୩୭ ଦିନ ପରେ ପୁରୀକୁ ଫେରିଲା କରୋନା

ପୁରୀ ଅଫିସ,୧୧।୫: ୩୭ ଦିନ ପରେ ପୁରୀ ଜିଲାକୁ ଫେରିଛି କରୋନା। ଜିଲାରୁ ରବିବାର ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିବା ପରେ ଜିଲାବାସୀଙ୍କ ଚିନ୍ତା ବଢିଯାଇଛି। ଗ୍ରୀନ୍‌ ଜୋନରେ ଥିବା ପୁରୀ ଏବେ ଏହି ଜୋନରୁ ବାଦ୍‌ ପଡ଼ିବା ନିଶ୍ଚିତ ହୋଇଥିବାବେଳେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ସଂକଟ ବଢିଲା ବୋଲି ସହରରେ ଚର୍ଚ୍ଚା ହେଉଛି।

କିଛିଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ଏହି ସଂଖ୍ୟା ବଢୁଥିବା ବେଳେ ପୁରୀ ଜିଲା କିନ୍ତୁ ଗ୍ରୀନ୍‌ ଜୋନରେ ଥିବାରୁ ଜିଲାବାସୀ ଆଶ୍ୱସ୍ତ ଅନୁଭବ କରୁଥିଲେ। ହେଲେ ଗତ କିଛିଦିନ ଧରି ପ୍ରବାସୀ ଓଡ଼ିଆ ଏବଂ ଅନ୍ୟ ରାଜ୍ୟରୁ ଲୋକେ ଜିଲାକୁ ପ୍ରବେଶ କରିବା ଆରମ୍ଭ କରିଛନ୍ତି। ଏହାରି ଭିତରେ ଏବେ ଜିଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ତେବେ ପୁରୀ ସହରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଥିବାବେଳେ ସେମାନେ ସମ୍ପର୍କୀୟ ବୋଲି ଶୁଣିବାକୁ ମିଳୁଛି। ତେବେ ସେମାନେ ପଶ୍ଚିମବଙ୍ଗରୁ କେବେ ଆସିଥିଲେ, କ୍ବାରାଣ୍ଟାଇନରେ ଥିଲେ ନା ନାହିଁ ତାକୁ ନେଇ ସହରବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ପ୍ରଶାସନ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଖୋଜିବା ସହ ଉଭୟେ କାହା କାହା ସଂଷ୍ପର୍ଶରେ ଆସିଛନ୍ତି ତାହାର ଅନୁଧ୍ୟାନ ଆରମ୍ଭ କରିଦେଇଛି। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବ ବୋଲି ଜଣେ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମଧ୍ୟ ସଙ୍କଟ ବଢିଯାଇଛି। ଏହି କରୋନା କଟକଣା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିଲା। ଶେଷରେ କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଅନୁମତି ପରେ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏବେ ୨ ଆକ୍ରାନ୍ତ ଚିହ୍ନଟ ପରେ ପୁରୀ ଗ୍ରୀନ୍‌ ଜୋନରୁ ବାଦ୍‌ ପଡିପାରେ ବୋଲି କୁହାଯାଉଛି। ସୂଚନାଥାଉ କି, ଏପ୍ରିଲ ୩ ତାରିଖରେ ପୁରୀ ଜିଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପିପିଲି ବ୍ଲକ ଦାନଗହିର ଗଁାର ସମ୍ପୃକ୍ତ ବ୍ୟକ୍ତିଙ୍କର ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ୍‌ ରହିଥିଲା। କିଛିଦିନ ମେଡିକାଲରେ ରହି ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଏବେ ଘରେ ଅଛନ୍ତି। ଏହାପରେ ପ୍ରାୟ ପ୍ରତିଦିନ ଜିଲାରୁ କୋଭିଡ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଥିଲା। ୩୬ଦିନ ଜିଲାରେ କେହି ଏହି ପ୍ରାଣଘାତୀ ଭୂତାଣୁ ଦ୍ୱାରା ଆକ୍ରାନ୍ତ ନ ଥିଲେ, ଯାହାକି ଜିଲାବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଥିଲା। ହେଲେ ରବିବାର ଗୋଟିଏ ଦିନରେ ୨ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri