ଆଦାୟ ହେଉଛି ରାଜସ୍ବ, ସୁଧୁରୁନି ହାଟର ଅବସ୍ଥା

ରସୁଲପୁର,୩୧-୧(ଡିଏନଏ):ସାପ୍ତାହିକ ହାଟ ଗ୍ରାମାଞ୍ଚଳ ଲୋକଙ୍କ ବିକାକିଣାର ମାଧ୍ୟମ ହୋଇଆସୁଛି। ଚାଷୀ, ବ୍ୟବସାୟୀ, ଖାଉଟି ସଭିଏଁ ଗାଁ ହାଟରେ ଏକାଠି ହୁଅନ୍ତି। ନିଜ ଆବଶ୍ୟକତା ମୁତାବକ ଜିନିଷ କାରବାର କରି ଫେରିଯାଆନ୍ତି। ଏକଦା ସାପ୍ତାହିକ ହାଟକୁ କାରବାର ପାଇଁ ଲୋକଙ୍କୁ ଅନେକ ବାଟ ଯିବାକୁ ପଡୁଥିଲା। ହାଟ ଗୋଟିଏ ସ୍ଥାନ ଯେଉଁଠି ସବୁପ୍ରକାର ମନପସନ୍ଦର ଜିନିଷ ମିଳିବାର ସୁଯୋଗ ସୃଷ୍ଟି କରୁଥିଲା। ଅତ୍ୟାଧୁନିକ ଯୁଗରେ ଗମନାଗମନର ସୁବିଧା ଯୋଗୁଁ ଗାଁ ଗଣ୍ଡାରେ ଛକ ବଜାରରେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇଯାଉଛି। ଆଉ ହାଟକୁ ଅପେକ୍ଷା କରିବାକୁ ପଡୁନାହିଁ। ବ୍ୟବସାୟୀମାନେ ଗାଡ଼ି ଧରି ଚାଷୀଙ୍କ କ୍ଷେତରେ ପହଞ୍ଚତ୍ ଯାଉଛନ୍ତି। ତଥାପି ହାଟର ଆବଶ୍ୟକତା ଯେ ରହିଛି ତାହାକୁ ଅସ୍ବୀକାର କରିହେବ ନାହିଁ। ହାଟର ବାର ଅନୁସାରେ ଲୋକେ କାରବାର ପାଇଁ ହାଟ ସ୍ଥଳରେ ଏକାଠି ହେଉଛନ୍ତି। ପ୍ରତିବର୍ଷ ହାଟଗୁଡିକୁ ନିଲାମ କରାଯାଉଛି। ଏ ବାବଦରେ ପଞ୍ଚାୟତଗୁଡିକ ରାଜସ୍ବ ଆଦାୟ କରୁଛନ୍ତି। ଏହାଛଡା ପଞ୍ଚାୟତଗୁଡିକର ଆୟ ବଢାଇବା ପାଇଁ ସରକାରୀ ଅନୁଦାନ ବି ଆସୁଛି। ଏ ସବୁ ସତ୍ତ୍ୱେ ପୁରୁଣା ସାପ୍ତାହିକ ହାଟର ଅବସ୍ଥା ସୁଧୁରିବା ବଦଳରେ ଭୁଶୁଡିବାରେ ଲାଗିଛି। ଏଭଳି ଚିତ୍ର ରସୁଲପୁର ବ୍ଲକ ଅଞ୍ଚଳରେ ଥିବା ୯ଟି ନିଲାମ ହାଟର ସ୍ଥିତି ପରଖିବାରୁ ସ୍ପଷ୍ଟ ହୋଇଯାଇଛି।
ପଞ୍ଚାୟତର ଭିତ୍ତିଭୂମି ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଞ୍ଚାୟତକୁ ପଞ୍ଚବର୍ଷିୟ ଯୋଜନାରେ ପଞ୍ଚାୟତଗୁଡିକୁ ଆସୁଥିବା ଅର୍ଥକୁ ମନଇଚ୍ଛା ଖର୍ଚ୍ଚ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତର ନିଜସ୍ବ ରାଜସ୍ବ ବୃଦ୍ଧି କରିବା ଦିଗରେ ପ୍ରାଧାନ୍ୟ ଦିଆଯାଇ ପ୍ରକଳ୍ପ ଚୟନ କରାଯିବ। ଉକ୍ତ ପ୍ରକଳ୍ପଗୁଡିକରୁ ରାଜସ୍ବ ଆଦାୟ ହେବ। ଉକ୍ତ ଅର୍ଥରେ ପଞ୍ଚାୟତର ଭିତ୍ତିଭୂମି ବିକାଶ କରାଯିବ ବୋଲି ଲକ୍ଷ୍ୟ ରହିଛି। ତେବେ ସରକାରଙ୍କ ଉଦେଶ୍ୟ ପଞ୍ଚାୟତଗୁଡିକରେ ଠିକ୍‌ ଭାବରେ ପାଳନ ହେଉ ନ ଥିବା ଜଣାପଡିଛି। ଏହିକ୍ରମରେ ଗ୍ରାମାଞ୍ଚଳ ସାପ୍ତାହିକ ହାଟଗୁଡିକର ସ୍ଥିତି ହିଁ ବାସ୍ତବ ଚିତ୍ର ବୟାନ କରୁଛି। ଏହି ବ୍ଲକର ନଠୁଆବର ପଞ୍ଚାୟତରେ ନଠୁଆବର ସାପ୍ତାହିକ ହାଟ, ବଡ କଇଁଚି ପଞ୍ଚାୟତରେ ମଧୁବନ ହାଟ, ସାମନ୍ତରାପୁରର ହାଟ, ରାଉତରାପୁର ପଞ୍ଚାୟତ ହାଟ, ଲକ୍ଷ୍ମୀନଗର ପଞ୍ଚାୟତର ତରାପୁର ହାଟ, ବାରବାଟୀ ପଞ୍ଚାୟତର ବାଙ୍କ ବିହାରୀ କୃଷକ ବଜାର, ବନ୍ଧଡିହ ହାଟ, ନରସିଂହପୁର ପଞ୍ଚାୟତର ହରିପୁର ହାଟ, କଲଣ ପଞ୍ଚାୟତ ହାଟ ପ୍ରମୁଖ ପଞ୍ଚାୟତ ଅଧୀନରେ ରହିଛି। ଏହି ହାଟଗୁଡିକରୁ ବର୍ଷକୁ ଲକ୍ଷାଧିକ ଟଙ୍କାର ରାଜସ୍ବ ଆଦାୟ ହେଉଛି। ସେଥିରୁ ଅଧିକାଂଶ ହାଟରେ ଭଙ୍ଗା ଚାଳିଆ, ଗଳିକନ୍ଦି ରାସ୍ତା, ଅଳିଆ ଆବର୍ଜନାକୁ ଠିକ୍‌ ଭାବେ ପରିଚାଳନା ନ କରିବା ଭଳି ସ୍ଥତି ଦେଖାଯାଉଛି। ପକ୍କା ପିଣ୍ଡି ଓ ଛାମୁଣ୍ଡିଆ ନ ଥିବାରୁ ବ୍ୟବସାୟୀମାନେ ଖରାବର୍ଷାରେ ବ୍ୟବସାୟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାଟ ମଧ୍ୟରେ ପକ୍କା ରାସ୍ତା ନ ଥିବାରୁ ଗ୍ରାହକମାନେ ବର୍ଷାଦିନରେ ନାନା ହଇରାଣ ହେଉଛନ୍ତି। ଏହାଛଡା ପ୍ରତ୍ୟେକ ପାଳିରେ ହାଟରୁ ବାହାରୁଥିବା ଅଳିଆଆବର୍ଜନାକୁ ଠିକ୍‌ ଭାବେ ପରିଚାଳନା କରାଯାଉ ନାହିଁ। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏ ସବୁ ସ୍ଥାନରେ ହାଟର ଭିତ୍ତିଭୂମୀ ସଜାଡିବା ଦିଗରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ଏହାଛଡା ବାରବାଟୀ ଗଣେଶ ବଜାରରେ ଥିବା ଆଞ୍ଚଳିକ କୃଷକ ବଜାର, ବ୍ରହ୍ମବରଦା ସାପ୍ତାହିକ ହାଟ, କୁଆଖିଆ ବଜାରର ଦୈନିକ ପରିବା ହାଟ, ଗୋପାଳପୁର ଗାଁ ବଜାରରେ ବସୁଥିବା ହାଟଗୁଡିକ ପଞ୍ଚାୟତ ଓ ବ୍ଲକ ଅଧିନରେ ନାହିଁ। ତେବେ ଏହି ହାଟଗୁଡିକର ତତ୍ୱାବଧାରକ କିଏ ଓ ସେଥିରୁ ଆଦାୟ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କେଉଁଆଡେ ଯାଉଛି; ସେଥିପ୍ରତି କାହାରି ନଜର ନାହିଁ। ଖୋଲାମେଲାରେ ଏ ସବୁ କାର୍ଯ୍ୟ ଚାଲୁଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ ସେ ନେଇ ସାଧାରଣରେ ସନ୍ଦେହ ପ୍ରକଟ ହୋଇଛି। ଦେଶରେ ମାନ୍ଦାବସ୍ଥା ଚାଲିଥିବାବେଳେ ଗରିବ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ମାହାସୁଲ ଆଦାୟ ହେଉଛି। ହେଲେ ତାହା ସର୍ବସାଧାରଣଙ୍କ ହିତରେ ଲାଗିପାରୁ ନାହିଁ। ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଅର୍ଥ ଆଦାୟ କରୁଥିବା ଅନୁଷ୍ଠାନଗୁଡିକର ବୈଧତାକୁ ପରଖିବା ସହ ଆୟବ୍ୟୟର ହିସାବ ସମୀକ୍ଷା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri