ଆମ ଜିଲା ଖବର

୧୨୨ ନମୁନାରୁ ୯୦ ନେଗେଟିଭ୍‌

ବାରିପଦା ଅଫିସ, ୮ା୪: କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲାର ୧୨୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୦ଟି ନମୁନା ନେଗେଟିଭ୍‌ ଆସିଥିବା ବେଳେ ବାକିଗୁଡ଼ିକର ରିପୋର୍ଟ ଆସି ନ ଥିବା ଜିଲା ପ୍ରଶାସନ ପକ୍ଷରୁ…

୨୧ ଦିନିଆ ସ୍ବତନ୍ତ୍ର ଛୁଟିରେ ଗଲେ ୧୧ କଏଦୀ

କେନ୍ଦୁଝର,୮ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜେଲରେ କଏଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହା କରୋନା ମୁକାବିଲା ଦିଗରେ ସମସ୍ୟା ସୃଷ୍ଟି କରିବା ଆଶଙ୍କା କରି ସରକାର ବିଚାରାଧିନ ବନ୍ଦୀଙ୍କୁ ଅନ୍ତରୀଣ ଜାମିନ ଓ ପାରୋଲରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ନିଶା କାରବାର,ବଳାକତ୍ାର,ଯୌନ ନିର୍ଯାତନା,ଏସିଡ୍‌ ମାଡ଼…

ବିନା ପାସ୍‌ରେ ଆଉ ଗଡିବନି ଗାଡି

ବରଗଡ଼ ଅଫିସ,୮।୪: ଘାତକ କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦୋକାନ, ବଜାର ପରେ ବରଗଡ଼ ଜିଲା ପ୍ରଶାସନ ଏବେ ରାସ୍ତାର ଗାଡି ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ବିନା ପାସ୍‌ରେ…

ରିଲିଫ ପାଣ୍ଠିକୁ ଦାନ କଲେ ଏସ୍‌ଏଚଜି

ବାଲେଶ୍ୱର ଅଫିସ, ୮।୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି। ବାଲେଶ୍ୱର ପୌରାଞ୍ଚଳ ସିଆଡ଼ି ମଙ୍ଗଳା ଏସ୍‌ଏଚ୍‌ଜି ତରଫରୁ ୧୦ହଜାର, ମଠବାଡ଼ି ଅଞ୍ଚଳର ମା’ ତାରିଣୀ…

ସଙ୍ଗରୋଧ କେନ୍ଦ୍ରରେ ସନ୍ଦିଗ୍ଧ ଯୁବକଙ୍କ ଆତ୍ମହତ୍ୟା

ସୁନ୍ଦରଗଡ, ୮ା୪(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ର ପରିସରରେ ଜଣେ କରୋନା ସନ୍ଦିଗ୍ଧ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ଗୁରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡଗାଁ ମାତାଲଗଡା ବସ୍ତିର ଆନନ୍ଦ କୁମାର ଲାକ୍ରା(୩୦)। ସମ୍ପୃକ୍ତ ଯୁବକ…

ଲୋକଙ୍କୁ ମାସ୍କ ବାଣ୍ଟିଲା ପୋଲିସ

ଖୋର୍ଦ୍ଧା ଅଫିସ,୮ା୪: ଖୋର୍ଦ୍ଧା ବ୍ଲକ ତୋଟାପଡା ଗ୍ରାମରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛି ପୋଲିସ। ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ବୁଧବାର ଏହି ଗ୍ରାମରେ କରୋନା ଭୂତାଣୁ ସଂକ୍ରମଣ ନେଇ ଲୋକଙ୍କୁ ସଚେତନ କରିଥିଲେ। ହାତକୁ ବାରମ୍ବାର…

୮୦୭୪୬ ହିତାଧିକାରୀଙ୍କୁ ତିନିମାସର ଅଗ୍ରୀମ ଚାଉଳ ବଣ୍ଟନ

ଉଲୁଣ୍ଡା, ୮ା୪(ଡି.ଏନ.ଏ.): ରାଜ୍ୟ ତଥା କେନ୍ଦ୍ର ସରକାର କରୋନରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ ଘୋଷଣା ପରେ ଗରିବ ପରିବାରମାନେ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଗ୍ରୀମ ତିନି ମାସର ଚାଉଳ ଯୋଗଇ ଦିଆଯାଉଛି।…

ଲକ୍‌ଡାଉନ ପ୍ରଭାବ: ଜୀବନ ବଞ୍ଚାଇଛି କାଇପୋକ, କନ୍ଦା ଆଳୁ

କାଳିଆପାଣି,୮।୪(ଡିଏନଏ): ଯାଜପୁର ଜିଲା ସୁକିନ୍ଦା ବ୍ଳକ କଅଁସ ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏବେ ୫୩ ପରିବାର ବସବାସ କରୁଥିବାବେଳେ ବୁଧବାର ମାତ୍ର ୧୦ ପରିବାର ପାଖରେ ପହଞ୍ଚିଛି ଚାଉଳ ଓ ଆଳୁ। ଫଳରେ ଆହୁରି ୪୩ ପରିବାର କାଇ ପୋକ, ବାସି…

ଜମିବାଡ଼ିକୁ କେନ୍ଦ୍ର କରି ସଂଘର୍ଷ: ୩ ଗୁରୁତର, ୨ଗିରଫ

ବିଞ୍ଝାରପୁର, ୮।୪(ଡି.ଏନ.ଏ.): ବିଞ୍ଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ କାହ୍ନୁପୁର ଗ୍ରାମରେ ମଙ୍ଗଳବାର ଜମିବାଡିକୁ କେନ୍ଦ୍ରକରି ସଂଘର୍ଷ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ଜିତେନ୍ଦ୍ର…

ସ୍ବାସ୍ଥ୍ୟକେନ୍ଦ୍ରରେ ରହିଲାନି ସାମାଜିକ ଦୂରତ୍ୱ

ରତ୍ନଗିରି,୮।୪(ଡି.ଏନ.ଏ): ସାମାଜିକ ଦୂରତ୍ୱ ରକ୍ଷା କରବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। ଏହାକୁ ପାଳନ କରା ନ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ରହିଛି। ପୋଲିସ ପ୍ରଶାସନ ବିଭିନ୍ନ ବ୍ୟବସାୟିକ ପେଣ୍ଠସ୍ଥଳ, ହାଟ, ବଜାରରେ ବ୍ୟାପକଭାବେ ଚଢାଉ…

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପୋଲିସର ସହାୟତା 

ରତ୍ନଗିରି,୮।୪(ଡି.ଏନ.ଏ): ଯାଜପୁର ଜିଲା ବରୀ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବରୀ ପୋଲିସ ସହଯୋଗର ହାତ ବଢାଇଛି। ବରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ହୋମଗାର୍ଡ ଦମୟନ୍ତୀ ସେଠୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଖାଦ୍ୟ ଦେବା ସହ ତାଙ୍କ ସେବା…

ବ୍ରହ୍ମବରଦାରେ ୧୨କୁ ବଢ଼ିଲା ଶଟ୍‌ଡାଉନ ଅବଧି

ରସୁଲପୁର,୮।୪(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଜଣେ ମୌଲବୀ କରୋନା ଆକ୍ରାନ୍ତଭାବେ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତ ଶନିବାରଠାରୁ ସୋମବାର ରାତି ୮ଟା ଯାଏଁ ୪୮ ଘଣ୍ଟା ଶଟଡାଉନ କରାଯାଇଥିଲେ ହେଁ ପରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?