ସହରରେ ବି ସେମାନଙ୍କୁ ସ୍ବପ୍ନ: ଦୁଇ ବୃଦ୍ଧାଙ୍କୁ ମିଳିପାରୁନି ରାଶନ କାର୍ଡ଼, ଆବାସ, ବିଜୁଳି

କଟକ ଅଫିସ,୧୭ା୬: ପ୍ରଶାସନିକ କାର୍ଯ୍ୟାଳୟଠାରୁ ଦୂରରେ ଥିବା ଗ୍ରାମାଞ୍ଚଳରେ ସରକାରୀ ସୁବିଧା ଅପହଞ୍ଚ ଥିବା ସମସ୍ତେ ଜାଣନ୍ତି। କିନ୍ତୁ ଖୋଦ୍‌ ସହରରେ ଯଦି ସାଧାରଣ ଲୋକ ତାହା ପାଇବାରୁ ବଞ୍ଚତ୍ତ ହୁଅନ୍ତି, ତେବେ ଏଥିରେ ବ୍ୟବସ୍ଥାର ଦୋଷ ବୋଲି ଧରାଯିବ। କଟକ ମହାନଗର ନିଗମ (ସିଏମ୍‌ସି)ର ୨ ଜଣ ବୃଦ୍ଧା ହେଉଛନ୍ତି ତାହାର ଉଦାହରଣ। ସେମାନଙ୍କ ପାଇଁ ରାଶନ କାର୍ଡ଼, ଆବାସ ଓ ବିଜୁଳି ଏବେମଧ୍ୟ ସ୍ବପ୍ନ ହୋଇ ରହିଛି।
ସିଏମ୍‌ସିର ୧୮ ନଂ ୱାର୍ଡ ଓଡ଼ିଆ ବଜାର ଅଞ୍ଚଳର ଧନ୍ନାଲ ଚିନ୍ନାମାଙ୍କ ବୟସ ୭୫ ଛୁଇଁଲାଣି। ତାଙ୍କର ୩ ଝିଅ ଓ ଗୋଟିଏ ପୁଅ। ତିନି ଝିଅକୁ ବାହା ଦେଇଛନ୍ତି। କିନ୍ତୁ ପୁଅର ଅକାଳ ମୃତ୍ୟୁ ପରେ ବହୁ କଷ୍ଟରେ ଏକାକୀ ଚଳୁଛନ୍ତି। ଭତ୍ତା ଟଙ୍କାରେ ଚଳିବା ତାଙ୍କୁ ନିଅଣ୍ଟ ହେୁଛି। ସିଏମ୍‌ସି କାର୍ଯ୍ୟାଳୟକୁ ରାଶନ କାର୍ଡ ପାଇଁ ଆବେଦନ କରିବାକୁ ଗଲେ ତାହା ହୋଇପାରୁନାହିଁ। ଆବାସ ଯୋଜନାରେ ଘର କିମ୍ବା ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ମିଳୁନାହିଁ। ନୂଆଣିଆ ଘର ବର୍ଷାରେ କେତେବେଳେ ଧସିଯିବ କହିହେବ ନାହିଁ। ସେହିପରି ଓଡ଼ିଆ ବଜାର ଅନ୍ତର୍ଗତ ତନ୍ତୀସାହିର ନରଣା ଆମ୍ମା। ଦୁଇ ବିଧବା ଝିଅଙ୍କ ସହ ସେ ଏକ ଛୋଟିଆ ଘରେ ରୁହନ୍ତି। ବୟସ ୮୫ ବର୍ଷ। ତଥାପି ତାଙ୍କୁ ରାଶନ କାର୍ଡ଼ କିମ୍ବା ବିଜୁଳି ସଂଯୋଗ ମିଳିନାହିଁ। ୧୮ ନଂ ୱାର୍ଡର ପୂର୍ବତନ କର୍ପୋରେଟର ଅରୁଣ ସେଠୀ କହିଛନ୍ତି, ରାଶନ କାର୍ଡ ପାଇଁ ସେ ନିଜେ ବହୁବାର ସିଏମ୍‌ସିକୁ ଯାଇଛନ୍ତି। କିନ୍ତୁ କୌଣସି ତ୍ରୁଟି ଦେଖାଇ ପୁଣି ଥରେ ଆବେଦନ କରିବାକୁ କୁହାଯାଉଛି। ଏହିଭଳି ୧ ବର୍ଷ ବିତିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri