ଆମ ଜିଲା ଖବର

ସଙ୍ଗରୋଧ ଗୃହରେ ଭୁବନେଶ୍ୱର ଫେରନ୍ତା

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୩ ପରିବାରର ପ୍ରାୟ ୧୪ ଜଣ ଗଁାରେ ପହଞ୍ଚତ୍ଛନ୍ତି। ଦାରିଙ୍ଗବାଡ଼ିର ଡବେରୀ ଗ୍ରାମଠାରେ ପହଞ୍ଚତ୍ବା ପରେ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ସୀମା ସିଲ୍‌ କରାଯାଇ ପୋଲିସ ଜଗି ରହିଥିଲା। ଏତେ ଲୋକଙ୍କୁ…

ବିନା ଭକ୍ତରେ ସରିଲା ତାରାତାରିଣୀଙ୍କ ଚୈତ୍ରଯାତ୍ରା

ପୁରୁଷୋତ୍ତମପୁର,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ତଥା ଓଡିଶାର ପ୍ରସିଦ୍ଧ ଦୈବିପୀଠ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି। ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବାରମ୍ବାର ମା’ଙ୍କ ପୀଠକୁ ଆସି ସମସ୍ତ କାର୍ଯ୍ୟର ତଦାରଖ…

ଏମକେସିଜିରେ ଭୁବନେଶ୍ୱର ଫେରନ୍ତା କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୭ା୪- କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ଓଡ଼ିଶାରେ ବଢିବାକୁ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚତ୍ଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ଭରସାଯୋଗ୍ୟ ଏମ୍‌କେସିଜି ମେଡିକାଲରେ ଦିନକୁ ଦିନ କରୋନା ସନ୍ଦିଗ୍ଧ ସ୍ବାବ ପରୀକ୍ଷା ପାଇଁ ଭର୍ତ୍ତି…

ମାଟିଆସାହି ସିଲ୍‌, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବେଗୁନିଆପଡା,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ବେଗୁନିଆପଡ଼ା ବ୍ଲକ, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅସ୍ଥାୟୀ ସଙ୍ଗରୋଧ ଗୃହ ପରିଦର୍ଶନ କରିଛନ୍ତି। ଭୁବେନଶ୍ବର ଫେରନ୍ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେବାସହ ସୋମବାର ସିଲ କରାଯାଇଥିବା ସାଙ୍କୁଡା ପଞ୍ଚାୟତ ମାଟିଆସାହିର ପରିସ୍ଥିତି…

ପାଳଗଦା ଜଳିଗଲା

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଅଧିନ ବାଲିଘାଇ ଗ୍ରାମ ଇନ୍ଦିରା ଆବାସ କଲୋନୀ ନିକଟରେ ଥିବା ପ୍ରକାଶ ନାଇକଙ୍କ ପାଳଗଦା ଜଳିଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ପ୍ରକାଶଙ୍କ ଧାନ ଖଳାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ଏକର…

ବିଶୋଧନ ହେଲା ପୁରୁଷୋତ୍ତମପୁର ସହର

ପୁରୁଷୋତ୍ତମପୁର,୭ା୪(ଡି.ଏନ.ଏ.)- ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ନାଗେଶ୍ୱର ରାଓଙ୍କ ତତ୍ତ୍ବାବଧାନରେ ମଙ୍ଗଳବାର ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗ ଅଧିକାରୀ ଉମାଚରଣ ଭଟ୍ଟମିଶ୍ରଙ୍କ ନେତୃତ୍ୱରେ ଦମକଳ ଗାଡି ମାଧ୍ୟମରେ ସହରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି। ସହରର ରାସ୍ତା…

ଲକ୍‌ଡାଉନ, ନିୟମ ଉଲ୍ଲଙ୍ଘନ: ୫ ଗିରଫ

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦିଗପହଣ୍ଡି ସହରର ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ନିଳାଦ୍ରୀ ବିହାରର ଶୁକୁରୁ ସେଠୀ, ଆଚାର୍ଯ୍ୟ ବିହାରର ରବୀନ୍ଦ୍ର ପଣ୍ଡା, ଉପରବସା ସାହିର ମିଥୁନ ପାଣିଗ୍ରାହୀ, ପୁଞ୍ଜିକୟଁା ମୁଖ୍ୟରାସ୍ତାର ଚିରଞ୍ଜିବୀ…

ଭୁବନେଶ୍ୱର ଫେରନ୍ତାଙ୍କ ଉପରେ ପ୍ରଶାସନର ନଜର, ବଢୁଛି ଅସନ୍ତୋଷ

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଶହ ଶହ ସଂଖ୍ୟାରେ ଶ୍ରମିକ ଗତ ଦୁଇ ଦିନ ମଧ୍ୟରେ ଚାଲି ଚାଲି କିମ୍ବା ସ୍ବତନ୍ତ୍ର ଗାଡ଼ି ଭଡ଼ା କରି ଦିଗପହଣ୍ଡି ଅଞ୍ଚଳର ଗଁାମାନଙ୍କରେ ପହଞ୍ଚତ୍ଛନ୍ତି। ସେମାନେ ଅବାଧରେ ଚଳପ୍ରଚଳ କରୁଥିବାରୁ ଅନେକ ଗଁାରେ ଚାପା ଉତ୍ତେଜନା ଲାଗି ରହିଛି।…

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱର ଝାରପଡା ଅଞ୍ଚଳର ୭୨ବର୍ଷୀୟ ବୃଦ୍ଧ ଅଟନ୍ତି। ଗତ ୪ତାରିଖରୁ ଅସୁସ୍ଥତା ଯୋଗୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କର ସୋମବାର ମୃତ୍ୟୁ ହୋଇଥିଲା। ନମୂନା ପରୀକ୍ଷଣ ପରେ…

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଉଛି। ଏହାସତ୍ତ୍ୱେ ଅନେକ ଲୋକ ଏହାକୁ ମାନୁ ନାହାନ୍ତି। କୌଣସି କାମ…

କରୋନା ମୁକାବିଲା: ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଦେଲେ ନୀଳଗିରି ବିଧାୟକ

ସଜନାଗଡ଼, ୭।୪( ଡି.ଏନ୍‌.ଏ): ମହାମାରୀ କରୋନା ମୁକାବିଲା ଲାଗି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ.ସୁକାନ୍ତ କୁମାର ନାୟକ ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ନୀଳଗିରି ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ ଲକ୍ଷ ଟଙ୍କା…

ବନ୍ଧବାହାଲ ପଞ୍ଚାୟତରେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ପିଡିଏସ୍‌ ସାମଗ୍ରୀ ବଣ୍ଟନ

ଲଖନପୁର,୭।୪(ଡି.ଏନ୍‌.ଏ.): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ବନ୍ଧବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରାଯାଉଛି। ଏହି ଅବସରରେ କରୋନା ନିୟନ୍ତ୍ରଣ ସମ୍ପର୍କୀତ ସରକାରୀ ନିର୍ଦ୍ଦେଶନାମାକୁ ପାଳନ ନିମନ୍ତେ ପଞ୍ଚାୟତ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି । ହିତାଧୀକାରୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?