କୋରୁକୋଣ୍ଡାରେ ସରକାରୀ ନିୟମକୁ ଫୁ’: ଛାତ୍ରୀଛାତ୍ର ନିଜେ ବୋହିଲେ ବହିପତ୍ର, ସିଆର୍‌ସିସି କହିଲେ ‘ଆମେ କ’ଣ ଶ୍ରମିକ’

କୋରୁକୋଣ୍ଡା,୨୪।୪(ଡି.ଏନ.ଏ): ସାରା ବିଶ୍ୱରେ କରୋନାର ଭୟାବହତା ଦିନକୁ ଦିନ ବଢିବା ଦେଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଏହି ଛୁଟିରେ ପିଲାମାନଙ୍କୁ ଘରେ ରହି ପାଠ ପଢିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଶୁକ୍ରବାର ଘରୁ ପିଲାଙ୍କୁ ଡାକି ଶିକ୍ଷକମାନେ ସରକାରୀ ବହିକୁ ବୋହି ନେଇ ବିଦ୍ୟାଳୟରେ ରଖିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ ଶିକ୍ଷାଦାନର ଏଭଳି ଅଭାବନୀୟ ଚିତ୍ର ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତର ସି-କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

ଗୋଟିଏପଟେ ଲକଡାଉନରେ ପିଲାମାନେ ଘରୁ ନ ବାହାରି କିପରି ଘରେ ରହି ପାଠ ପଢିବେ ଏବଂ ସରକାରୀ ବହି କିପରି ପିଲାମାନଙ୍କ ଘରେ ଘରେ ପହଞ୍ଚିବ, ସେନେଇ ସରକାର ଶିକ୍ଷା ବିଭାଗକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିୟମକୁ ଖାତିର ନ କରି ତାରଲାକୋଟା ଅଞ୍ଚଳର ସିଆର୍‌ସିସି ଶରତ ଚନ୍ଦ୍ର ପାଢ଼ୀ ପିଲାଙ୍କୁ ଘରୁ ଘରୁ ଡାକି ନିଜ ଗାଡିରୁ ସରକାରୀ ବହି ଗୁଡିକୁ ନେଇ ବିଦ୍ୟାଳୟରେ ରଖୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି କରୋନା ନିମନ୍ତେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସିଆର୍‌ସିସି ଏହି ନିୟମକୁ ନ ମାନି ପ୍ରଚଣ୍ଡ ଖରାରେ ପିଲାମାନଙ୍କୁ ଶ୍ରମିକ ଭାବେ କାମ କରାଉଥିଲେ। ତେବେ ଏସବୁ ଦେଖି ଗ୍ରାମବାସୀ ସିଆର୍‌ସିସି ମହୋଦୟଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ କଥାକୁ ଆଡେଇ ପିଲାମାନଙ୍କ ବହି କଣ ଆମେ ବୋହିବୁ, ଆମେ କଣ ଶ୍ରମିକ ବୋଲି ଓଲଟା ଗ୍ରାମବାସୀଙ୍କୁ ସିଆର୍‌ସିସି ପ୍ରଶ୍ନ କରିଥିଲେ। ଏନେଇ ଆମେ ବ୍ଲକ ଶିକ୍ଷାଧିକାରୀ ପତିତପାବନ ଦାସଙ୍କ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ କରିବାରୁ ତଦନ୍ତକାରୀ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଥିବା ସୂଚନା ମିଳିଛି। ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?