ମଦ ବିକ୍ରି ଅଭିଯୋଗରେ ଅବକାରୀ ଚଢ଼ାଉ: ମିଳିଲାନି ମଦ, ସାହିରେ ଉତ୍ତେଜନା

ଗଞ୍ଜାମ,୨୪ା୫(ଡି.ଏନ୍‌.ଏ.): କରୋନା ପାଇଁ ସବୁଆଡ଼େ ମଦ ଦୋକାନ ବନ୍ଦ ରହିଛି। ଚୋରା ଲୁଚାରେ ମଦ ବିକ୍ରି ହେଉଥିବା ନେଇ ଗଞ୍ଜାମ ସହରରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଶନିବାର ଅବକାରୀ ବିଭାଗ ପକ୍ଷରୁ ବ୍ରାହ୍ମଣଢମଣା ସାହିରେ ଜଣେ ବିଧବା ବୃଦ୍ଧାଙ୍କ ଘରେ ଚଢ଼ାଉ ହୋଇଥିଲା। ମଦ ମିଳି ନ ଥିବାରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା ଅବକାରୀ କର୍ମଚାରୀଙ୍କୁ। ତେବେ ଏହାକୁ ନେଇ ସାହିରେ ଉତ୍ତେଜନା ଦେଖା ଦେଇଥିଲା । ସାହି ଯୁବକମାନେ ଅବକାରୀ ଗାଡ଼ି ସମ୍ମୁଖରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ଅବକାରୀ କର୍ମଚାରୀ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏଠାରେ ମଦ ବିକ୍ରି ହେଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ଫୋନ୍‌ ଯୋଗେ ବାରମ୍ବାର ଅଭିଯୋଗ କରୁଥିବା ଅବକାରୀ ବିଭାଗର କର୍ମଚାରୀମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଛାଡ଼ିବା ପରେ ପୁଣି ଲେଉଟିଲା ଶୀତ

କୋଳିମାଟି,୨୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ଅଞ୍ଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି। ଅଧିକ ମାତ୍ରାରେ ଶୀତ ହେଉଥିବାରୁ ସାଧାରଣ ଲୋକମାନେ ସକାଳ ୮ଟା...

ଘୋଷଣାରେ ରହିଛି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ଚିକିତ୍ସା ସୁବିଧା ନାହିଁ। ଆଇସିୟୁ, ଭେଣ୍ଟିଲେଟର ନ ଥିବା ଯୋଗୁ ଗୁରୁତର ରୋଗୀ ପଡ଼ୋଶୀ ଜିଲା ଏବଂ ଆନ୍ଧ୍ରପ୍ରଦେଶ...

ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ: ୬ ବାତିଲ, ବଦଳିଲା ୮ ଟ୍ରେନ୍‌ର ଗତିପଥ

ଅନୁଗୋଳ ଅଫିସ,୧୪।୯: ଅନୁଗୋଳ ଜିଲା ତାଳଚେର ରୋଡ଼ ଭୋଗବେରେଣି ପୋଲ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି ସମ୍ବଲପୁରରୁ...

ବାଘ ଆତଙ୍କ, ପାଦ ଚିହ୍ନକୁ ନେଇ ତର୍ଜମା କରୁଛି ବନ ବିଭାଗ

ବଡ଼ସାହି,୧୦ା୬(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ...

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ଏସ୍‌ପିଙ୍କଠାରୁ ସୁରକ୍ଷା ଲୋଡିଲେ ମୃତକଙ୍କ ପୁଅ

ବଲାଙ୍ଗୀର ଅଫିସ, ୧୭ା୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତର ଚିଟିକାମାଲ ଗାଁରେ ଗୁଣିଗାରେଡି ସନ୍ଦେହରେ ସୋମବାର...

ଟାଟା ଚା’ ପ୍ୟାକେଜିଂ ୟୁନିଟରେ ନିଯୁକ୍ତି ଦାବି: ଅଫିସ ଘେରାଉ କଲା ଭାଜପା

ଛତ୍ରପୁର, ୨୪।୭(ଡି.ଏନ୍‌.ଏ.): ଛତ୍ରପୁର ଉପକଣ୍ଠ ଟାଟା ଷ୍ଟିଲ କମ୍ପାନୀ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ଟାଟା ଚା’ ପ୍ୟାକେଜିଂ ୟୁନିଟରେ ଜମି ହରାଇଥିବା ଲୋକଙ୍କୁ...

୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା...

ପୋତାଗଡ଼ରୁ ଉଦ୍ଧାର ନାଗ ଦେବତାଙ୍କ ମୂର୍ତ୍ତି କାଶୀ ବିଶ୍ୱନାଥ ମନ୍ଦିରରେ ପାଇବେ ପୂଜା

ଗଞ୍ଜାମ,୧୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ସପ୍ତଫେଣୀ ନାଗ ଦେବତାଙ୍କ ପ୍ରାଚୀନ ପିତ୍ତଳ ମୂର୍ତ୍ତି ଉଦ୍ଧାର ହୋଇଥିଲା l ସୁରିଆ ପ୍ରଧାନ,...

Advertisement
Archives

Model This Week