ଦୋକାନୀଙ୍କୁ ତାଗିଦ୍, ସାମାଜିକ ଦୂରତ୍ୱ ନ ରଖିଲେ କାର୍ଯ୍ୟାନୁଷ୍ଠାନ: ବାଲେଶ୍ୱର ଜିଲାପାଳ
ବାଲେଶ୍ୱର ଅଫିସ, ୭।୪-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଓ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାମାଜିକ ଦୂରତ୍ୱ କଟକଣାକୁ କଡ଼ାକଡ଼ି କରାଯାଇଛି। ଅନେକ ସମୟରେ ଏଥିରେ ବ୍ୟତିକ୍ରମ ସହ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହାକୁ…
ବରଗଡ଼ ଜିଲାରେ କୁଆପଥର ବର୍ଷା: ପରିବା ଫସଲ ନଷ୍ଟ
ବରଗ ଅଫିସ,୭।୪- ବରଗଧ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରୁ ସାଢେ ୫ଟା ମଧ୍ୟରେ ପ୍ରବଳ କୁଆପଥର ବୃଷ୍ଟି(କରାମାଡ) ହୋଇଛି। ଜିଲାର ଗ୍ରୀଣ୍ଡୋଲା, ବିରମାଲ, ଅପାମରା ଆଦି ଅଞ୍ଚଳରେ ହୋଇଥିବା ଏହି କରାମାଡରେ ପରିବା ଫସଲ ପ୍ରଭାବିତ ହୋଇଛି।…
ଲକ୍ଡାଉନ୍ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ
ଖୋର୍ଦ୍ଧା ଅଫିସ,୭ା୪ : ଲକ୍ଡାଉନ୍ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ ପରେ ଖୋର୍ଦ୍ଧା ଜିଲା ପ୍ରଶାସନର ଚେତା ପଶିଛି। ଖୁଚୁରା ବଜାରରେ ଦର ସୁବ୍ୟବସ୍ଥିତ କରିବା…
ବିନା ଭକ୍ତରେ ଶେଷ ହେଲା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ଖାଁ ଖାଁ ଦେବୀପୀଠ, ନୀତି ସମ୍ପନ୍ନ କଲେ ସେବାୟତ
କାକଟପୁର,୭।୪(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ଘୋଷଣା ଯୋଗୁ ସମସ୍ତ ଦେବାଦେବୀ ପୀଠରେ ଏକରକମ ତାଲା ପଡ଼ିଛି। କେବଳ ସେବାୟତ ପୂଜାପଣ୍ଡାଙ୍କୁ ଛାଡ଼ିଦେଲେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ମା’ ମଙ୍ଗଳାଙ୍କ ପୀଠରେ ୪ ପାଳି ଚୈତ୍ର ଯାତ୍ରା ବିନା ଭକ୍ତରେ ଶେଷ…
ଚନ୍ଦକା ଏସ୍ଓଜି କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ଅଘଟଣ: ହ୍ୟାଣ୍ଡ ଗ୍ରେନେଡ୍ ବିସ୍ଫୋରଣ ଯୋଗୁ ଜଣେ ହାବିଲଦାର୍ ଶହୀଦ, ୨ ଆହତ
ବାରଙ୍ଗ,୭।୪(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍ଓଜି କ୍ୟାମ୍ପ୍ରେ ପ୍ରଶିକ୍ଷଣ ଦେବା ବେଳେ ମଙ୍ଗଳବାର ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି। ଘଟଣାରେ ଅନ୍ୟ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି। ଶହୀଦ ହାବିଲଦାର୍ ହେଲେ ପ୍ରକାଶ ସାହୁ। ଅପରାହ୍ନ…
ଜନ୍ମଦିନ ପାଳିଲେନି, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୧୫ ହଜାର ଦେଲେ ଛାତ୍ରୀ
ଭଞ୍ଜନଗର,୭।୪(ଡି.ଏନ.ଏ)-ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀଙ୍କ ଝିଅ ଆଦ୍ୟାଶା ଗତ ୪ ତାରିଖରେ ନିଜ ଜନ୍ମଦିନ ପାଳନ ନ କରି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ (କୋଭିଡ୍ ଫଣ୍ଡ)କୁ ୧୫ ହଜାର ଟଙ୍କା ଦାନ କରିଛନ୍ତି । ମଙ୍ଗଳବାର ଅନଲାଇନ୍ ମାଧ୍ୟମରେ ସେ ଏହି…
କରୋନା ପ୍ରତିହତ ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି
ଛତ୍ରପୁର,୭ା୪(ଡିଏନଏ )-ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଙ୍ଗଳବାର ଛତ୍ରପୁର ଆସି ପୋଲିସ ବାରାକ, ରିଜର୍ଭ ଅଫିସ ପରିଦର୍ଶନ କରିଛନ୍ତି। କରୋନା ପ୍ରତିହତ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ଅନୁଧ୍ୟାନ କରିଥିଲେ। ପରିମଳ ବ୍ୟବସ୍ଥା ସୁଦୃଢ କରିବା, ହାତ ଧୋଇବା, ସାନିଟାଇଜର…
କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା
ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍ଡାଉନ୍ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିନା କାରଣରେ ଘରୁ…
ଖୋର୍ଦ୍ଧାରେ ଲକ୍ଡାଉନ୍ ଉଲ୍ଲଂଘନ: ୭ ଦୋକାନ ସିଲ୍ କଲା ପ୍ରଶାସନ
ଖୋର୍ଦ୍ଧା ଅଫିସ,୭ା୪ : କୋଭିଡ୍-୧୯ ଭୁତାଣୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ନ ରଖିବା ଲାଗି ପ୍ରଶାସନ ପକ୍ଷରୁ କଡା ତାଗିଦ…
ତୋଟାପଡ଼ାରେ ଗୋଷ୍ଠୀ ସଂଘର୍ଷ: ଟେକାପଥର ମାଡ଼କୁ ନେଇ ୯ ଅଟକ; ୧୪୪ ଧାରା ଜାରି
ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟପଡାରେ ମଙ୍ଗଳବାର ଅପରାହ୍ନରେ ଗୋଷ୍ଠି ସଂଘର୍ଷ ଘଟିଛି। କୌଣସି କାରଣକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟେକାପଥର…
ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲାପାଳଙ୍କ ପିତାଙ୍କ ଦେହାନ୍ତ
କଟକ ଅଫିସ, ୭।୪- ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପିତା ଦାମୋଦର ଚୟନୀଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। କଟକ ଜିଲାପାଳଙ୍କ ସରକାରୀ ବାସଭବନରେ ସେ ସକାଳ ୬ଟା ୫୫ ମିନିଟ ସମୟରେ ଶେଷନିଃଶ୍ବାସ…
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ
ପାଲଲହଡ଼ା, ୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ମାଲ୍ୟଗିରି ମହାବିଦ୍ୟାଳୟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। କଲେଜ ଅଧ୍ୟକ୍ଷ ଡ. ଅନିଲ କୁମାର ମିଶ୍ର ଏବଂ ସମସ୍ତ କର୍ମଚାରୀ ନିଜ ନିଜ…

