ଆମ ଜିଲା ଖବର

ପୂର୍ବତନ ଏମ୍‌ପି ମୋରିସ କୁଜୁରଙ୍କ ପରଲୋକ

ସୁନ୍ଦରଗଡ଼,୧୨।୧(ଡି.ଏନ୍‌.ଏ.): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ମୋରିସ କୁଜୁରଙ୍କ ରବିବାର ସକାଳେ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ…

ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ଘଟିଥିଲା। ପୁଞ୍ଜିଲାଲ ସମ୍ପ୍ରତି ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିଲେ।…

ପୁଣି ଶୀତରେ ଥରିଲା ସୋନପୁର: ତାପମାତ୍ରା ୪.୮ ଡିଗ୍ରୀ

ଭୁବନେଶ୍ୱର/ସୋନପୁର,୧୨।୧(ବ୍ୟୁରୋ/ନି.ପ୍ର.): ଅସହ୍ୟ ଶୀତରେ ପୁଣି ଥରିଛି ସୋନପୁର। ଏଠାରେ ରବିବାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୬, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡ଼ିରେ ୭.୨, ଝାରସୁଗୁଡ଼ାରେ ୮.୪,…

ଡମ୍ପର ଧକ୍କାରେ ବ୍ୟକ୍ତିଙ୍କ ଜୀବନଗଲା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ରାଜନଗର,୧୨।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମର ବନମାଳୀ ଓଝାଙ୍କ ବଡ଼ପୁଅ ଶରତ (୪୫)ଙ୍କ ଉପରେ ରବିବାର ପୂର୍ବାହ୍ନରେ ଏକ ଡମ୍ପର ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଡମ୍ପରଟି ଦ୍ରୁତଗତିରେ ଯିବା ସମୟରେ ଉତ୍ତ୍ୟେକ୍ତ ଗ୍ରାମବାସୀ ଡ୍ରାଇଭରଙ୍କୁ…

ଜାତୀୟ ଯୁବ ଦିବସ: ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ପୁରୀ ଅଫିସ,୧୨।୧: ଜାତୀୟ ଯୁବ ଦିବସ ଅବସରରେ ଦିଗବାରେଣୀ ଖୁଣ୍ଟିଠାରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ରବିବାର ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଛି। ଭାରତ ବିକାଶ ପରିଷଦ, ପୁରୀ ସେବାସମିତି, ରାମକୃଷ୍ଣ ମିଶନ, ନେହେରୁ ଯୁବକେନ୍ଦ୍ର, ମିଶନ ଓଡ଼ିଶା, ପୂଜ୍ୟପୂଜା ସଂସଦ, ଭାରତୀୟ ବିଦ୍ୟାର୍ଥୀ…

ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ: ଜଳିଗଲା ଫାଷ୍ଟଫୁଡ୍‌ ଦୋକାନ

ବ୍ରହ୍ମପୁର ଅଫିସ,୧୨।୧: ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଏକ ଫାଷ୍ଟଫୁଡ୍‌ ଦୋକାନରେ ରବିବାର ପୂର୍ବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ଦୋକାନ ସହ ସେଠାରେ ଥିବା ସମସ୍ତ ଆସବାବପତ୍ର ଜଳିଯାଇଛି। ସୌଭାଗ୍ୟବଶତଃ ଦୋକାନ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ…

ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ, ତାପମାତ୍ରା ୭ ଡିଗ୍ରୀ

ଦାରିଙ୍ଗବାଡ଼ି,୧୨।୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଶନିବାର ତାପମାତ୍ରା ୯ ଡିଗ୍ରୀ ତଳେ ରହିଥିବା ବେଳେ ରବିବାର ସକାଳେ ୭ ଡିଗ୍ରୀ ହୋଇଛି। ଦାରିଙ୍ଗବାଡ଼ି ସମେତ ଦାସିଂବାଡ଼ି,କାଣ୍ଡାପା,ସିମନବାଡ଼ି, କିଲାବାଡି,ଲଦପଙ୍କା,ଗ୍ରୀନବାଡ଼ି,ଦାସିକେତା,ପ୍ଳିହେରୀ ଆଦି ଅଞ୍ଚଳରେ…

ଜେଡ୍‌ଏସ୍‌ଆଇ ସହ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଏମ୍‌ଓୟୁ: ଉଚ୍ଚଶିକ୍ଷା ପାଇଁ ବାଟ ଫିଟିଲା

କଟକ ଅଫିସ,୧୨ା୧: ଭାରତର ଏକ ପୁରାତନ ତଥା ୧୦୩ ବର୍ଷର ସଂସ୍ଥା ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ର ବିଶିଷ୍ଟ ବୈଜ୍ଞାନିକମାନଙ୍କ ନିକଟରୁ ଶିକ୍ଷା ହାସଲ କରିବାର ସୁଯୋଗ ଏବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ପାଇବେ। ଏ ନେଇ ଜେଡ୍‌ଏସ୍‌ଆଇ ଓ ରେଭେନ୍‌ଶା…

ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା

ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର ବିଭିନ୍ନ ସମୟରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ହେଲେ ସେଭଳି କିଛି ଆଶାନୁରୂପ ସୁଫଳ ମିଳୁନାହିଁ।…

ଟଙ୍କା ନେଇ ନିର୍ମାଣ କଲେନି ଗୃହ: ୨୨୭ ହିତାଧିକାରୀ ଫେରାଇଲେ ୩୩ ଲକ୍ଷ

କଟକସଦର,୧୨ା୧(ଡି.ଏନ୍‌.ଏ.): ଇନ୍ଦିରା ଆବାସ ନିର୍ମାଣ ପାଇଁ ୨୦୦୦ରୁ ୨୦୧୪ ମସିହା ମଧ୍ୟରେ କାର୍ଯ୍ୟାଦେଶ ଏବଂ ଅନୁଦାନ ପାଇବା ସତ୍ତ୍ୱେ ଯେଉଁମାନେ ଗୃହ ନିର୍ମାଣ କରିନାହାନ୍ତି, ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ସୁବିଧା ଘୋଷଣା କରାଯାଇଥିଲା ା ନେଇଥିବା ଟଙ୍କା…

କୟଳପଡ଼ାରେ ହାତୀ, ଲୋକେ ଭୟଭୀତ

ଚୌଦ୍ୱାର,୧୨ା୧(ଡି.ଏନ୍‌.ଏ.): ଦୀର୍ଘଦିନ ଧରି ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଉପଦ୍ରବ ଚଳାଇଥିଲେ। କିଛିଦିନର ନୀରବତା ପରେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଚଷାପଡା ଗ୍ରାମର ସୁବ୍ରତ ରାଉତ…

ପରମହଂସ ସେତୁରେ ଲୁଟେରାଙ୍କ ଦୌରାତ୍ମ୍ୟ

କଟକସଦର,୧୨ା୧(ଡି.ଏନ୍‌.ଏ.): କାଠଯୋଡ଼ି ନଦୀର ପରମହଂସ ସେତୁରେ ରାତିରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ କେତେଜଣ ଯୁବକ ସେତୁ ଉପରେ ଆଡ୍ଡା ଜମାଉଛନ୍ତି। ଫଳରେ ପରମହଂସ, ଗୋବିନ୍ଦପୁର, ରାଉତ୍ରାପୁର, କଳପଡ଼ା ଅଞ୍ଚଳର ଲୋକମାନେ ଯିବା ଆସିବାରେ ନିରାପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?