ଆମ ଜିଲା ଖବର

ଚିକିତ୍ସା ଅବହେଳାରୁ ଶିଶୁକନ୍ୟାଙ୍କ ମୃତ୍ୟୁ ଅଭିଯୋଗ: ପ୍ରତିବାଦରେ ମେଡ଼ିକାଲ୍‌ରେ ଉତ୍ତେଜନା

ବାରିପଦା ଅଫିସ,୨୪ା୫-ମୟୂରଭଞ୍ଜ ଜିଲା ବାରିପଦା ସହରର ବାଲେଶ୍ୱର ଗୋଲେଇସ୍ଥିତ ଜୀବନଦୀପ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ପିତା ବାରିପଦା ତକତପୁର ୱାର୍ଡ଼ ନଂ. ୨୪ର ବାସିନ୍ଦା ରମେଶ ଚନ୍ଦ୍ର ସିଂହ ଏନେଇ ଟାଉନ…

ପାଣିରେ ବୁଡ଼ିି ଜୀବନ ଗଲା

ଖଇରା, ୨୪ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଚନ୍ଦ୍ରାଟିକିରୀ ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପୁଅ ଓଁକାର(୮) ଶନିବାର ପୋଖରୀ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ପ୍ରତାପ ଓ ତାଙ୍କ ସ୍ତ୍ରୀ ବମ୍ବେରେ ରହୁଥିବା ବେଳେ ଓଁକାର ଔପଦା ଥାନା…

ସଙ୍ଗରୋଧ କେନ୍ଦ୍ରରେ ଯୋଗଶିକ୍ଷା

ଖଇରା, ୨୪ା୫ (ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁଣ୍ଟା, ମାଟିଆଳପଦା ଓ ଗଣ୍ଡିବେଡଠାରେ ବିଭିନ୍ନ ସ୍କୁଲରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ୩ଦିନ ଯୋଗଶିକ୍ଷା ଦିଆଯାଉଛି। ଖଇରା ବିଡିଓ ଦେବେନ୍ଦ୍ର ବଳଙ୍କ ଅନୁମତି କ୍ରମେ ଜିଲା ପତଞ୍ଜଳୀ ଯୋଗ ସମିତିର ବିଶିଷ୍ଟ…

ଲକ୍‌ଡାଉନରେ ନିର୍ଯାତିତ ଠିକା ଶ୍ରମିକ

ଲଖନପୁର,୨୪।୫(ଡି.ଏନ୍‌.ଏ) ମହାମାରୀ କରୋନାକୁ ନେଇ ସାରାଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ଏହାର ପ୍ରଭାବ କଳକାରଖାନା ଉପରେ ପଡିଛି । ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଯେମିତି ପ୍ରଭାବିତ ନ ହେବେ ଏଥିପାଇଁ ସରକାର କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି…

ନିୟମ ମାନୁନାହାନ୍ତି ବହିରାଗତ

ଅନୁଗୋଳ ଅଫିସ, ୨୩।୫- ମହାମାରୀ କରୋନା ରୋକିବାକୁ ଅନୁଗୋଳ ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ ଅନେକ ବହିରାଗତ ନିୟମ ପାଳନ କରୁ ନ ଥିବା ଚିନ୍ତାର ବିଷୟ ହୋଇଛି। ବାହାରୁ ଆସୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିଲେ…

ପ୍ରବାସୀଙ୍କ ପାଇଁ ପଞ୍ଚାୟତ ଶଟଡାଉନ୍‌

କଣିହଁା,୨୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହଁା ବ୍ଲକ ବଜ୍ରକୋଟ ପଞ୍ଚାୟତକୁ ଶନିବାର ୫୩ ପ୍ରବାସୀ ଫେରିଛନ୍ତି। ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେବା ଓ ସେଠାରେ ଉପଯୁକ୍ତ ଭାବେ ଥଇଥାନ କରିବା ଲାଗି ସରପଞ୍ଚ ରୋଜାଲିନ ସାହୁ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ପଞ୍ଚାୟତକୁ…

