ବାରାପୁର-ଗରସଙ୍ଗ ରାସ୍ତା କାମ ଅସମ୍ପୂର୍ଣ୍ଣ: ଧାରଣାରେ ବସିଲେ ୨ କଲେଜର ଛାତ୍ରୀଛାତ୍ର

ଖଇରା,୨୧।୧(ଡି.ଏନ.ଏ.)- ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ବାରାପୁର-ଅନ୍ତରା ଆର୍‌ଡି ରାସ୍ତା ୧ବର୍ଷରୁ ଊର୍ଦ୍ଧ୍ୱ ହେଲା ଅସମ୍ପୂର୍ଣ୍ଣ ହୋଇ ରହିଛି। ଠିକାଦାର ରାସ୍ତାକୁ ମେଟାଲିଂ କରି ବିଲ୍‌ ନେଇ ପଳାଇବା ପରେ ଏବେ ଏହାର ଦୁର୍ଦ୍ଦଶା ସାଧାରଣ ଯାତ୍ରୀଙ୍କୁ ଭୋଗିବାକୁ ପଡୁଛି ା ବିଶେଷ କରି ରାତି ପାହିଲେ ରାସ୍ତା ବ୍ୟବହାର ପାଇଁ ବାଧ୍ୟ ହେଉଥିବା ଗରସଙ୍ଗ ଜମ୍ବେଶ୍ୱର ମହାବିଦ୍ୟାଳୟ ଓ ଅନ୍ତରାର ଅଗଣି ନରେନ୍ଦ୍ର ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏହି ଅସମ୍ପୂର୍ଣ୍ଣ ରାସ୍ତାରେ ପଡ଼ିି ଦୁର୍ଘଟଣାର ଶିକାର ହେଉଛନ୍ତି ା ନିକଟରେ ଏହିଭଳି ଦୁର୍ଘଟଣାରେ ଶିକାର ହୋଇଥିବା ଅକ୍ଷୟ ଖିଲାର ଓ ଭସ୍କର ଚନ୍ଦ୍ର ଧଳ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସହିତ ସିମୁଳିଆ ବିଧାୟକ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଯାତ୍ରୀମାନେ ଦୁଃଖ ଜଣାଇ ସାରିଲେଣି ା ସବୁ ପରେ ଦୁର୍ଦ୍ଦଶା କମିବାର ନାଁଗନ୍ଧ ଧରୁନି ା ଶେଷରେ ସୋମବାର ରାସ୍ତା ସଂଯୋଗ କରୁଥିବା ୨ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବାରାପୁର କେନାଲ ନିକଟରେ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଧାରଣାରେ ବସି ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି ା ଖୁବଶୀଘ୍ର ରାସ୍ତାକାମ ଆରମ୍ଭ ନ ହେଲେ ଉଭୟ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଧାରଣାରେ ବସିବେ ବୋଲି ଛାତ୍ରୀ ରଙ୍ଗଲତା ସାହୁ, ମାନସୀ ଦାସ, ମୋନାଲିସା ବେହେରା, ପ୍ରୀତିଲତା ମହାନ୍ତି, ଛାତ୍ର ସୁବାସ ଦଳେଇ, ସାଗର ଲେଙ୍କା, ହିମାଂଶୁ ସେଠୀ, ପ୍ରଫୁଲ୍ଲ ହାତୀ, ମନୋରଞ୍ଜନ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବାରାପୁର-ଅନ୍ତରା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ପ୍ରାୟ ୫ବର୍ଷ ତଳେ ହୋଇଥିଲା ା ରାସ୍ତା ଶୋଚନୀୟ ହୋଇ ପଡ଼ିବା ପରେ ସମୟସୀମା ସରି ନ ଥିବାରୁ ଠିକାଦାର ବର୍ଷକ ତଳେ ରାସ୍ତାରୁ ପିଚୁ ତାଡି ମେଟାଲିଂ କରି ଦେଇଥିଲେ ା ତା’ପରେ ସମ୍ପୂର୍ଣ୍ଣ ନ କରି ଛାଡି ପଳାଇବା ପରେ ମେଟାଲଗୁଡିକ ରାସ୍ତାରୁ ବାହାରି ବିକ୍ଷିପ୍ତ ହୋଇ ପଡ଼ି ରହିବା ଯାତ୍ରୀଙ୍କ ପାଇଁ ପ୍ରତି ମୁହୂର୍ତ୍ତରେ ବିପଦ ସୃଷ୍ଟି କରୁଛି ା ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପିଚୁ ପାଇଁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ା ହେଲେ ଏହି ଫଣ୍ଡ ବାଲେଶ୍ୱର ଡିଭିଜନକୁ ଆସିବା ପରିବର୍ତ୍ତେ ଭଦ୍ରକ ଡିଭିଜନକୁ ଆସିଥିବା ଆଳ ଦେଖାଇ ଏ ପର୍ଯ୍ୟନ୍ତ କାମ କରାଯାଉ ନ ଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ପୂର୍ବାହ୍ନ ୧୧ଟାରୁ ୧ଘଟିକା ପର୍ଯ୍ୟନ୍ତ ରାସ୍ତାରେ ଧାରଣା ଦେଇଥିଲେ ା ରାସ୍ତାରେ ଯାଉଥିବା ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ସମେତ ବହୁଯାତ୍ରୀ ସ୍ବତଃପ୍ରବୃତ୍ତ ଭାବେ ଧାରଣାରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରିୟ ରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିବାରେ ଯେଉଁ ଠିକାଦାର ଟେଣ୍ଟର ନେଇଥିଲେ ସେ କାର୍ଯ୍ୟ କରିବାରେ ବିଳମ୍ବ କରୁଥିବାରୁ ତାଙ୍କୁ ହଟାଇ ନୂଆ ଠିକାଦାରଙ୍କୁ କାମ ଦେବା ପାଇଁ ଟେଣ୍ଟର ପ୍ରକ୍ରିୟା ଆରମ୍ଭ ହୋଇଛି ା ମାସକ ମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri