ସୁପାରିକିଲର ମାମୁଦ ଏନଏସ୍‌ଏରେ ଭର୍ତ୍ତି: ୧୪ଟି ଅପରାଧ ସହ ସମ୍ପୃକ୍ତ

ବାଲେଶ୍ୱର ଅଫିସ,୧୩।୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ଅଞ୍ଚଳର ସୁପାରିକିଲର ସେକ ମାମୁଦ (୨୪)ଙ୍କୁ ଜିଲା ମାଜିଷ୍ଟ୍ରେଟ୍‌ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅନୁମୋଦନକ୍ରମେ ଗୁରୁବାର ଏନଏସଏ(ଜାତୀୟ ନିରାପତ୍ତା ଆଇନ)ରେ ଭର୍ତ୍ତି କରାଯାଇଛି। ଏନେଇ ଡିଏସ୍‌ପି ମନୋଜ ମନୋଜ ରାଉତ ସୂଚନା ଦେଇଛନ୍ତି।
ସେକ ମାମୁଦ ଗତ ୨୦୧୩ରୁ ଦୀଘାଠାରେ ଗୋପାଳଗାଁର ହେମନ୍ତ ମହାପାତ୍ରଙ୍କ ହତ୍ୟା ଘଟଣାରୁ ଆରମ୍ଭ କରି ୨୦୧୯ ଅକ୍ଟୋବର ୧୯ତାରିଖରେ ଫୁଲାଡ଼ି ନିକଟରେ ବନ୍ଧୁକ ଦେଖାଇ ଡକାୟତି କରିବା ଘଟଣା ପର୍ଯ୍ୟନ୍ତ ମୋଟ୍‌ ୧୪ଟି ମାମଲା ରୁଜୁ ହୋଇଛି। ସେହିଭଳି ୨୦୧୮ରେ ଅରଡ଼ବଜାର ଅଞ୍ଚଳର ଆଇମାନ୍‌ ନିଶା ନାମକ ଜଣେ ନାବାଳିକାଙ୍କୁ ଅପହରଣ କରି ଗୁଳି କରି ହତ୍ୟା କରିଥିବା ବେଳେ ଥାନାରେ ମାମଲା (ନଂ. ୩୫୬/୨୦୧୮) ରୁଜୁ ହୋଇଥିଲା। ଅପରପକ୍ଷରେ ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କଠାରୁ ସୁପାରି ନେଇ ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପାଖରେ ଗଦା ହେମ୍ବ୍ରମ ନାମକ ଜଣେ ଡ୍ରଗ୍ସ ବେପାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେଥିମଧ୍ୟରୁ ୩ଟି ହତ୍ୟା ମାମଲା ହୋଇଥିବା ବେଳେ ଅନ୍ୟଗୁଡ଼ିକ ଡକାୟତି, ଛିନ୍‌ତାଇ, ନାବାଳିକା ଅପହରଣ କରି ହତ୍ୟା ଭଳି ଘଟଣା ଅଟେ। ଅନ୍ୟପକ୍ଷରେ ସୁପାରି ନେଇ ହତ୍ୟା କରିଥିବା ଘଟଣା ପୋଲିସ ଜାଣିପାରିଛି। ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ସହ ହାତ ମିଳାଇ ଜିଲାର ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଇବା ସହ ଅପରାଧ ଦୁନିଆରେ ସୁପାରି କିଲର ଭାବେ ପରିଚୟ ସୃଷ୍ଟି କରିଥିଲେ। ଗତ ଅକ୍ଟୋବର ୧୯ତାରିଖରେ ଫୁଲାଡ଼ିଠାରେ ଏକ ଟ୍ରକ୍‌ର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ କରି ପୋଲିସ ହାତରେ ଧରାପଡ଼ିଥିଲେ। ତାଙ୍କ ନିକଟରୁ ୨ଟି ବନ୍ଧୁକ ଓ ଗୁଳି ଜବତ କରାଯାଇ ଗିରଫ କରାଯାଇଛି। ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୩୧୯/୧୯) ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ବାଲେଶ୍ୱର ଜେଲରେ ସଜା କାଟୁଥିବା ବେଳେ ଉପରୋକ୍ତ ଅପରାଧକୁ ଦୃଷ୍ଟିରେ ରଖି ସେକ ମାମୁଦଙ୍କୁ ଏନଏସଏରେ ଭର୍ତ୍ତି କରିବା ପାଇଁ ଏସ୍‌ପି ବି. ଯୁଗଳ କିଶୋରକୁମାର ଜିଲା ମାଜିଷ୍ଟ୍ରେଟ୍‌ ତଥା ଜିଲାପାଳଙ୍କୁ ସୁପାରିଶ କରିଥିଲେ। ଜିଲାପାଳ ସମସ୍ତ ମାମଲାକୁ ତଦନ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri