ଲକ୍ଡାଉନ ସ୍ଥିତି ଯାଞ୍ଚ କରିବା ସହ ସଚେତନ କଲେ ଏସ୍ପି
ପଦ୍ମପୁର,୨୩।୪(ଡି.ଏନ୍.ଏ.): ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଉକ୍ତ ଅଞ୍ଚଳରୁ କାହାରିକୁ ପ୍ରବେଶ…
କୋରାପୁଟ ଗସ୍ତରେ ୫ଟି ସଚିବ
ଜୟପୁର,୨୩।୪(ଡି.ଏନ.ଏ.): ରାଜ୍ୟରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୫ଟି ସଚିବ ବିଭିନ୍ନ ଜିଲାର କୋଭିଡ ହସ୍ପିଟାଲକୁ…
ଠିକ। ଶ୍ରମିକଙ୍କୁ ସିଆଇଏସ୍ଏଫ୍ର ଦୁର୍ବ୍ୟବହାର: ନ।ଲକୋ ସ୍ମେଲଟରରେ ଉତ୍ତେଜନା
ବଅଁରପାଳ,୨୩।୪(ଡି.ଏନ୍.ଏ): ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଠିକା ଶ୍ରମିକଙ୍କୁ ସିଆଇଏସ୍ଏଫ୍ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଉଛି। ଗୁରୁବାର ସକାଳେ ବିନୟ ପରିଡ଼ା ନାମକ ଜଣେ ଠିକା ଶ୍ରମିକ ପ୍ଲାଣ୍ଟରୁ ବାହାରୁଥିବା ବେଳେ ସିଆଇଏସ୍ଏଫ୍ର କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼…
ପୋଲିସ-ମାଓବାଦୀ ଗୁଳି ବିନିମୟ
ମାଲକାନଗିରି, ୨୩ା୪(ଡି.ଏନ୍.ଏ): ମାଲକାନଗିିରି ଜିଲାରେ ପୁଣି ଲାଲ୍ବାହିନୀ ସକ୍ରିୟ ହୋଇଛି। ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର ନିକଟସ୍ଥ ଦଲଦଲିଠାରେ ମାଓବାଦୀମାନେ ଏକତ୍ରିତ ହୋଇ ଅଘଟଣା ଘଟାଇବା ନେଇ ଯୋଜନା କରୁଥିବା ଖବର ପାଇ ଗତ ୨ ଦିନ ଧରି…
ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା
ଛତ୍ରପୁର,୨୩ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ଜିଲାର ସମସ୍ତ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣିଥିବା ଲୋକଙ୍କ ତଥ୍ୟ…
ପୁନେରେ ଫସିଛନ୍ତି ସ୍କିଲ ଓଡ଼ିଶା ଛାତ୍ର
ବାଲେଶ୍ୱର ଅଫିସ,୨୩।୪-ବାଲେଶ୍ୱର ସଦର ବ୍ଲକ, ବସ୍ତା ଓ ଜଳେଶ୍ୱର ବ୍ଲକର ୧୩ଜଣ ଛାତ୍ର ସରକାରୀ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ସ୍କିଲ ଓଡ଼ିଶା)ରେ କୃତକାର୍ଯ୍ୟ ହୋଇ ଗତ ୫ତାରିଖରେ ପୁନେର ଏକ ଅଟୋମୋବାଇଲ୍ କମ୍ପାନୀରେ ଯୋଗଦେଇଥିଲେ। କିଛିଦିନ ପରେ ଲକ୍ଡାଉନ୍ ହେବା…
ଗୋଶାଳାରେ ପହଞ୍ଚିଲା ଗୋଖାଦ୍ୟ
ଅନୁଗୋଳ ଅଫିସ୍, ୨୩ା୪: ଡ୍ରିମ୍ ଫାଉଣ୍ଡେଶନ ତରଫରୁ ଅନୁଗୋଳ ଆଦିତ୍ୟ ବାହିନୀ ମାଧ୍ୟମରେ ଗୋବର୍ଦ୍ଧନ ପୀଠ ଗୋଶାଳାକୁ ଗୋଖାଦ୍ୟ ପ୍ରଦାନ କରାଯାଇଛି। ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ବିଭିନ୍ନ ଜିଲାରୁ ଗୋବର୍ଦ୍ଧନ ପୀଠ ଗୋଶାଳାକୁ…
୩ ପୋଲିସ କରୋନା ଯୋଦ୍ଧା ପ୍ରଶଂସିତ
ବାରିପଦା ଅଫିସ, ୨୩ା୪-କରୋନା ଭଳି ମହାମାରୀର ମୁକାବିଲା ଲାଗି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୋଲିସ କର୍ମଚାରୀମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତିି। ମୟୂରଭଞ୍ଜ ଜିଲାର ୩ପୋଲିସ କର୍ମଚାରୀ କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ କରିଦେଇଥିବାରୁ ସେମାନେ ଏବେ ପ୍ରଶଂସିତ ହୋଇଛନ୍ତି। ଜଣେ…
କ୍ୱାରାଣ୍ଟାଇନକୁ ଗଲେ ପଶ୍ଚିମବଙ୍ଗ ଫେରନ୍ତା
ରସାଳପୁର, ୨୩।୪(ଡି.ଏନ୍.ଏ.)-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢିଯାଇଛି। ବାଲେଶ୍ୱର, ଭଦ୍ରଖ, ଯାଜପୁରରେ ୩ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣରୁ କିଭଳି ରକ୍ଷା କରାଯିବ ସେନେଇ ରାଜ୍ୟ ସରକାର ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା…
ଅଗ୍ନିଶମ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ଅଞ୍ଚଳବାସୀ
ବ୍ରହ୍ମପୁର ଅଫିସ,୨୨ା୪-କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ବୁଧବାର ଆମ୍ବପୁଆ ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ବେଳେ ଅଞ୍ଚଳବାସୀ ଅଗ୍ନିଶମ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ା…
ବିବାଦ ତୁଟିଲା: ଗୋଲାପଡ଼ାରେ ବଣ୍ଟାଯିବ ରାଶନ
ଭଞ୍ଜନଗର,୨୩।୪(ଡି.ଏନ.ଏ.)-ଗୋଲାପଡ଼ା ପଞ୍ଚାୟତରେ ଓଜନ ମାପ ଯନ୍ତ୍ରକୁ ନେଇ ଲାଗି ରହିଥିତ୍ବା ବିବାଦ ତୁଟିଛି। ଗତ ୧୮ ତାରିଖରେ ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ କେତେଜଣ ବ୍ୟକ୍ତି ଓଜନ ମାପ ଯନ୍ତ୍ର ଜାଲିଆତି ହୋଇଥିତ୍ବା ଦର୍ଶାଇ ହୋହାଲ୍ଲା କରିଥିଲେ। ସେମାନେ ପଞ୍ଚାୟତ ନିର୍ବାହୀ…
ବୋହୂଙ୍କୁ ଆକ୍ରମଣ: ଶ୍ୱଶୁର, ଶାଶୁଙ୍କ ନାମରେ ମାମଲା
ଖଇରା,୨୩।୪(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ବର୍ତ୍ତନା ପଞ୍ଚାୟତ ଅଧୀନ ଧଳିଗଡିଆ ଗ୍ରାମର ତିଳୋତ୍ତମା ରାଉତ ନାମ୍ନୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଖଇରା ପୋଲିସ ତାଙ୍କ ଶ୍ୱଶୁର, ଶାଶୁଙ୍କ ସମେତ ୬ଜଣଙ୍କ ନାମରେ ମାମଲା (୮୦/୨୦)ରୁଜୁ କରିଛି ା ଅଭିଯୋଗ ଅନୁଯାୟୀ, ତିଳୋତ୍ତମାଙ୍କ…

