ଆମ ଜିଲା ଖବର

ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଘଟଣ: ରୋଗୀଙ୍କ ଉପରେ ପଡ଼ିଲା କଂକ୍ରିଟ୍‌ ଖଣ୍ଡ, ୩ ଆହତ

ନିମାପଡ଼ା,୧୨ା୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଓ୍ବାର୍ଡର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସିପଡ଼ିବା ଯୋଗୁ ୨ ଜଣ ମହିଳା ରୋଗୀଙ୍କ ସହ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ…

ନିଜ ମାତୃଭାଷା ସ୍ବର୍ଗଠାରୁ ମହାନ

ପୁରୀ ଅଫିସ, ୧୨ା୧: ଆଦିକବି ସାରଳା ଦାସ ସମ୍ମିଳନୀ ଅବସରରେ ଶ୍ରୀକ୍ଷେତ୍ରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟଠାରୁ ମାଉସୀମା ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା। ଉପଜିଲାପାଳ ଭବତାରଣ ସାହୁ ଓ ଟ୍ରାଫିକ ଡିଏସ୍‌ପି ଏମ୍‌.…

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ ଅଫିସ, ୧୨ା୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ଏକ ଘରୋଇ ବ୍ୟାଙ୍କରେ ରଖାଯିବା ଘଟଣାକୁ ତୀବ୍ର ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶନିବାର ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ…

ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ କଂସ: ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ

ପୁରୀ ଅଫିସ, ୧୨ା୧: ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶନିବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ ସାରି ପ୍ରାୟଶ୍ଚିତ୍ତ କରିଛନ୍ତି। ଅଭିନୟରେ ଭଗବାନ କୃଷ୍ଣ ବଳାରାମଙ୍କ ଉଦ୍ଦେଶ୍ୟରେ ଦେଇଥିବା…

ଐତିହ୍ୟକୁ ଭୁଲିଲେ, ସଂସ୍କୃତି ହଜିଯିବ

ପୁରୀ ଅଫିସ,୧୨।୧ : ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ରର ନାମ ପୁରୁଷୋତ୍ତମ କ୍ଷେତ୍ର ବୋଲି ରହିଛି। ଏପରିକି ପୁରୀର ୪୨ଟି ନାମ ରହିଛି। ପ୍ରତ୍ୟେକ ନାମ ପଛରେ ଏକ ଇତିହାସ ରହିଛି। ତୀର୍ଥରାଜ ମହୋଦଧି, ୪ ପୁଷ୍କରିଣୀ, ପ୍ରାଚୀନ ମଠ ସଂସ୍କୃତି, ଐତିହ୍ୟ…

ବିନା ପଞ୍ଜିକୃତ ସଫେଇ ଗାଡ଼ିରୁ ଜରିମାନା ଆଦାୟ

ପୁରୀ ଅଫିସ,୧୨ା୧: ବିନା ପଞ୍ଜୀକରଣରେ ଅଳିଆ ନେଉଥିବା ଏକ ସଫେଇ ଗାଡ଼ିରୁ ପୁରୀ ପୌରସଂସ୍ଥା ଏନଫୋର୍ସମେଣ୍ଟ ସ୍କ୍ବାଡ ଜରିମାନା ଆଦାୟ କରିଛି। ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପୂର୍ବରୁ ଏକାଧିକ ଗାଡ଼ି…

ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗାଗଲା ରମାମଣି ଲଜ୍‌

ପୁରୀ ଅଫିସ,୧୨ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜୋର୍‌ ଧରିଛି ଉଚ୍ଛେଦ ଅଭିଯାନ। ପ୍ରଶାସନ ପକ୍ଷରୁ ଶୁକ୍ରବାର ଉତ୍ତର ଏବଂ ପଶ୍ଚିମ ଦ୍ୱାର ନିକଟରେ ୬ଟି ଘରୋଇ ପ୍ଲଟ ଭଙ୍ଗାଯାଇଥିବାବେଳେ ଶନିବାର ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଉଚ୍ଛେଦ କରାଯାଇଛି। ଦକ୍ଷିଣ…

ଭାରତୀୟ ନୌସେନା ବିଭାଗ : ୨୯୮୩ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂଆଉଟ୍‌ ପରେଡ୍‌

ବାଲୁଗାଁ,୧୨।୧(ଡି.ଏନ୍‌.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ୍‌ କେନ୍ଦ୍ରରେ ଶନିବାର ୨୯୮୩ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି। ଏହାସହ ସେମାନଙ୍କୁ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ଦୀର୍ଘ ୨୧ ସପ୍ତାହ ଧରି ନାବିକଙ୍କ ଏହି ମୂଳ ପ୍ରଶିକ୍ଷଣର…

ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅବ୍ୟବସ୍ଥାରେ ପରୀକ୍ଷା ଦେଇଛନ୍ତି। ଶ୍ରେଣୀ ଗୃହ ଅଭାବ, ଡେସ୍କ ବେଞ୍ଚର…

ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ ଦୁଇ ଦିନ ଧରି ପୁରୀ ଜିଲା ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମୟୂରଭଞ୍ଜ…

କାକର ସାଙ୍ଗକୁ ଘନ କୁହୁଡ଼ି

ଉଦଳା, ୧୨।୧ (ଡି.ଏନ.ଏ.) – ଶିମିଳିପାଳ ପାଦଦେଶରେ ଅବସ୍ଥିତ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡରେ ଏବେ ରାତିରେ ପ୍ରବଳ କାକର ପଡୁଥିବା ବେଳେ ସକାଳେ ଘନ କୁହୁଡିର ଚାଦର ସବୁ ଅଞ୍ଚଳକୁ ଢାଙ୍କି ରଖିଛି। ଦୁଇ ଦିନ ପୂର୍ବରୁ ବର୍ଷା ହୋଇ…

ଜାଳ ସଂଗ୍ରହ ବେଳେ ମିଳିଲା ଶିବଲିଙ୍ଗ

ଖଇରା, ୧୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସାଦିକପୁର ଗ୍ରାମର ମୋହନ ମହାନ୍ତି ଜାଳ ଉଦ୍ଦେଶ୍ୟରେ ମାଉସୀ ବାଡି ମନ୍ଦିର ନିକଟରେ ଥିବା ପୋଲ କଡରେ କିଛି ଅମରିଗଛ କାଟି ଶୁଖାଇଥିଲେ। ଇତିମଧ୍ୟରେ ମୋହନ ମହାନ୍ତିଙ୍କ ପରଲୋକ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?