜିଲାପାଳ ରଞ୍ଜନ କୁମାର ଦାସ ଧାନ ମଣ୍ଡି ଖୋଲି ନ ଥିବା ୨୪ଟି ପ୍ୟାକ୍ସ ସମ୍ପାଦକ ଓ କ୍ରୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବାବେଳେ କେତେକ ଅବ୍ୟବସ୍ଥା ଥିବା ଉତ୍ତରରୁ ସୂଚନା ମିଳିଛି। ଉଦାୟନାଥପୁର ଓ ଖରିଆ ପ୍ୟାକ୍ସକୁ ଧାନ ସଂଗ୍ରହର ଧାର୍ଯ୍ୟଲକ୍ଷ୍ୟ ମଳି ନ ଥିଲା। ରୁଦ୍ରପୁର ପ୍ୟାକ୍ସରେ ମାତ୍ର ୩୬ ଜଣ ଚାଷୀ ପଞ୍ଜୀକୃତ ହୋଇଥିବାରୁ ଏହାକୁ ସୁଜନପୁର ପ୍ୟାକ୍ସ ସହିତ ଟ୍ୟାଗ କରାଗଲା। ନିଜାମପୁର ପ୍ୟାକ୍ସରେ କେବଳ ରବି ଋତୁରେ ଧାନ ସଂଗ୍ରହ ହୋଇଥାଏ। ଏହି କାରଣରୁ ଲକ୍ଷ୍ୟଧାର୍ଯ୍ୟ ଦେବା ବିଳମ୍ବ ହେବା ସହ ଟୋକନ ଯୋଗାଇ ଦିଆଗଲା ନାହିଁ। ଏହିସବୁ ଟୋକନ ଯୋଗାଇ ଦେବାରେ ବିଳମ୍ବ ଯୋଗୁ ଧାନ ସଂଗ୍ରହ ପୂର୍ଣ୍ଣମାତ୍ରାରେ ହୋଇପାରି ନ ଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ଶରତ କୁମାର ମଲ୍ଲିକଙ୍କୁ ପଚାରିବାରେ, ଆସନ୍ତା ଫେବୃୟାରୀ ୧/୨ ତାରିଖ ସୁଦ୍ଧା ସମସ୍ତ ପ୍ୟାକ୍ସରେ ମଣ୍ଡି ଖୋଲିବାକୁ ବ୍ୟବସ୍ଥା କରାଯାଉଛି। ତଳିହା ପ୍ୟାକ୍ସରେ ଶୁକ୍ରବାର ମଣ୍ଡି ଖୋଲୁଛି। ତେବେ ଟୋକନ ଅଭାବରୁ କେତେକ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri