ମଦ ପାଇଁ ଆକ୍ରମଣ: ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୨୪ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶ୍ରୀହରି ସେଠୀଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେସ୍ ନଂ.୧୧୨/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ୍ ହାଜତକୁ ପଠାଇଦିଆଯାଇଛି। ଆଇଆଇସି ବସନ୍ତ କୁମାର…
ତେସିଙ୍ଗା କ୍ୱାରାଣ୍ଟାଇନ୍ ସେଣ୍ଟରରେ ବଗିଚା କାମ କରୁଛନ୍ତି ପ୍ରବାସୀ
ଭଣ୍ଡାରିପୋଖରୀ,୨୪ା୫(ଡି.ଏନ୍.ଏ.): କେତେକ କ୍ୱାରାଣ୍ଟାଇନ୍ ସେଣ୍ଟରରେ କିଏ ଟିକ୍ଟକ୍ କଲାଣି ତ ଆଉ କିଏ ଖାଇବା ଫିଙ୍ଗି ଭିଡିଓ ଭାଇରାଲ କଲେଣି। ଏଥିନେଇ ସରପଞ୍ଚଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ମାତ୍ର ଏମିତି ଏକ କ୍ୱାରାଣ୍ଟାଇନ୍ ସେଣ୍ଟର ଅଛ, ଯେଉଁଠି…
ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଟିଟିଲାଗଡ଼ ଷ୍ଟେଶନରେ ଅଟକିଲା ଟ୍ରେନ୍: ଜନ୍ମଦେଲେ କନ୍ୟା ସନ୍ତାନ
ଟିଟିଲଗଡ଼,୨୪ା୫(ଡି.ଏନ୍.ଏ.): ରବିବାର ଟିଟିଲାଗଡ଼ ଦେଇ କାଜିପେଟରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମହିଳାଙ୍କର ପ୍ରସବ ବେଦନା ହେବାରୁ ଟିଟିଲାଗଡ଼ ଷ୍ଟେଶନରେ ଟ୍ରେନ୍ ଅଟକା ଯାଇଥିଲା। ରେଳବାଇ ଡାକ୍ତର ଆର୍ଏନ୍ ପଣ୍ଡା…
କଳାହାଣ୍ଡିରେ ମା’ ଝିଅ କରୋନା ପଜିଟିଭ୍ : ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଲା
ଜୁନାଗଡ଼,୨୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମ୍ସିରେ ଥିବା ୨ ଜଣ ମହିଳାଙ୍କ ସ୍ବାବ୍ ନମୁନା କରୋନା ପଜିଟିଭ୍ ଆସିଛି। ସେମାନେ ଉଭୟ ମା’ ଝିଅ । ଗତ ୧୨ ତାରିଖରେ ସେମାନେ ପଶ୍ଚିମବଙ୍ଗରୁ ଟ୍ରେନ୍ ଯୋଗେ ସମ୍ବଲପୁର ଆସି…
କ୍ରିଷ୍ଣାଗିରିରୁ ଫେରିଲେ ୧୪୬୩ ପ୍ରବାସୀ
ଖୋର୍ଦ୍ଧା ଅଫିସ,୨୪ା୫: କ୍ରିଷ୍ଣାଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେଶନରେ ଶନିବାର ବିଳମ୍ବିତ ରାତିରେ ପହଞ୍ଚିଥିଲା। ଏହି ଟ୍ରେନରେ ୬ଟି ଜିଲାର ୧୪୬୩ ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କଟକ ୫୫,ଗଞ୍ଜାମ ୧୨୯, ଜଗତସିଂହପୁର…
ଫେରିଲେ ୧୪୬୪ ପ୍ରବାସୀ
ଖୋର୍ଦ୍ଧା ଅଫିସ, ୨୪।୫: କୋଇମ୍ବାଟୁରରୁ ଆସିଥିବା ସତନ୍ତ୍ର ଶ୍ରମିକ ଟ୍ରେନ ରବିବାର ଭୋର ସମୟରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେଶନରେ ପହଁଞ୍ଚିଛି। ଏହି ଟ୍ରେନରେ ୧୪୬୪ ପ୍ରବାସୀ ଓଡିଆ ଏବଂ ୪୮ ଜଣ ଛତିଶଗଡ ପ୍ରବାସୀ ଫେରିଛନ୍ତି। ପ୍ରବାସୀଓଡିଆଙ୍କ ମଧ୍ୟରେ କଟକର…
ପାଟଣା ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ
ପାଟଣା,୨୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନାରେ ରବିବାର ନୂତନ ଥାନାଧିକାରୀ ଭାବେ ସୋମନାଥ ଜେନା ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ କେନ୍ଦୁଝର ଟାଉନ ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ନବନିଯୁକ୍ତ ଥାନାଧିକାରୀ ଆଇନ ଶୃଙ୍ଖଳା ରକ୍ଷା ସହ ଲୋକଙ୍କ ସହ…
ଢେଙ୍କାନାଳରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ
ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ଜିଲାରେ ୫୨ ଜଣଙ୍କ ସ୍ବାବ୍…
ବଲାଙ୍ଗୀର: ଗୋଟିଏ ଦିନରେ ୭ କରୋନା ପଜିଟିଭ୍ ଚିହ୍ନଟ; ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଛୁଇଁଲା
ବଲାଙ୍ଗୀର ଅଫିସ, ୨୪ା୫- ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ୭ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାର ପଜିଟିିଭ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶନିବାର ରାତି ସୁଦ୍ଧା ଜିଲାରେ ୭ଟି ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା…
ମଦ ବିକ୍ରି ଅଭିଯୋଗରେ ଅବକାରୀ ଚଢ଼ାଉ: ମିଳିଲାନି ମଦ, ସାହିରେ ଉତ୍ତେଜନା
ଗଞ୍ଜାମ,୨୪ା୫(ଡି.ଏନ୍.ଏ.): କରୋନା ପାଇଁ ସବୁଆଡ଼େ ମଦ ଦୋକାନ ବନ୍ଦ ରହିଛି। ଚୋରା ଲୁଚାରେ ମଦ ବିକ୍ରି ହେଉଥିବା ନେଇ ଗଞ୍ଜାମ ସହରରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଶନିବାର ଅବକାରୀ ବିଭାଗ ପକ୍ଷରୁ ବ୍ରାହ୍ମଣଢମଣା ସାହିରେ…
ଅନୁଗୋଳରେ ପୁଣି ୫ କରୋନା ପଜିଟିଭ୍ ଚିହ୍ନଟ: ୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଅନୁଗୋଳ ଅଫିସ,୨୪ା୫: ଅନୁଗୋଳ ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବ୍ସାଇଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରାଜ୍ୟରେ ରବିବାର ୬୭…
ତିର୍ତ୍ତୋଲ ବ୍ଲକରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ
ତିର୍ତ୍ତୋଲ,୨୪ା୫(ଡି.ଏନ୍.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଗୁଜରାଟର ଅହମ୍ମଦାବାଦ ଫେରନ୍ତା ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛି। ଗତ ୧୯ ତାରିଖରେ ଜିଲାରେ ପରୀକ୍ଷା ପାଇଁ ପେଣ୍ଡିଂ ରହିଥିବା ସ୍ବାବ୍ ରିପୋର୍ଟ ବାହାରିବା…

