ତାଲିକା ପ୍ରକାଶ ପରେ କୁହୁଳୁଛି ଅସନ୍ତୋଷ

ବେଗୁନିଆ, ୧୩ା୨(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିଥିଲେ। ଏମାନଙ୍କ ପାଇଁ ନୂତନ ଗୃହ ପ୍ରଦାନ ନିମନ୍ତେ ନାମ ତାଲିକା ପ୍ରକାଶ ପାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶାଙ୍କ ପତ୍ର ସଂଖ୍ୟା ୩୨୬୮ରେ ଜାନୁୟାରୀ ୭ ରେ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ପଞ୍ଚାୟତଓ୍ବାରି ହିତାଧିକାରୀ ଚୟନ କରାଯାଇଛି। ବେଗୁନିଆ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଡିଓଙ୍କ ପକ୍ଷରୁ ନୂତନ ତାଲିକା ପଞ୍ଚାୟତ କାର୍ଯ୍ୟାଳୟର ବିଜ୍ଞାପନ ଫଳକ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍ବାସ୍ଥ୍ୟକାନ୍ଥ, ବିଦ୍ୟାଳୟ କାନ୍ଥ ଏବଂ ସର୍ବସାଧାରଣ ସ୍ଥାନରେ ଲଟକା ଯାଇଛି। ଅନ୍ୟପକ୍ଷରେ ଯଦି କେଉଁ ହିତାଧିକାରୀଙ୍କ କୌଣସି ଆପତ୍ତି ଅଭିଯୋଗ ଥାଏ, ତେବେ ସେ ସମ୍ପର୍କରେ ଲିଖିତ ଭାବେ ବ୍ଲକ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ଚଳିତମାସ ୧୦ରୁ ୧୬ ତାରିଖ ମଧ୍ୟରେ ଦାଖଲ କରିପାରିବେ। ପୁଣି ସେହି ପୂର୍ବଭଳି ଅନିୟମିତା ହୋଇଥିବାରୁ ପ୍ରକୃତ ହିତାଧିକାରୀମାନଙ୍କ ସ୍ବର ବ୍ୟାପକ ହେବାରେ ଲାଗିଛି। ଏପରି କି ଏହି ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ସମସ୍ତ ଯୋଗ୍ୟତା ହାସଲ କରୁଥିବା ବହୁ ଗରିବ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ଭଙ୍ଗା କୁଡ଼ିଆ ତଳେ ବାସ କରୁଥିବା ଲୋକଙ୍କୁ ଅଣଦେଖା କରି ୨ ମହଲା କୋଠା ଥିବା ବ୍ୟକ୍ତିଙ୍କ ନାମ ତାଲିକାରେ ଉଲ୍ଲେଖ ରହିଛି। ସେହିପରି କେତେଜଣ ପ୍ରକୃତ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯାଇଛି। ଗୋଟିଏ ପରିବାର ଏକାଧିକ ସଦସ୍ୟଙ୍କ ନାମ ମଧ୍ୟ ନୂଆ ତାଲିକାରେ ପ୍ରକାଶ ପାଇଥିବା ଜଣାପଡିଛି। ତେବେ ଚୟନ ତାଲିକାରେ ଦେଖାଦେଇଥିବା ବ୍ୟତିକ୍ରମ ପୁଣି ସେହି ଗାଁ ଦଲାଲଙ୍କ ଯୋଗୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ବ୍ଲକ ଅଧୀନ ଗଡ଼ମାଣତୀର, ପୋଡ଼ାଡିହ, କୁଞ୍ଜୁରୀ, ସିମୋର, ବୋତଳମା, ରାଧାକାନ୍ତପୁର ଆଦି ପଞ୍ଚାୟତ ଅଞ୍ଚଳରେ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ହୋଇଥିବା ଖବର ‘ଧରିତ୍ରୀ’ରେ ବାରମ୍ବାର ପ୍ରକାଶ ପାଇଥିଲା। ଏହାକୁ ନେଇ ଆଉ ଥରେ ସର୍ଭେ କରାଯାଇ ନୂତନ ତାଲିକା ଚୟନ କରାଯିବ ବୋଲି ଖୋର୍ଦ୍ଧା ଜିଲାପାଳଙ୍କ ପକ୍ଷରୁ ଆଦେଶନାମା ପ୍ରକାଶ ପାଇଥିଲା। ଜିଲାର ଅନ୍ୟ ବ୍ଲକ ଅଞ୍ଚଳର ଅଧିକାରୀ ଏବଂ କର୍ମଚାରୀମାନେ ଆସି ଏହି ବ୍ଲକର ବିଭିନ୍ନ ଗଁ।କୁ ଗଁ। ବୁଲି ହିତାଧିକାରୀ ଚୟନ କରାଯାଇଥିଲା। ସେହି ଚୟନକାରୀଙ୍କ ଦଳରେ ଗଁ। ଦଲାଲ ବୁଲୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବେଗୁନିଆ ବିଡିଓ ରଶ୍ମିରେଖା ଦାସ କୁହନ୍ତି, ଯଦି ଏହି ନୂତନ ଚୟନ ତାଲିକା ଉପରେ କୌଣସି ହିତାଧିକାରୀ ଅଭିଯୋଗ କରିବାର ଅଛି, ତେବେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଦାଖଲ କରିପାରିବେ। ବ୍ଲକ ପକ୍ଷରୁ ସେମାନଙ୍କ ଅଭିଯୋଗକୁ ତଦାରଖ କରାଯାଇ ବିଚାରକୁ ନିଆଯିବ, ଏଥିରେ କିଛି ବ୍ୟସ୍ତ ହେବାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri