ଗାଡ଼ି ସ୍ପିଡରେ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର,୧୩ା୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବାରୁ ବିଭିନ୍ନ ଗାଡ଼ିର ସ୍ପିଡ୍‌ ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲା ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ମୋଟର ଭେହିକିଲ୍‌ ଆକ୍ଟ ୧୯୮୮ର ସେକ୍ସନ ୧୧୨(୨), ଓଡିଶା ମୋଟର ଭେହିକିଲ ରୁଲ୍ସ ୧୯୯୩ର ରୁଲ୍‌ ୧୭୩ରେ ଥିବା ନିଜର କ୍ଷମତାର ପ୍ରୟୋଗ କରି ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ କେଉଁ ଗାଡ଼ି କେଉଁ ରାସ୍ତାରେ କେତେ ବେଗରେ ଚଳାଚଳ କରିବ ସେ ସମ୍ପର୍କରେ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । କେବଳ ଗଞ୍ଜାମ ଜିଲା ମଧ୍ୟରେ ଏହି କଟକଣା ଜାରି କରାଯାଇଛି । ଅନ୍ୟପକ୍ଷରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡ଼ି ନିମନ୍ତେ ଏହି କଟକଣା ଲାଗୁ ହେବନି ବୋଲି ସ୍ପଷ୍ଟ କରାଯାଇଛି ।
ଜିଲାରେ ବିଭିନ୍ନ ସମୟରେ ଜାତୀୟ ରାଜପଥଠାରୁ ଆରମ୍ଭ କରି ରାଜ୍ୟ ରାଜପଥ ଓ ବିଭିନ୍ନ ରାସ୍ତାରେ ଦୁର୍ଘଟଣା ବଢୁଛି ା ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି ା ପ୍ରତି ମାସରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଏହାର ସମୀକ୍ଷା କରାଯିବା ସହ ଦୁର୍ଘଟଣା ନେଇ ଚିନ୍ତା ପ୍ରକଟ କରାଯାଉଛି ା ତଥାପି ସ୍ଥିତିରେ ସୁଧାର ଆସୁନି ା ତେଣୁ ଜିଲାପାଳ ତଥା ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷ ଭାବେ ବିଭିନ୍ନ ଆଇନ୍‌ର କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ନେଇଛନ୍ତି। ଏଣିକି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଦୁଇ ଚକିଆଯାନର ଘଣ୍ଟାପ୍ରତି ବେଗ ୫୦ କି.ମି., ସହରାଞ୍ଚଳ ଅଧୀନ ରାସ୍ତାରେ ୩୦ କି.ମି. ଏବଂ ଅନ୍ୟ ରାସ୍ତାଗୁଡ଼ିକରେ ଘଣ୍ଟାପ୍ରତି ୪୦ କି.ମି. ବେଗରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜାତୀୟ ରାଜପଥରେ ଚାରି ଚକିଆ ଯାନର ଘଣ୍ଟାପ୍ରତି ବେଗ ୮୦ କି.ମି., ରାଜ୍ୟ ରାଜପଥରେ ୭୦ କି.ମି., ସହରାଞ୍ଚଳ ରାସ୍ତାରେ ୩୦ କି.ମି. ଓ ଅନ୍ୟ ରାସ୍ତାରେ ବେଗ ୪୦ କି.ମି. ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଭାରିଯାନ (ଯାତ୍ରୀବାହୀ ଓ ମାଲ ପରିବହନ) ଜାତୀୟ ରାଜପଥରେ ୬୦ କି.ମି., ରାଜ୍ୟ ରାଜପଥରେ ୫୦ କି.ମି., ସହରାଞ୍ଚଳ ରାସ୍ତାରେ ୨୫ କି.ମି. ଏବଂ ଅନ୍ୟ ରାସ୍ତାଗୁଡ଼ିକରେ ଘଣ୍ଟାପ୍ରତି ୩୦ କି.ମି. ବେଗରେ ଚଳାଇବା ବାଧ୍ୟତାମୂଳକ କରାଯାଇଛି ା ଏହି ନିର୍ଦ୍ଦେନାମାକୁ କାର୍ଯ୍ୟକାରୀ ଓ ମନିଟରିଂ କରିବାକୁ ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପି, ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ଉପଜିଲାପାଳ, ଏନଏଚ୍‌ଏଆଇ, ଆର୍‌ଡି, ରାସ୍ତା ଓ କେଠାବାଡି ବିଭାଗ ଏବଂ ଆରଟିଓଙ୍କୁ ପଠାଯାଇଛି। ଏଥିସହ ଆଗାମୀ ଓଡିଶା ଗେଜେଟ୍‌ରେ ଏହି ନୋଟିଫିକେଶନକୁ ପ୍ରକାଶନ କରିବା ପାଇଁ ଚିଠି ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗୀୟ କମିଶନର ତଥା ସଚିବଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ରେ ଗଞ୍ଜାମ ଜିଲାର ବିଭିନ୍ନ ରାସ୍ତାରେ ୭୮୩ଟି ଦୁର୍ଘଟଣା ଘଟି ୩୮୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜାତୀୟ ରାଜପଥରେ ଦୁର୍ଘଟଣାରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ରାଜପଥରେ ୨୪୦ ଜଣଙ୍କର ଜୀବନ ଯାଇଥିଲା ା ସେହିପରି ୨୦୧୮ରେ ଜିଲାର ବିଭିନ୍ନ ରାସ୍ତାରେ ୭୩୮ ଦୁର୍ଘଟଣା ଘଟି ୩୮୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮୯ ଜଣ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

ବିଧାୟକ ସୁବାସ ଚନ୍ଦ୍ର ବେହେରା ଖେଳିଲେ ହୋଲି

ଛତ୍ରପୁର,୨୬।୩(ଦିଲ୍ଲୀପ ସାମଲ ): ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ ଗଞ୍ଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri