ପର୍ଯ୍ୟଟନସ୍ଥଳୀରେ ମିଳୁନି ବିଶୁଦ୍ଧ ପାନୀୟଜଳ

କେନ୍ଦୁଝର, ୧୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ଅନେକଗୁଡିଏ ପର୍ଯ୍ୟଟନସ୍ଥଳ ରହିଛି। ସେଥିମଧ୍ୟରୁ ୧୭ଟି ପର୍ଯ୍ୟଟନସ୍ଥଳୀ ସରକାରୀ ମାନ୍ୟତା ପାଇ ସାରା ରାଜ୍ୟରେ ପ୍ରସିଦ୍ଧିଲାଭ କରିଛି। ଏଥିମଧ୍ୟରୁ ଜିଲାର କେତୋଟି ପର୍ଯ୍ୟଟନସ୍ଥଳୀ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ପର୍ଯ୍ୟଟନସ୍ଥଳୀଗୁଡିକରେ ଅନ୍ୟାନ୍ୟ ସୁବିଧା ସୁଯୋଗ ସାଙ୍ଗକୁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନ ଥିବା କାରଣରୁ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ପର୍ଯ୍ୟଟକ ରୋଷେଇ ପାଇଁ ଏବଂ ପିଇବା ପାଇଁ ସାଙ୍ଗରେ ଶୁଦ୍ଧ ପାନୀୟ ଜଳ ଆଣୁୁଥିବା ନଜରକୁ ଆସୁଛି। କେନ୍ଦୁଝର ଜିଲା ଏକ ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଜଣାଶୁଣା। ଜିଲାର ବିଭିନ୍ନ ନଦୀ ନାଳରେ ମ୍ୟାଲେରିଆ ଜୀବାଣୁ ପ୍ରବାହିତ ହେଉଥିବା ଅନେକ ସମୟରେ ଖବର କାଗଜରେ ପୃଷ୍ଠା ମଣ୍ଡନ କରିଥାଏ। ତେଣୁ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହାକୁ ଆଖି ଆଗରେ ରଖି ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପାଣି ପିଇବାକୁ ସଙ୍କୋଚ ପ୍ରକାଶ କରୁଥିବାବେଳେ ଶୁଦ୍ଧ ପାନୀୟ ଜଳର ଅଭାବ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। କେତୋଟି ପର୍ଯ୍ୟଟନସ୍ଥଳକୁ ଛାଡି ଦେଲେ ଅନ୍ୟ ସ୍ଥାନ ଗୁଡ଼ିକରେ ପାନୀୟଜଳର ସେପରି କୌଣସି ବ୍ୟବସ୍ଥା ନାହିଁ। ପାନୀୟଜଳ ତ ଛାଡ଼ ସ୍ଥାନ ଗୁଡ଼ିକର ମଧ୍ୟ ସେପରି କୌଣସି ବିକାଶ ହେଉନାହିଁ। ଯେଉଁ କେତେକ ସ୍ଥାନରେ ନଳକୂପ ସ୍ଥାପନ ହୋଇଛି, କେଉଁଠି ତାହା ଭାଙ୍ଗି ରୁଜି ଗଲାଣି ତ ଆଉ କେଉଁଠି ଅଚଳ ହୋଇ ପଡିଲାଣି। କେତେକ ସ୍ଥାନର ନଳକୂପରେ ଲୌହଯୁକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁ ଥିବାରୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଜିଲାକୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ଆଗମନ କାରଣରୁ ଏହି ଶିଳ୍ପ ଉପରେ ନିର୍ଭରଶୀଳ ବ୍ୟବସାୟୀ, ସାଧାରଣ ଲୋକ, ଗାଡିମୋଟର ବ୍ୟବସାୟୀ, ହୋଟେଲ ବ୍ୟବସାୟୀ, ଛୋଟ ଦୋକାନୀ ସମେତ ଅନେକ ଲୋକ କର୍ମସଂସ୍ଥାନ ପାଇଥାନ୍ତି। କିନ୍ତୁ ପର୍ଯ୍ୟଟକମାନଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ଅଭାବ ଯୋଗୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ପର୍ଯ୍ୟଟନସ୍ଥଳୀଗୁଡିକରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କଲେ ପର୍ଯ୍ୟଟକମାନେ ଉପକୃତ ହୋଇପାରନ୍ତେ ବୋଲି ମତପୋଷଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?