ଧାନ କିଣାରେ ଅନିୟମିତତା,ଥାନାରେ ଏତଲା

ଖୁଣ୍ଟା,୨୧ା୧(ଡ଼ି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ ପକ୍ଷରୁ ଧାନ କିଣାରେ ଅନିୟମିତତା ନେଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଶିମଗଡ଼ିଆ ଗ୍ରାମର ଜୟଦୀପ ସାହୁ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଧାନ ନ କିଣି ନକଲି ଚାଷୀଙ୍କ ସହାୟତାରେ ଧାନ କିଣିବାର କାଗଜପତ୍ର କରାଯିବା ସହିତ ମଣ୍ଡିରୁ ଧାନ ଟ୍ରକ ଯୋଗେ ମିଲ୍‌କୁ ଗଲା ବୋଲି ଟ୍ରାଞ୍ଜିଟ ମଧ୍ୟ ଲ୍ୟାମ୍ପସ ପକ୍ଷରୁ କଟା ଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଅଭିଯୋଗକାରୀ ସାହୁଙ୍କ ଅଭିଯୋଗ ଅନୁଯାୟୀ, ବାହାନଡା ଲ୍ୟାମ୍ପସ ଅଧୀନ ଗୟଳମରା ଉପକେନ୍ଦ୍ର ମଣ୍ଡିରେ ଚଳିତ ଜାନୁଆରୀ ୧୦ ତାରିଖରେ ମାତ୍ର କେତେ ଜଣ ଚାଷୀ ଧାନ ବିକ୍ରି କରିଥିଲେ। ସେଦିନ କପ୍ତିପଦା ଆଗ୍ରୋ ଇଣ୍ଡଷ୍ଟ୍ରିଜର ଟ୍ରକ (ନଂ.ଓଡ଼ି୧୧ବି-୫୦୦୧) ଯୋଗେ ମିଲ୍‌କୁ ଧାନ ଉଠି ଯାଇଥିବା ବେଳେ ଅଳ୍ପ କେତେକ ବଳକା ଧାନ (ପ୍ଲାଷ୍ଟିକ ବସ୍ତାରେ ପ୍ରାୟ ୪୦/୪୫ ବସ୍ତା )ମଣ୍ଡି ଗୋଦାମରେ ରହିଥିଲା । ମାତ୍ର ଲ୍ୟାମ୍ପସ ଏମଡି ମଧୁସ୍ମିତା ଦେ ମଣ୍ଡିରେ ଧାନ ପକାଇ ନ ଥିବା କେତେକ ଚାଷୀଙ୍କର ଆଖି ସ୍କାନ ପ୍ରକ୍ରିୟାରେ ୫୭୦ କୁଇଣ୍ଟାଲ ଧାନ କିଣା ଯାଇଥିବା ଦର୍ଶାଇବା ସହିତ ୧୦ ତାରିଖରେ ଏକ ଟ୍ରକ ଓ ବଳକା ଧାନ ୧୧ ଓ ୧୫ ତାରିଖରେ ମିଲକୁ ଯାଇଥିବା ଟ୍ରାଞ୍ଜିଟ କାଟିଛନ୍ତି । ଅପରପକ୍ଷେ ଚାଷୀ ସଂଗଠନର ସଦସ୍ୟମାନେ ୧୧ ତାରିଖରେ ଉକ୍ତ ମଣ୍ଡି ଉପରେ ନଜର ରଖିଥିବା ବେଳେ ସେଦିନ କୌଣସି ଟ୍ରକ ଆସି ନ ଥିଲା କିମ୍ବା ଧାନ ମଧ୍ୟ ଯାଇ ନ ଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ତେବେ ଲ୍ୟାମ୍ପସ ପକ୍ଷରୁ ୧୧ ତାରିଖରେ ସେହି ସମାନ ନମ୍ବର ବିଶିଷ୍ଟ ଟ୍ରକ ନାମରେ ଟ୍ରାଞ୍ଜିଟ କଟାଯାଇଥିବା ବେଳେ ଉକ୍ତ ଦିନ କେଉଁଠୁ ଧାନ ମିଲକୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଏମଡିଙ୍କୁ ପଚାରିବାରୁ ସେ ତାଙ୍କର ଦାୟିତ୍ୱ ଆଇନ ଅନୁଯାୟୀ ତୁଲାଇଛନ୍ତି ବୋଲି କହିଛନ୍ତି। ସେହିପରି ଖୁଣ୍ଟା ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜଙ୍କୁ ପଚାରିବାରୁ ସେ ଛୁଟିରେ ଥିଲେ। ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଧାନ କିଣା ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗକାରୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri