ଆମ ଜିଲା ଖବର

ସୋସୋରେ ମାତିଛି ଦନ୍ତା: ଅଞ୍ଚଳବାସୀ ଭୟଭୀତ

ହାଟଡିହୀ,୨୩ା୪(ଡି.ଏନ୍‌.ଏ.) : କରୋନା ସାଙ୍ଗକୁ ହାତୀ ଭୟ ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଅଞ୍ଚଳରେ ଏକ ଦନ୍ତା ମାତିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଥିସହ ହାତୀଟି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଚାଲିଛି। ବାଡ଼ିବଗିଚାରେ…

ପେଟ୍ରୋଲ ପମ୍ପରେ ଷ୍ଟାଫ୍‌, ଭାରୀଯାନ ଚାଳକଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ; ବିନା ମାସ୍କରେ ପକାଇ ପାରିବେନି ତେଲ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ପାଇଁ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସୁଥିବା ସମସ୍ତ ଭାରୀଯାନର…

ବାରିପଦା, ବଲାଙ୍ଗୀରରେ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୩ା୪: ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।…

ହଂସପୁର ଗ୍ରାମରେ ୭୦୦ଶହ ଲୋକଙ୍କ ପାଇଁ ଚାଲିଥିଲା ଭୋଜି: ଖାଇବାକୁ ବସିବା ବେଳେ ପ୍ରଶାସନର ଚଢ଼ାଉ, ଛତ୍ରଭଙ୍ଗ କଲେ ଲୋକେ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ହଂସପୁର ଗାଁରେ ବୁଧବାର ରାତିରେ ୭୦୦ ଲୋକଙ୍କ ପାଇଁ ଭୋଜି ରନ୍ଧା ସରିଥିଲା। ଏପରିକି ଲୋକେ ଭୋଜି ଖାଇବାକୁ ବସିଥିଲେ। ହେଲେ ଗ୍ରାମ ରାସ୍ତା ଦେଇ ପ୍ରଶାସନର ଏକ ଟିମ୍‌…

ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଡିଓ

ଶେରଗଡ଼,୨୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାରଠାରୁ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବରମୁଣ୍ଡଳୀ ଓ ଧବଲପୁର ପଞ୍ଚାୟତରେ ଏହି ଶୁଖିଲା ଖାଦ୍ୟ ବିଡିଓ ସୁରଞ୍ଜନ କୁମାର ସାହୁ,ସାମାଜିକ ସୁରକ୍ଷା ଅଧିକାରୀ ଭୀମସେନ ବାରିକଙ୍କ ଉପସ୍ଥିତିରେ ବରମୁଣ୍ଡଳୀ…

ଅନ୍ୟ ଜିଲାରୁ ଚୌଦ୍ୱାର ଫେରୁଛନ୍ତି ଲୋକେ: ସଚେତନ ହେଲେ, କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଆସିଲେ

ଚୌଦ୍ୱାର,୨୩।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବାହାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଡାକ୍ତରୀ ପରୀକ୍ଷା କରାଇ ସ୍ଥାନୀୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବା ବ୍ୟବସ୍ଥା ସରକାରଙ୍କ ତରଫରୁ ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳରେ କରାଯାଇଛି। ଏଥିସହିତ ସଂକ୍ରମଣକୁ ରୋକିବା ଦିଗରେ ସହରାଞ୍ଚଳ…

ସାଇକେଲ୍‌ରେ ନୟାଗଡ଼ ଯିବା ସମୟରେ ୮ ଶ୍ରମିକ ଉଦ୍ଧାର, କ୍ୱାରାଣ୍ଟାଇନ୍‌ରେ ରଖିଲା ସ୍ବାସ୍ଥ୍ୟ ବିଭାଗ

ରାୟଗଡ଼ା ଅଫିସ,୨୩ା୪: ଗୁରୁବାର ଭୋର୍‌ ସମୟରେ ୮ ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଏହି ଶ୍ରମିକମାନେ ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ କୋରାପୁଟ ଜିଲା ଦାମନଯୋଡ଼ି ଅଞ୍ଚଳରେ ଶ୍ରମିକ ଭାବେ ଦୀର୍ଘଦିନ ହେଲା କାମ କରି…

ଭଦ୍ରକରୁ ଆସିଲେ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ଲାଗି ଡରୁଛନ୍ତି ଶିକ୍ଷକ

ଗୁଡଭେଲା,୨୩ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ରୁ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଅଧିକାଂଶ ଅଧିକାରୀ ଛୁଟି ଭାବି ନିଜ ନିଜ ଗାଁକୁ ଚାଲିଯାଇଥିବା ବେଳେ ଏପ୍ରିଲ ୨୦ରୁ କିଛି କାର୍ଯ୍ୟାଳୟ ଖୋଳିଥିଲା। ଏପରିକି ଆସନ୍ତା ୨୫…

ପୁଅ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ଗୋଟିଏ ପରିବାରର ୫ ସଦସ୍ୟ

ବିଜେପୁର,୨୩ା୪(ଡି.ଏନ୍‌.ଏ.) : କୋଭିଡ-୧୯ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏଭଳି ସମୟରେ ପୁଅ ପାଇଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ମା’ଙ୍କ ସମେତ ୫ଜଣ ସଦସ୍ୟ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ପଡ଼ିବା ଅଞ୍ଚଳରେ ଚର୍ଚ୍ଚାର…

କରୋନା ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପ, ପୁଅଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୩।୪(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଳକ ବୋମକେଇ ଗାଁରେ ରାସନ କାର୍ଡ ଓ ଲେବର କାର୍ଡ ହିତାଧିକାରୀଙ୍କୁ କରୋନା ଆର୍ଥିକ ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୨ଜଣ ଗିରଫ କରି କୋର୍ଟ…

ଶ୍ରୀକ୍ଷେତ୍ରରେ ଚାପ କାମ ଆରମ୍ଭ: କେବଳ ମହାପ୍ରଭୁଙ୍କୁ ଅପେକ୍ଷା

ପୁରୀ ଅଫିସ,୨୩ା୪: ଆସନ୍ତା ୨୬ ତାରିଖରେ ଚନ୍ଦନଯାତ୍ରା। ଏହି ଅବସରରେ ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସହ ମିଶି ୨୧ ଦିନ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ। ଏଥିପାଇଁ ଗୁରୁବାରଠାରୁ ଚାପ କାମ ଆରମ୍ଭ ହୋଇଛି। କେବଳ…

ସାମାଜିକ ଦୂରତ୍ୱ ନ ଥିଲେ ୧ ହଜାର ଜରିମାନା ଦେବେ ଦୋକାନୀ: ଜିଲାପାଳ

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ଦୋକାନ ସମ୍ମୁଖରେ ଗ୍ରାହକମାନେ ନିଜ ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବାଧ୍ୟତାମୂଳକ। ଦୋକାନୀମାନେ ଏପରି ସୁନିଶ୍ଚିତ କରାଇବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଦୋକାନୀଙ୍କଠାରୁ ୧ ହଜାର ଟଙ୍କା ଜରିମାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?