ତାମିଲନାଡୁରେ ଫସି ରହିଛନ୍ତି ୩୦ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-ଲକ୍‌ଡାଉନ ଯୋଗୁ ବୌଦ୍ଧ ଜିଲାର ୩୦ ଜଣ ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ଜୀବନ ପ୍ରତି ବିପଦ ରହିଥିବା ସେମାନେ ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ…

ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-କରୋନା ନେଇ ସମସ୍ତେ ଭୟଭୀତ ଥିବା ବେଳେ ସରକାର ଓ ପ୍ରଶାସନ ଏହାର ମୁକାବିଲା ପାଇଁ ପ୍ରୟାସ ଚଳାଇଛନ୍ତି ା ବୌଦ୍ଧ ଜିଲାରେ ୧୦୧ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ଥିବା ବେଳେ ୫୬ କେନ୍ଦ୍ରରେ କେବଳ ପ୍ରବାସୀ ଶ୍ରମିକଙ୍କୁ ରଖିବାର…

ତରଭାରେ ପହଞ୍ଚିଲେ ୧୯୦ ପ୍ରବାସୀ ଶ୍ରମିକ

ତରଭା,୨୩ା୫(ଡି.ଏନ.ଏ.)- ଶୁକ୍ରବାର ବିଳମ୍ବିତ ରାତିରେ ତରଭାରେ ପ୍ରବାସୀ ଶ୍ରମିକମାନେ ପହଞ୍ଚିଥିବା ଜଣାପଡିବା ପରେ ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ା ବିଭିନ୍ନ ସ୍ଥାନରୁ ୪୧୧ ଶ୍ରମିକ ଆସିବା ପାଇଁ ପଞ୍ଜୀକୃତ ହୋଇଥିଲା ା କିନ୍ତୁ ସୁବର୍ଣ୍ଣପୁର ଜିଲାର ୧୯୦…

କୋଚିଂ ସେଣ୍ଟର ଉପରେ ଚଢ଼ାଉ

କବିସୂର୍ଯ୍ୟନଗର,୨୩ା୫-କରୋନା ଯୋଗୁ ସରକାରଙ୍କ ତରଫରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଇ-ଶିକ୍ଷାଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବୃଦ୍ଧ ଓ କୋମଳମତି ପିଲା ବାହାରକୁ ବାହାରିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ବହୁ…

ଗଞ୍ଜାମରେ ସୁସ୍ଥ ହେଲେଣି ୨୦୩ କରୋନା ଆକ୍ରାନ୍ତ

ଛତ୍ରପୁର,୨୩ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଶନିବାର ପୁଣି ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୂର୍ବରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ମୋଟ ୨୦୩ଜଣ ସୁସ୍ଥ ହୋଇ ଫେରିଲେଣି। ଅପରପକ୍ଷରେ ଦିନକୁ ଦିନ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା…

ଅସମତିଙ୍କ କଅଁଳ କାନ୍ଧରେ ୪ ଭଉଣୀଭାଇଙ୍କ ଦାୟିତ୍ୱ

କୁନ୍ଦୁରା,୨୩ା୫(ଡି.ଏନ.ଏ.)-କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତ ଅନ୍ତର୍ଗତ ବାନ୍ଧିଆଗୁଡ଼ା ଗ୍ରାମରେ ବୈଶାଗୁ ମରିଚଫୁଲିଆଙ୍କ ପରିବାର ବସବାସ କରନ୍ତି। ସୁରୁଖୁରୁରେ ପରିବାର ଚଳୁଥିବା ବେଳେ ପ୍ରଥମେ ୪ବର୍ଷ ତଳେ ବୈଶାଗୁଙ୍କ ମୃତ୍ୟୁ ହୋଇଥିଲା। ମାଆ ରଇଲା ମରିଚଫୁଲିଆ (୩୦) କଷ୍ଟରେ ପିଲାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?