୧୦ରୁ ଉତ୍ସବ ପ୍ରଧାନପାଟ : ଅଂଶଗ୍ରହଣ କରିବେ ୭୫୦ରୁ ଊଦ୍ଧ୍ୱର୍ର୍ କଳାକାର

ଦେବଗଡ଼, ୯।୨(ଡି.ଏନ.ଏ.)- ଆଗାମୀ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହେବାକୁ ଥିବା ଉତ୍ସବ ପ୍ରଧାନପାଟ -୨୦୨୦ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏ ସମ୍ପର୍କରେ ଶନିବାର ଓସ୍‌ୱାନ ପ୍ରକୋଷ୍ଠରେ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ସୂଚନା ପ୍ରଦାନ କରାଯାଇଛି। ଏହି ସୂଚନା ଅନୁଯାୟୀ ଚଳିତବର୍ଷ ଏହି ଉତ୍ସବ ପାଳନ ନିମନ୍ତେ ୧୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ୧୦ତାରିଖ ଉଦ୍‌ଘାଟନୀ ଦିବସରେ ସ୍ଥାନୀୟ କନକଦୁର୍ଗା ମନ୍ଦିର ପରିସରରୁ ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ବାହାରି ପ୍ରଧାନପାଟ ପର୍ଯ୍ୟନ୍ତ ଯିବା ସହ ଅଧିଷ୍ଠାତ୍ରୀ ମା’ ପ୍ରଧାନପାଟେଶ୍ୱରୀଙ୍କ ପୀଠରେ ପହଞ୍ଚତ୍ବ। ସେଠାରୁ ଆଜ୍ଞାମାଳ ଅଣାଯିବା ପରେ ମୁକ୍ତାକାଶ ସାଂସ୍କୃତିକ ମଞ୍ଚରେ ମଶାଲ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ରାଜ୍ୟ ବାହାରୁ ୩ଟି ଖ୍ୟାତନାମା ସାଂସ୍କୃତିକ ଦଳ, ରାଜ୍ୟର ୨୦ଟି ଓ ଜିଲାର ୯ଟି ଦଳ ସମେତ ମୋଟ ୩୨ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ କୋଲକାତାର ସୋମା କୁଣ୍ଡୁ ଓ ଗ୍ରୁପ, ଛତିଶଗଡର ସରସ୍ବତୀ କଳା ନିକେତନ ରହିଥିବା ଜଣାପଡିଛି। ସେହିପରି ବଲାଙ୍ଗୀରର ଢାପ ନୃତ୍ୟ, ଜଟଣୀର କଥକ ଓ ମଣିପୁରୀ, ଝାରସୁଗୁଡାର ଝୁମେର ନୃତ୍ୟ, ବାଙ୍କୀର ଫ୍ୟୁଜନ, କେନ୍ଦ୍ରାପଡାର ପାଟୁଆ ନାଚ, ତୁଷୁରାର ଘୁଡକା ନାଚ, କଳାହାଣ୍ଡିର ସିଙ୍ଗାରୀ ଚାଙ୍ଗୁ ଓ ଘୁମୁରା, ବରଗଡର ପରଭା ନୃତ୍ୟ, ଗଜପତି, କୁଚିଣ୍ଡା,ସମ୍ବଲପୁର ଓ ଦେବବଗଡ ଜିଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଆଦି ୩୨ ଗୋଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ଲୋକ ନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ା ଏହି ଅବସରରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଓରମାସ ପକ୍ଷରୁ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ଓ ଏଥିରେ ୨୩୦ ଟି ଷ୍ଟଲ ଖୋଲାଯିବ। ଏଥିସହ ଫୁଡପ୍ଲାଜା ଓ କୃଷିବିଭାଗ ପକ୍ଷରୁ କୃଷିମେଳା ଓ କୃଷକ ପାଠଶାଳା ଓ ପୁସ୍ତକ ମେଳାସହ କବି ସମ୍ମିଳନୀର କାର୍ଯ୍ୟକ୍ରମ ରହିଛି ବୋଲି ଜିଲାପାଳ ସାମାଲ ଏହି ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଉପ ଜିଲାପାଳ ବ୍ରଜବନ୍ଧୁ ଭୋଇ, ସହକାରୀ ଜିଲାପାଳ କୈବଲ୍ୟ କର, ଦେବଗଡ ପୌରପରିଷଦ ଅଧିକାରୀ କୁଞ୍ଜବନ ପ୍ରଧାନ ଏବଂ ଓରମାସ୍‌ର ଡିଏସ୍‌ଏମଏସ୍‌ ସୁବଳ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ା ଶେଷରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ମହାବୀର ପର୍ବତ ଛାଡି ଉଦାରମା ଜଙ୍ଗଲ ଗଲେ ୨୬ ଟିକିଆ ହାତୀପଲ

ବଡ଼ଗାଁ,୧୧ା୯(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ମହାବୀର ପର୍ବତରେ ମାସେ ହେଲା ଅବସ୍ଥାନ କରିଥିବା ୨୬ ଟିକିଆ ହାତୀପଲ ମହାବୀର ପର୍ବତରୁ ବାହାରି…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?