ଆମ ଜିଲା ଖବର

ଭୀମକୁଣ୍ଡ ସ୍ବତୀ ଘାଟରେ ଦାମୋଦର ମେଳା

ଠାକୁରମୁଣ୍ଡା,୨୧ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟରେ ଥିବା ବୈତରଣୀ ନଦୀର ସ୍ବତୀ ଘାଟରେ ସୋମବାର ସାନ୍ତାଳ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମେଳାରେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ୱ ସାନ୍ତାଳ ସମ୍ପ୍ରଦାୟର ଲୋକେ...

ଧାନ କିଣାରେ ଅନିୟମିତତା,ଥାନାରେ ଏତଲା

ଖୁଣ୍ଟା,୨୧ା୧(ଡ଼ି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ ପକ୍ଷରୁ ଧାନ କିଣାରେ ଅନିୟମିତତା ନେଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଶିମଗଡ଼ିଆ ଗ୍ରାମର ଜୟଦୀପ ସାହୁ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଧାନ ନ କିଣି ନକଲି ଚାଷୀଙ୍କ...

ବାରାପୁର-ଗରସଙ୍ଗ ରାସ୍ତା କାମ ଅସମ୍ପୂର୍ଣ୍ଣ: ଧାରଣାରେ ବସିଲେ ୨ କଲେଜର ଛାତ୍ରୀଛାତ୍ର

ଖଇରା,୨୧।୧(ଡି.ଏନ.ଏ.)- ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ବାରାପୁର-ଅନ୍ତରା ଆର୍‌ଡି ରାସ୍ତା ୧ବର୍ଷରୁ ଊର୍ଦ୍ଧ୍ୱ ହେଲା ଅସମ୍ପୂର୍ଣ୍ଣ ହୋଇ ରହିଛି। ଠିକାଦାର ରାସ୍ତାକୁ ମେଟାଲିଂ କରି ବିଲ୍‌ ନେଇ ପଳାଇବା ପରେ ଏବେ ଏହାର ଦୁର୍ଦ୍ଦଶା ସାଧାରଣ ଯାତ୍ରୀଙ୍କୁ ଭୋଗିବାକୁ...

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ମ୍ୟାଚରେ କଟକ ବିଡ଼ାନାସୀ ବିଜୟୀ

ଗଣିଆ,୨୧ା୧(ଡି.ଏନ.ଏ.): ଗଣିଆ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗଣିଆ ମିନି ଷ୍ଟାଡିୟମରେ ସୋମବାର ରାଜ୍ୟସ୍ତରୀୟ ଗଣିଆ କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ...

ପୁଅ ବାହାଘର ଶୋଭାଯାତ୍ରାରେ ବାପାର ଅକାଳ ମୃତ୍ୟୁ

ବାଲୁଗାଁ,୨୧ା୧(ଡ଼ି.ଏନ.ଏ.): ପୁଅ ବାହାଘର ଶୋଭାଯାତ୍ରା ବେଳେ ବାପାର ଅକାଳ ମୃତ୍ୟୁ ଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ମୃତକ ହେଲେ ସ୍ଥାନୀୟ ସରଳାପଦର ଗ୍ରାମର ବିଜୟ ସାହୁ (୫୫)। ବିଜୟ ସାହୁଙ୍କ ପୁଅ...

ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନ ଥିବାରୁ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାର ଶତାଧିକ ପରିବାର ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଅଭାବରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।...

ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା: ‘ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ’

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସାହିତ୍ୟ ଉପରେ ଆଧାରିତ ଲିଖିତ ଗ୍ରନ୍ଥ ହୋମରୁଲ୍‌ ଓ ସର୍ବୋଦୟ ବେସ୍‌ ହୃଦୟସ୍ପର୍ଷୀ। ଆଦର୍ଶ ଓ ସମନ୍ବୟର ଏହି ଗ୍ରନ୍ଥ ମାଧ୍ୟମରେ ଗାନ୍ଧୀ ସମାଜକୁ ଦିଗ୍‌ଦର୍ଶନ ଦେବାକୁ ଚେଷ୍ଟା କରିଛନ୍ତି। ସେହିପରି...

ବେଆଇନ ଦର୍ଶାଇ ବନ୍ଦ କରାଯାଇଥିଲା ଭିନ୍ନକ୍ଷମଙ୍କ ୨୨ ମାସର ଭତ୍ତା କୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଲା ବ୍ଲକ ପ୍ରଶାସନ

ଏରସମା,୨୧ା୧(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତସ୍ଥିତ ଜାମୁକଣ ଗ୍ରାମର ଭିନ୍ନକ୍ଷମ ଲକ୍ଷ୍ମୀଧର ମହାପାତ୍ର ୨୨ମାସ ଧରି ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଫଳରେ ଏ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହା ଜାଣିବା ପରେ...

ରାୟଗଡ଼ାରେ ରାଜସ୍ଥାନ କୁମ୍ଭାରଙ୍କ ବେଶ୍‌ ଚାହିଦା

ରାୟଗଡ଼ା ଅଫିସ ,୨୧।୧ ରାଜ୍ୟ ବାହାର କୁମ୍ଭାରଙ୍କ ରାୟଗଡ଼ାରେ ବେଶ୍‌ ଚାହିଦା ା ରାୟଗଡ଼ାରେ ପ୍ରତି ବର୍ଷ ପୂଜା ପାର୍ବଣ ସମୟରେ ସେମାନଙ୍କୁ ଦେଖିବାକୁ ମିଳିଥାଏ ା ସେମାନେ ପୂଜାର କିଛି ମାସ ପୂର୍ବରୁ ଆସି ଏଠାରେ ବ୍ୟବସାୟ କରି...

ବର୍ଷବର୍ଷ ଧରି ବାରଣ୍ଡାରେ ପଢୁଛନ୍ତି ୨ ଶ୍ରେଣୀର ଛାତ୍ରୀଛାତ୍ର

ଝରିଗାଁ, ୨୧।୧(ସ୍ବ.ପ୍ର.) –  ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନି କେଉଁଠି ପିଲାଙ୍କ ତୁଳନାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ସେହିଭଳି ଶ୍ରେଣୀଗୃହ ଅଭାବରୁ...

ପ୍ରଶାସନ ଉଦାସୀନତାର ପ୍ରତିବାଦ:ସୁକୁମାରେ ମିିଶିବାକୁ ଯାଉଥିଲେ ଗ୍ରାମବାସୀ

ମାଲକାନଗିରି,୨୧।୧ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ସଦର ବ୍ଲକ ମାଟାପାକା ପଞ୍ଚାୟତ କତାମାଟେରୁ ଗ୍ରାମର ୧୫୦ ଆଦିବାସୀ ପରିବାର ନିଜ ପୂର୍ବ ନିଷ୍ପତ୍ତି ଅନୁସାରେ ସୋମବାର ସୁକୁମାରେ ମିଶିବା ଲାଗି ସୁକୁମା ଜିଲାପାଳଙ୍କୁ ଭେଟିବାକୁ ଯାଉଥିଲେ। ଗତ ୧୩ରେ ଗ୍ରାମର ବିଭିନ୍ନ...

ପାଟରପଦା ସରପଞ୍ଚ ବହିଷ୍କୃତ

ପରଜଙ୍ଗ, ୨୧।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ବହିଷ୍କୃତ ହୋଇଛନ୍ତି ସରପଞ୍ଚ ଦୁଃଶାସନ ବିଶ୍ୱାଳ। ସରପଞ୍ଚଙ୍କ ବହିଷ୍କାର ସମ୍ପର୍କରେ ଫୋନ୍‌ ଯୋଗେ ଉଚ୍ଚ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri