ଧାନ କିଣାରେ ଅନିୟମିତତା,ଥାନାରେ ଏତଲା

ଖୁଣ୍ଟା,୨୧ା୧(ଡ଼ି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ ପକ୍ଷରୁ ଧାନ କିଣାରେ ଅନିୟମିତତା ନେଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଶିମଗଡ଼ିଆ ଗ୍ରାମର ଜୟଦୀପ ସାହୁ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଧାନ ନ କିଣି ନକଲି ଚାଷୀଙ୍କ ସହାୟତାରେ ଧାନ କିଣିବାର କାଗଜପତ୍ର କରାଯିବା ସହିତ ମଣ୍ଡିରୁ ଧାନ ଟ୍ରକ ଯୋଗେ ମିଲ୍‌କୁ ଗଲା ବୋଲି ଟ୍ରାଞ୍ଜିଟ ମଧ୍ୟ ଲ୍ୟାମ୍ପସ ପକ୍ଷରୁ କଟା ଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଅଭିଯୋଗକାରୀ ସାହୁଙ୍କ ଅଭିଯୋଗ ଅନୁଯାୟୀ, ବାହାନଡା ଲ୍ୟାମ୍ପସ ଅଧୀନ ଗୟଳମରା ଉପକେନ୍ଦ୍ର ମଣ୍ଡିରେ ଚଳିତ ଜାନୁଆରୀ ୧୦ ତାରିଖରେ ମାତ୍ର କେତେ ଜଣ ଚାଷୀ ଧାନ ବିକ୍ରି କରିଥିଲେ। ସେଦିନ କପ୍ତିପଦା ଆଗ୍ରୋ ଇଣ୍ଡଷ୍ଟ୍ରିଜର ଟ୍ରକ (ନଂ.ଓଡ଼ି୧୧ବି-୫୦୦୧) ଯୋଗେ ମିଲ୍‌କୁ ଧାନ ଉଠି ଯାଇଥିବା ବେଳେ ଅଳ୍ପ କେତେକ ବଳକା ଧାନ (ପ୍ଲାଷ୍ଟିକ ବସ୍ତାରେ ପ୍ରାୟ ୪୦/୪୫ ବସ୍ତା )ମଣ୍ଡି ଗୋଦାମରେ ରହିଥିଲା । ମାତ୍ର ଲ୍ୟାମ୍ପସ ଏମଡି ମଧୁସ୍ମିତା ଦେ ମଣ୍ଡିରେ ଧାନ ପକାଇ ନ ଥିବା କେତେକ ଚାଷୀଙ୍କର ଆଖି ସ୍କାନ ପ୍ରକ୍ରିୟାରେ ୫୭୦ କୁଇଣ୍ଟାଲ ଧାନ କିଣା ଯାଇଥିବା ଦର୍ଶାଇବା ସହିତ ୧୦ ତାରିଖରେ ଏକ ଟ୍ରକ ଓ ବଳକା ଧାନ ୧୧ ଓ ୧୫ ତାରିଖରେ ମିଲକୁ ଯାଇଥିବା ଟ୍ରାଞ୍ଜିଟ କାଟିଛନ୍ତି । ଅପରପକ୍ଷେ ଚାଷୀ ସଂଗଠନର ସଦସ୍ୟମାନେ ୧୧ ତାରିଖରେ ଉକ୍ତ ମଣ୍ଡି ଉପରେ ନଜର ରଖିଥିବା ବେଳେ ସେଦିନ କୌଣସି ଟ୍ରକ ଆସି ନ ଥିଲା କିମ୍ବା ଧାନ ମଧ୍ୟ ଯାଇ ନ ଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ତେବେ ଲ୍ୟାମ୍ପସ ପକ୍ଷରୁ ୧୧ ତାରିଖରେ ସେହି ସମାନ ନମ୍ବର ବିଶିଷ୍ଟ ଟ୍ରକ ନାମରେ ଟ୍ରାଞ୍ଜିଟ କଟାଯାଇଥିବା ବେଳେ ଉକ୍ତ ଦିନ କେଉଁଠୁ ଧାନ ମିଲକୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଏମଡିଙ୍କୁ ପଚାରିବାରୁ ସେ ତାଙ୍କର ଦାୟିତ୍ୱ ଆଇନ ଅନୁଯାୟୀ ତୁଲାଇଛନ୍ତି ବୋଲି କହିଛନ୍ତି। ସେହିପରି ଖୁଣ୍ଟା ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜଙ୍କୁ ପଚାରିବାରୁ ସେ ଛୁଟିରେ ଥିଲେ। ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଧାନ କିଣା ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗକାରୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri