ଆରଆଇଙ୍କୁ ଅଟକ ରଖିଲେ ଗ୍ରାମବାସୀ

କଣିହାଁ,୩୧।୧(ଡି.ଏନ.ଏ.) – ଅନୁଗୋଳ ଜିଲା ବଡ଼ଗୁଣ୍ଡୁରୀ ରାଜସ୍ବ ନିରୀକ୍ଷକ ଏକ ଟ୍ରଷ୍ଟ ପାଇଁ ବୁଧବାର ଜଗା ଚିହ୍ନଟ କରିବା ନିମନ୍ତେ ବାରିହାପୁର ଗ୍ରାମକୁ ଯାଇଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ପରେ ପୋଲିସ ଓ ତହସିଲ ପ୍ରଶାସନ ପହଞ୍ଚି ବୁଝାଶୁଝା କରିବା ପରେ ଗ୍ରାମବାସୀ ଆର୍‌ଆଇଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମର ଭଜମନ ବେହେରା ଲାଇଭ କେୟାର ଟ୍ରଷ୍ଟ ନାମକ ଏକ ଅନାଥଶ୍ରମ ପାଇଁ କଣିହାଁ ବ୍ଲକ ବଡ଼ତ୍ରିବିଡା ପଞ୍ଚାୟତ ବାରିହାପୁର ଗ୍ରାମରେ ୧ ଏକର ସରକାରୀ ଜାଗା ଲିଜ୍‌ ପାଇଁ କଣିହାଁ ତହସିଲକୁ ଆବେଦନ କରିଥିଲେ। ଏ ନେଇ ବଡ଼ଗୁଣ୍ଡୁରୀ ରାଜସ୍ବ ନିରୀକ୍ଷକ ଗୋପବନ୍ଧୁ ବେହେରା ବୁଧବାର ଅପରାହ୍ନରେ ବାରିହାପୁର ଗ୍ରାମକୁ ଜାଗା ଚିହ୍ନଟ ପାଇଁ ଯାଇଥିଲେ। ଗ୍ରାମବାସୀଙ୍କ ଜୀବିକା ନିର୍ବାହରେ ସହାୟକ ହେଉଥିବା ପୁରୁଣା କାଜୁ ବଗିଚାରେ ଟ୍ରଷ୍ଟ ପାଇଁ ଜାଗା ଚିହ୍ନଟ ହେଉଥିବା ଖବରପାଇ ଶତାଧିକ ମହିଳା ପୁରୁଷ ପହଞ୍ଚି ବିରୋଧ ସହ ଆରଆଇ ଓ ସହକର୍ମୀମାନକୁ ଅଟକ ରଖିଥିଲେ। ଖବରପାଇ ତହସିଲଦାର ଅଂଶୁମାନ ଶତପଥୀ, କଣିହାଁ ଥାନା ଧିକାରୀ ପ୍ରଭାତ ତ୍ରିପାଠୀ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ଇଞ୍ଚେ ସରକାରୀ ଜାଗା କାହାକୁ ମଧ୍ୟ ଛଡ଼ା ଯିବ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିବା ସହ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଓ ଜିଲାପାଳଙ୍କୁ ଜଣାଇଥିବା କହିଛନ୍ତି। ଏ ନେଇ କଣିହାଁ ତହସିଲଦାର କହିଛନ୍ତି, ଅନାଥଶ୍ରମ ପାଇଁ ସରକାରୀ ଜାଗା ଲିଜ୍‌ରେ ଦେବାକୁ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ ଗ୍ରାମବାସୀ ବିରୋଧ କରି ଆରଆଇଙ୍କୁ ଅଟକ ରଖିଥିଲେ। ଅନାଥଶ୍ରମ ପାଇଁ ଏ ପର୍ଯ୍ୟନ୍ତ କୌଣସି ଜାଗା ପ୍ରଦାନ କରାଯାଇ ନାହିଁ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଆଗମୀ ପଦକ୍ଷେପ ନିଆଯିବ। କଣିହାଁ ଆଇଆଇଆସି ପ୍ରଭାତ ତ୍ରିପାଠୀ କହିଛନ୍ତି, ଖବରପାଇ ଯାଇଥିଲୁ। ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri