ସୋସାଇଟି ପଞ୍ଜୀକରଣ ଆଇନ୍‌ ସଂଶୋଧନ ନିଷ୍ପତ୍ତିକୁ ବିରୋଧ

ବାଲେଶ୍ୱର ଅଫିସ,୧୭।୬- ବାଲେଶ୍ୱର ଫକୀରମୋହନ ଗୋଲେଇ ନିକଟସ୍ଥ ନିଜସ୍ବ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ସୋସାଇଟି ପଞ୍ଜୀକରଣ ଆଇନ୍‌ ସଂଶୋଧନ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଛି। ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରି ଗତ ୧୮୬୦ରେ ପ୍ରଣୀତ ସୋସାଇଟି ପଞ୍ଜୀକରଣ ଆଇନ୍‌ ଅନୁଯାୟୀ ଆମ ରାଜ୍ୟରେ ଶହଶହ ସୋସାଇଟି ପଞ୍ଜିକୃତ ହୋଇ ବହୁ ସାମାଜିକ ସେବାକାର୍ଯ୍ୟ କରୁଛନ୍ତି। ଅନେକ ସୋସାଇଟି ରାଜ୍ୟ ଓ କେନ୍ଦ୍ର ସରକାର କିମ୍ବା କୌଣସି ବିଦେଶୀ ସଂସ୍ଥାରୁ କୌଣସି ଅର୍ଥ ଗ୍ରହଣ ନ କରି ନିଜସ୍ବ ଉଦ୍ୟମରେ ସେବାକାର୍ଯ୍ୟ କରୁଛନ୍ତି। କିନ୍ତୁ ସେହି ସୋସାଇଟିମାନଙ୍କର ପ୍ରତି ୫ବର୍ଷରେ ନବୀକରଣ ପାଇଁ ଆଇନଗତ ବାଧ୍ୟବାଧକତାକୁ ମଞ୍ଚ ଦୃଢ଼ ବିରୋଧ କରିଛି। ରାଜ୍ୟ ସରକାର ଏହି ଉଦ୍ୟମରୁ ବିରତ ହେବାକୁ ମଞ୍ଚ ତରଫରୁ ସର୍ବସମ୍ମତ ନିବେଦନ କରାଯାଇଛି।
ସେହିପରି ମହାମାରୀ କରୋନା ସମୟରେ ବହୁ ବରିଷ୍ଠ ନାଗରିକ ଗୃହବନ୍ଦୀ ଭାବେ ପାରିବାରିକ ଓ ସାମାଜିକ ଅବହେଳାର ଶୀକାର ହେଉଥିବା, ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଜିଲା ପ୍ରଶାସନ ସେ ଦିଗରେ ଗୁରୁତ୍ୱ ଆରୋପ କରୁ ନ ଥିବା, କେତେକ ପୋଲିସ୍‌ ଷ୍ଟେଶନ୍‌ରେ ବରିଷ୍ଠ ନାଗରିକ ସେଲ୍‌ ସଠିକ୍‌ କାର୍ଯ୍ୟ କରୁ ନ ଥିବା ଭଳି ଅଭିଯୋଗ ଉପରେ ଆଲୋଚନା କରିଥିଲେ। ସେହିପରି ଜିଲାରେ କରୋନା ରୋଗୀ ପରୀକ୍ଷଣ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗକୁ ନିବେଦନ କରାଯାଇଛି। ବୈଠକରେ ଜିଲା କମିଟିର ୩୮ଜଣିଆ କର୍ମକର୍ତ୍ତା ମଣ୍ଡଳୀ ଓ ଦେବବ୍ରତ ପାଣିଗ୍ରାହୀଙ୍କୁ ନବନିର୍ବାଚିତ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି। ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ଆଲୋଚନାର ବିଷୟ ଓ ଶୋକପ୍ରସ୍ତାବ ଆଗତ କରିଥିବା ବେଳେ ଗିରିଶ ଚନ୍ଦ୍ର ଦାଶ, ହରମୋହନ ଦାଶ, ଶରତ ଚନ୍ଦ୍ର ଦାଶ, ଡ. ପଦ୍ମଲୋଚନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ଦେବେନ୍ଦ୍ର ଚୌଧୁରୀ, ମଧୁସୂଦନ ଜେନା, ନିରୁପମା ସେଠୀ, ମନୋରଞ୍ଜନ ପାଲ୍‌ ଓ ବ୍ରଜସୁନ୍ଦର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?