ପ୍ରଶାସନ ଉଦାସୀନତାର ପ୍ରତିବାଦ:ସୁକୁମାରେ ମିିଶିବାକୁ ଯାଉଥିଲେ ଗ୍ରାମବାସୀ

ମାଲକାନଗିରି,୨୧।୧ (ଡି.ଏନ୍‌.ଏ.)
ମାଲକାନଗିରି ଜିଲା ସଦର ବ୍ଲକ ମାଟାପାକା ପଞ୍ଚାୟତ କତାମାଟେରୁ ଗ୍ରାମର ୧୫୦ ଆଦିବାସୀ ପରିବାର ନିଜ ପୂର୍ବ ନିଷ୍ପତ୍ତି ଅନୁସାରେ ସୋମବାର ସୁକୁମାରେ ମିଶିବା ଲାଗି ସୁକୁମା ଜିଲାପାଳଙ୍କୁ ଭେଟିବାକୁ ଯାଉଥିଲେ। ଗତ ୧୩ରେ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ହୋଇଥିଲା। ଦୀର୍ଘ ୭୨ ବର୍ଷ ଧରି ସେମାନେ ବିଭିନ୍ନ ସମସ୍ୟାରେ ଦିନ କାଟୁଛନ୍ତି। ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ବୈଠକରେ ପ୍ରଶାସନ ସେମାନଙ୍କ ସମସ୍ୟା ସମାଧାନ ନ କଲେ ସେମାନେ ଛତିଶଗଡ଼ର ସୁକୁମା ଜିଲାରେ ମିଶିବେ ବୋଲି ନିଷ୍ପତ୍ତି ନେଇଥିଲେ। ସୋମବାର ଗ୍ରାମବାସୀ ସୁକୁମା ଜିଲାପାଳଙ୍କୁ ଭେଟିବା ପାଇଁ ଯାଉଥିଲେ। ଏହି ଖବର ପାଇ ମାଲକାନଗିରି ପୂର୍ବତନ ବିଧାୟକ ତଥା ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମି କତାମାଟେରୁ ଗ୍ରାମକୁ ଯାଇ ଲୋକମାନଙ୍କୁ ଅଟକାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମର ସମସ୍ୟା ସେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ସୁକୁମା ଜିଲାପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥଗିତ ରଖିଛନ୍ତି। ଏନେଇ ସେମାନେ ପୂର୍ବତନ ବିଧାୟକ ମାଡକାମିଙ୍କୁ ୧୫ ଦିନ ସମୟ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଗ୍ରାମର ଅନ୍ୟତମ ମୁଖ୍ୟ ସମସ୍ୟା ରାସ୍ତା କାମ ଆରମ୍ଭ ନ ହେଲେ ଗ୍ରାମବାସୀ ବାଧ୍ୟହୋଇ ସୁକୁମା ଜିଲାରେ ମିଶିବା ପାଇଁ ବାଧ୍ୟ ହେବେ। ଏହି ଅବସରରେ ମାଡକାମି ଗ୍ରାମରେ ଏକ ବୈଠକ କରି କେବଳ ରାସ୍ତା ନୁହେଁ ଗ୍ରାମର ଲୋକଙ୍କ ଶିକ୍ଷା, ବିଜୁ ପକ୍କା ଗୃହ, ପାନୀୟ ଜଳ, କୃଷି ସହ ଅନ୍ୟାନ୍ୟ କ୍ଷେତ୍ରରେ କିପରି ବିକାଶ କରାଯିବ। ଏହି ଅଞ୍ଚଳରେ ପ୍ରଚୁର ତାଳଗଛ ଥିବାରୁ ତାଳ ଗଛ ରସରୁ ଗ୍ରାମବାସୀ କିପରି ଗୁଡ଼ ଏବଂ ମିଶ୍ରି ପ୍ରସ୍ତୁତ କରି ତାହାକୁ ବିକି ନିଜର ଆର୍ଥିକ ବିକାଶ କରିବେ ସେନେଇ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ପରେ ଗ୍ରାମରେ ଏକ କ୍ଷୁଦ୍ର କାରଖାନା ପ୍ରତିଷ୍ଠା କରାଯିବ ବୋଲି ମାଡକାମି କହିଥିଲେ। ମାଡ଼କାମିଙ୍କ ସହ ସାମାଜିକ କର୍ମୀ ଅକ୍ଷୟ ମହାନ୍ତି, ଶ୍ରୀନିବାସ ରାଓ, କେଶା ପଡିଆମି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ମାଟାପାକା ପଞ୍ଚାୟତଠାରୁ ୬ କିମି ଦୂର ସାବେରୀ ନଦୀ କୂଳରେ ରହିଛି କତାମାଟେରୁ ଗ୍ରାମ ା ବର୍ଷାଦିନେ ମାଟାପାକାରୁ କତାମାଟେରୁ ଯିବାପାଇଁ ଅନେକ ସମସ୍ୟା ଉପୁଜିଥାଏ ା ଛାତ୍ରୀଛାତ୍ରମାନେ ନଦୀ ପାର ହୋଇ ବିଦ୍ୟାଳୟକୁ ଯାଇଥାନ୍ତି। ରାସ୍ତା ନିର୍ମାଣ ପାଇଁ ଦୀର୍ଘ ୨୦ ବର୍ଷ ହେଲା ମାଟାପାକା ସରପଞ୍ଚ ଏବଂ ଅଞ୍ଚଳବାସୀ ଦାବିକରି ଆସୁଛନ୍ତି। ପଞ୍ଚାୟତ ବୈଠକରେ ଏନେଇ ରିଜୋଲ୍ୟୁଶନ କରାଯାଇ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଗତ ଜୁଲାଇ ମାସରେ ଗ୍ରାମବାସୀ ଏହି ରାସ୍ତାରେ କାଦୁଅରେ ଧାନ ରୋଇ ଅଭିନବ ପ୍ରତିବାଦ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପ୍ରଶାସନ ଉପରେ ପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri