ଆମ ଜିଲା ଖବର

ମ୍ୟୁନିସିପାଲିଟି ପକ୍ଷରୁ ଜବରଦଖଲ ଉଚ୍ଛେଦ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ମ୍ୟୁନିସସିପାଲିଟି ପକ୍ଷରୁ ଚାଲିଥିତ୍ବା ଜବରଦଖଲ ଉଚ୍ଛେଦ ଅଭିଯାନକ୍ରମରେ ଶନିବାର ସହରର ପାଟଣା ହୋଟେଲ ଛକ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପାଖ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପଟେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ା ସରକାରୀ ଜମିରେ…

ପଥର ମାରି ୪ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ : କାର୍‌ ଡ୍ରାଇଭରଙ୍କ ସମେତ ୬ ଗିରଫ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଲାଙ୍ଗୀର-ଦେଓଗଁା ୨୬ ନମ୍ବର ଜାତୀୟ ରାଜପଥର ସିନ୍‌ଖମନ ଢ଼ାବା ନିକଟରେ ଗତ ୨୨ତାରିଖ ଦିନ ଏକ କାର ଉପରକୁ ପଥର ମାରି ୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି…

ଦୀପ୍ତିଜ୍ୟୋତି ସୁପର ମଡେଲ

ଭୁବନ, ୨ା୨(ଡି.ଏନ.ଏ.) – ସର୍ବଭାରତୀୟସ୍ତରରେ ଆୟୋଜିତ ଏଆଇଡବ୍ଲ୍ୟଏ ସୁପର ମଡେଲ ପ୍ରତିଯୋଗିତାରେ ବାଜିମାତ୍‌ କରିଛନ୍ତି ଢେଙ୍କାନାଳ ଜିଲା ଭୁବନର ଦୀପ୍ତିଜ୍ୟୋତି ପଟ୍ଟନାୟକ (୨୪)। ବମ୍ବେରେ ଆୟୋଜିତ ଏହି ପ୍ରତିଯୋଗିତାରେ ୬ଜଣ ପୁଅ ଏବଂ ୬ଜଣ ଝିଅଙ୍କୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନ…

ଦୁର୍ନୀତିରେ ପରଜଙ୍ଗ ବ୍ଲକ ଜିଲାରେ ପ୍ରଥମ

ପରଜଙ୍ଗ,୨।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛି ଭାଜପା। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାର ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମଣ୍ଡଳସ୍ତରୀୟ…

ସ୍ବାସ୍ଥ୍ୟ ବିଭାଗକୁ ‘କରୋନା’ ଚିନ୍ତା

ଢେଙ୍କାନାଳ ଅଫିସ, ୨।୨ – ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ‘କରୋନା’ ଭାଇରସ୍‌। ଚାଇନାରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ରୋଗ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଭାରତରେ ମଧ୍ୟ ଏହାର ପଦଧ୍ୱନି ଶୁଣିବାକୁ ମିଳିଲାଣି। ଏବେସୁଦ୍ଧା…

ଲାଗିଲା ସଚେତନତା ପୋଷ୍ଟର, ବୁଲିଲା ପ୍ରଚାର ଗାଡ଼ି

ଫୁଲବାଣୀ ଅଫିସ୍‌,୨ା୨-ଫୁଲବାଣୀରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ବାହାରିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଉଠିଛି। ରବିବାର ଜିଲାର ବିଭିନ୍ନ ସ୍ଥାନରେ କରୋନା ରୋଗର ଲକ୍ଷଣ, ଏହାର ନିରାକରଣ ଉପରେ ସଚେତନତା ପୋଷ୍ଟର ଲଗାଯାଇଛି। ଏଥିସହ ପ୍ରଚାର ଗାଡି ମଧ୍ୟ…

ଆଜି କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳା

ଫୁଲବାଣୀ ଅଫିସ୍‌,୨ା୨-କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୦ ରବିବାର ଉଦ୍‌ଘାଟନ ହେବ। କୋରନେଶନ ପଡିଆଠାରେ ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମୋଟ ୧୩୪ ଷ୍ଟଲ କରାଯାଇଥିବାବେଳେ କନ୍ଧମାଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର…

କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ

ଭଞ୍ଜନଗର/ସୋରଡ଼ା,୨।୨(ଡି.ଏନ୍‌.ଏ.)-ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ ସୋରଡ଼ା ବ୍ଲକ ଶୋରିଷବିଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ…

ମା’, ପୁଅଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା: ଜେଜେବିରେ ହାଜର ହେଲେ ନାବାଳକ

ବ୍ରହ୍ମପୁର ଅଫିସ,୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମୀନାକ୍ଷୀ ମିଶ୍ର ଓ ତାଙ୍କ ପୁଅ ରାଜା ଓରଫ କୃତ୍ତିବାସ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଶନିବାର ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ହାଜର କରିଛି। ପରେ ନାବାଳକଙ୍କୁ…

ସମୟକୁ ଜ୍ଞାନ ଆହରଣରେ ଉପଯୋଗ କର: ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୨ା୨-ପଠ୍ୟପୁସ୍ତକ ଅଧ୍ୟୟନ ଜୀବନର ମାପକାଠି ନୁହେଁ । କେବଳ ପାଠ୍ୟଖସଡା ସମ୍ପର୍କିତ ପୁସ୍ତକ ପଢି ପରୀକ୍ଷା ଦେବା ଶିକ୍ଷାର ମୂଳମନ୍ତ୍ର ନୁହେଁ । ପାଠ୍ୟପୁସ୍ତକ ସହ ଗ୍ରନ୍ଥାଗାରରେ ସଂଗୃହୀତ ପୁସ୍ତକ, ଖବରକାଗଜ ଅଧ୍ୟୟନ ମାଧ୍ୟମରେ ବାହ୍ୟଜ୍ଞାନ ଆହରଣ କରି ସମୟର…

୩ ଜରିମାନା ଖିଲାପୀ ଖଣିର ସମ୍ପତ୍ତି ଜବତ ନିର୍ଦ୍ଦେଶ

କେନ୍ଦୁଝର,୨ା୨(ଡ଼ି.ଏନ୍‌.ଏ.)- ଜରିମାନା ଖିଲାପୀ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଚାଲିଥିବା ଓପିଡିଆର୍‌ ସାର୍ଟିଫିକେଟ କେଶ ମଧ୍ୟରୁ ଶନିବାର ୩ଟି ଖଣିର ଶୁଣାଣି ହୋଇଛି। ଏହି ୩ ଖଣିର ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ,…

କାର୍ଯ୍ୟକ୍ଷମ ହେଉନି ଆହାର କେନ୍ଦ୍ର

ଚମ୍ପୁଆ,୨।୨(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ବେସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ନିର୍ମିତ ନୂତନ ଆହାରକେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଆହାରକେନ୍ଦ୍ର ସମ୍ମୁଖରେ ଡ୍ରେନ୍‌ ସ୍ଲାବ ପଡି ନ ଥିବା ଓ ପାଚେରି ନ ଥିବାରୁ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?