ନଁ।କୁ ସୀମା ସିଲ୍: ପଶ୍ଚିମବଙ୍ଗରୁ ଫେରିଆସୁଛନ୍ତି ଓଡ଼ିଆ
ବାଲେଶ୍ୱର ଅଫିସ/ ବାରିପଦା ଅଫିସ, ୨୧।୪-ରାଜ୍ୟ ପ୍ରବେଶପଥଗୁଡ଼ିକ ସିଲ୍ ଥିବା ବେଳେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଲୋକମାନେ ବିଭିନ୍ନ ୪ଚକିଆ ଯାନରେ ନିଜ ରାଜ୍ୟକୁ ଫେରିଆସୁଛନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହା ରାଜ୍ୟ ସରକାରଙ୍କ…
ଆକାଂକ୍ଷା ପକ୍ଷରୁ ସହାୟତା
ଖଇରା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ସବଡିଭିଜନରେ ବିଦ୍ୟୁତ ପରିଚାଳନା ଦାୟିତ୍ୱରେ ଥିବା ଆକାଂକ୍ଷା ପାୱାର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ କରାଯାଇଛି ା ଆକାଂକ୍ଷାର ପରିଚାଳନା ନିର୍ଦ୍ଦେଶକ ବିପିନ ଦାସ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍-୧୯ରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ରକଳ୍ପ…
ସ୍କର୍ପିଓରେ ଦେଶୀ ମଦ ଚାଲାଣ, ଜଣେ ଗିରଫ
ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଥାନା ଆଇଆଇସି ଉଦେଲାଲ ନାୟକ ରବିବାର ରାତି ୧୦ଟାରେ ସଦର ଥାନା ତାମୁଳିଆ ଓଭରବ୍ରିଜ୍ ନିକଟରେ ଚଢ଼ାଉ କରିଥିଲେ। ଏକ ସ୍କର୍ପିଓ ୧ହଜାର ଲିଟର ମଦ ନେଇଯାଉଥିବା…
ମାସ୍କ, ସାବୁନ ବାଣ୍ଟିଲେ ପୂର୍ବତନ ମନ୍ତ୍ରୀ
ଖଇରା,୨୧।୪(ଡି.ଏନ.ଏ.)-ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ପଦ୍ମଲୋଚନ ପଣ୍ଡା ଓ ତାଙ୍କ ପୁତ୍ର ତଥା ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନର ନିର୍ଦ୍ଦେଶକ ଡ ବେଣୁମାଧବ ପଣ୍ଡା ଶନିବାର ଖଇରା ବ୍ଲକର ସୁଣ୍ଢିରା, ମହତୀପୁର, ଗୋବିନ୍ଦପୁର, ସାରୁଗାଁ ,ପଳସା ତଥା ନହଙ୍ଗ…
ରିଲିଫ୍ ଫଣ୍ଡକୁ ସହାୟତା
ରେମୁଣା, ୨୧।୪(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ଅଧୀନ ମାଳ ଗ୍ରାମ ନିକଟସ୍ଥ ରସିକପୁର ଗ୍ରାମର କେତେକ ଅନୁଷ୍ଠାନପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେମାନେ ମିଳିମିଶି ୨୧୦୦ ଟଙ୍କା ତହସିଲଦାରଙ୍କ ଦ୍ୱାରା…
ଅସହାୟ ଅବସ୍ଥାରେ ୯ ପରିବାର
ଖଇରା,୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁର ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ୯ ପରିବାର ଖାଦ୍ୟ ନ ପାଇ ଅସହାୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚିନାହିଁ। ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି…
ଜୀବନବିନ୍ଦୁରେ ୭୦ୟୁନିଟ୍ ରକ୍ତ ସଂଗ୍ରହ
ଖଇରା,୨୧।୪(ଡି.ଏନ.ଏ.)-ବିଜେଡି ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ହାଇସ୍କୁଲ ପରିସରରେ ସୋମବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍ଘାଟନ କରିଥିଲେ। ରକ୍ତ ଭଣ୍ଡାରରେ ରକ୍ତ ଅଭାବ ପୂରଣ…
ଲୁଟେରା ଗ୍ୟାଙ୍ଗ୍କୁ କାବୁକଲା ପୋଲିସ
ଅନୁଗୋଳ ଅଫିସ, ୨୧।୪ ଅନୁଗୋଳ ସହର ହେମସୁରପଡ଼ା ଦୁର୍ଗା ମଣ୍ଡପ ପଛରେ ଲୁଟ୍ ଯୋଜନା ଚାଲିଥିବାବେଳେ ଅନୁଗୋଳ ପୋଲିସ ଚଢ଼ାଉ କରି ଗ୍ୟାଙ୍ଗର ସର୍ଦ୍ଦାର ଛେଳିଆପଡ଼ାର ବୁବୁ ଓରଫ୍ ଭବାନୀଶଙ୍କର ଭଞ୍ଜ(୨୫) ଓ ଶୁକୁଆସାହିର ସେକ୍ ଆବିଦ(୨୦)ଙ୍କୁ ଗିରଫ କରିଛି। ସେମାନଙ୍କ…
ଦୋକାନରେ ତାଲା, ଚୋରାରେ ଖୋଲାମେଲା
ଅନୁଗୋଳ ଅଫିସ, ୨୧।୪ ଲକ୍ଡାଉନ୍ ଯୋଗୁ ଅନୁଗୋଳ ଜିଲାର ସମସ୍ତ ବିଦେଶୀ ମଦ ଦୋକାନରେ ତାଲା ପଡ଼ିଛି। ତଥାପି ଚୋରା ବଜାରରେ ଖୋଲାମେଲାରେ ବିକ୍ରି ହେଉଛି ମଦ। ଚାହିଦା ଏତେ ଯେ ଚୋରା ବେପାରୀମାନେ ଦର ପ୍ରାୟ ୩ ଗୁଣା କରିଦେଇଛନ୍ତି।…
ତାଳଚେର କୋଭିଡ୍ ଡାକ୍ତରଖାନା ପ୍ରସ୍ତୁତ
ତାଳଚେର, ୨୧ା୪(ନି.ପ୍ର.) ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲରେ ସୋମବାର ସ୍ବତନ୍ତ୍ର କୋଭିଡ-୧୯ ଡାକ୍ତରଖାନା ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦ୍ଘାଟନ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ଛେଣ୍ଡିପଦା,୨୧।୪(ସ୍ବ.ପ୍ର.) ଛେଣ୍ଡିପଦାର ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଯୋଗ ଶିବିରର ସଦସ୍ୟମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ୧ଶହ ଟଙ୍କା ଦାନ କରିଛନ୍ତି। ସଂଘ ଓ ଯୋଗ ଶିବିର ସଭାପତି ବିପିନବିହାରୀ ବେହେରା, ଉପସଭାପତି ରାଜକିଶୋର ସାହୁ, ସମ୍ପାଦକ…
କାଠ ଚୋରିର ହେବ ତଦନ୍ତ
କଣିହଁ।,୨୧ା୪ (ଡି.ଏନ.ଏ.) କଣିହଁ। ବନାଞ୍ଚଳ ହନୁମାନପୁର ସେକ୍ସନର ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳଗଛ କାଟି କାଠ ମାଫିଆମାନେ ଚୋରି କରିବାରେ ଲାଗିଛନ୍ତି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଇ କେବଳ ଜଙ୍ଗଲରୁ ନିଅଁା ଲିଭାଇବା…

