ଆମ ଜିଲା ଖବର

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଶୁଦ୍ଧିକ୍ରିୟା ସାରି ଫେରିବା ବେଳକୁ ଘରେ କଳାକନା ….

ବୈଶିଙ୍ଗା,୨୬ା୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ନିକଟରୁ ମାତ୍ର ଏକ କିଲୋମିଟର ଦୂରରେ ଚୋରି । ବାରିପଦା ବାଲେଶ୍ବର ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଇନ୍ଦ୍ରମଣି ମହାପାତ୍ରଙ୍କ ଘରେ ଗୁରୁବାର ଦିନ ଦ୍ବିପହରରେ କବାଟ ତାଡ଼ି ଆସବାବପତ୍ର…

ନିଛାଟିଆ ସ୍ଥାନରେ ଯାତ୍ରୀ ବିଶ୍ରାମlଗାର ନିର୍ମାଣ, ସାନ ବଜାର ବଣିକ ସଙ୍ଘର ଅସନ୍ତୋଷ

ଗଞ୍ଜାମ,୨୬।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାର ଠାରେ ଯାତ୍ରୀ ବାହି ଅଟୋ ସଂଘ ଓ ମା ନାରାୟଣୀ ବଣିକ ସଙ୍ଘ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ବହୁ ଦିନରୁ ହୋଇ ଆସୁଥିଲା । ବିଭିନ୍ନ ସଂଗଠନର ଦାବି…

ସରିଲା ଲକ୍ଷ୍ମୀନୃସିଂହଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ୪ ଦିନବ୍ୟାପୀ ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଉଦ୍‌ଯାପିତ ହୋଇଯାଇଛି। ପ୍ରତ୍ୟୁଷରେ ବିଜୟ ପଦ୍ମନାଭପୁର ଲାଡି ଗାଁର…

ଥୁଆମୂଳ ରାମପୁରରେ ମୋବାଇଲ୍ ପ୍ରଦୂଷଣ ଯାଞ୍ଚ ଶିବିର: ଆର୍‌ଟିଓ ଫାଇନ୍‌ରୁ ବଞ୍ଚିବା ପାଇଁ ଲୋକଙ୍କ ଭିଡ଼

ଥୁଆମୂଳ ରାମପୁର, ୨୬।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜେଏମଏଫସି (JMFC) କୋର୍ଟ ସମ୍ମୁଖରେ ଗାଡ଼ି ମାଲିକଙ୍କ ସୁବିଧା ପାଇଁ ଏକ ଭ୍ରାମ୍ୟମାଣ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର (Mobile Vehicle Pollution Testing Unit)…

ମଣ୍ଡିକୁ ଦୌଡ଼ିଦୌଡ଼ି ପ୍ରାଣ ହରାଇଲେ ଚାଷୀ, ମିଲର-ସମ୍ପାଦକଙ୍କ ନାଁରେ ଅଭିଯୋଗ ଆଣି…

ରାଜନଗର,୨୬ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରେ ଜଣେ ଚାଷୀ ମଣ୍ଡିକୁ ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣକ ହେଲେ ତ୍ରିଲୋଚନ ନାୟକ। ତ୍ରିଲୋଚନଙ୍କର ଜାନୁଆରୀ ୧୬ରେ ଧାନ ଦେବାକୁ ମେସେଜ ଆସିଥିଲା। ସେବା ସମବାୟ…

‘ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ହେବ ବିକାଶ’

ଦାରିଙ୍ଗବାଡ଼ି,୨୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଅଞ୍ଚଳରେ ରହିଥିବା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ସକ୍ଷମ କେନ୍ଦ୍ର ସ୍ଥାପନ ହୋଇଛି। ଏହାକୁ ଗୁରୁବାର ଉଦ୍‌ଘାଟନ କରାଯାଇଛି। ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ…

୨୦ରୁ ଊର୍ଦ୍ଧ୍ୱ ଶହୀଦସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ

ମାଲକାନଗିରି,୨୬।୨: ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି କମିଥିବା ବେଳେ ଶାନ୍ତି ଫେରୁଛି। ଏହି ପରିପ୍ରେକ୍ଷୀରେ ସ୍ୱାଭିମାନ ଅଞ୍ଚଳର ମାଥିଲି, କାଲିମେଳା ଏବଂ ଖଇରପୁଟରେ ଥିବା ୨୦ରୁ ଊର୍ଦ୍ଧ୍ୱ ମାଓବାଦୀଙ୍କ ଶହୀଦସ୍ତମ୍ଭକୁ ସ୍ଥାନୀୟ ଗ୍ରାମବାସୀ ଗୁରୁବାର ଭାଙ୍ଗି ଦେଇଛନ୍ତି। ମାଓବାଦୀମାନେ…

କଳସ ଯାତ୍ରାରେ ବାଣ ବିସ୍ଫୋରଣ, 10ରୁ ଉର୍ଦ୍ଧ୍ବ ଆହତ

କେନ୍ଦ୍ରାପଡା,୨୬।୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ବଡ଼ ଅଘଟଣ । ବାଣ ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ସାମାନ୍ୟ ଭୁଲରୁ ଉତ୍ସବ ସ୍ଥଳ ବାଣ ବିସ୍ଫୋରଣ ପାଇଁ କ୍ରନ୍ଦନ ସ୍ଥଳ ହୋଇଯାଇଛି । ଜଣେ ବ୍ୟକ୍ତି ଗୁରୁତର…

OTET ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା: ଆସନ୍ତା ୫ରେ ହେବ ଶୁଣାଣି

କଟକ,୨୬ା୨(ପ୍ରଭୁ କଲ୍ୟାଣ ମହାପାତ୍ର): ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।…

ଅଧାରେ ରହିଲା ଘର ବାହୁଡା, ସଡ଼କ ଦୁର୍ଘଟଣାରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ

ବଲାଙ୍ଗୀର,୨୬।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଳା, ଭିଣୋଇଙ୍କ ମୃତ୍ୟୁ ହୋଇଛି । ବୁଧବାର ରାତିରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ସୂଚନା…

‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବ୍ରହ୍ମପୁର,୨୬ା୨(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କଟକ ନିକଟସ୍ଥ ମୁଣ୍ଡୁଳିଠାରେ ଥିବା…

ଭାଜପା ନେତା ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଭିଜିଲାନ୍ସ ମାମଲା ରଦ୍ଦ

କଟକ,୨୬।୨(ପ୍ରଭୁ କଲ୍ୟାଣ ପାଲ): ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲା ରଦ୍ଦ କରାଯାଇଛି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଗୋଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?