ଅବସର ନେବା ପୂର୍ବରୁ କରୋନାରେ ଆଖିବୁଜିଲେ ପ୍ରଧାନ ଶିକ୍ଷୟିତ୍ରୀ

ପୁରୁଷୋତ୍ତମପୁର, ୨୧।୭(ଡି.ଏନ୍‌.ଏ.): ମହାମାରୀ କରୋନାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ମଙ୍ଗଳବାର ପ୍ରଥମ ମୃତ୍ୟୁ ଘଟିଛି। ଏଥିରେ ଏନଏସି ଅନ୍ତର୍ଗତ କନକା ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଟି ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି। ସେ ଆସନ୍ତା ୩୧ ତାରିଖରେ କାର୍ଯ୍ୟରୁ ଅବସର ନେଇଥାନ୍ତେ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ବିଜୟଲକ୍ଷ୍ମୀଙ୍କୁ ଗତ ଦୁଇ ଦିନ ହେଲା ଜ୍ବର ହୋଇଥିଲା। ସେ ଦୋକାନରୁ କିଛି ଔଷଧ ନେଇ ଖାଇଥିଲେ। ମାତ୍ର ମଙ୍ଗଳବାର ଅପରାହ୍ନରେ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଗୁରୁତର ହେବାରୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ଡାକ୍ତର ହୃଷିକେଶ ମହନ୍ତ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲା ସ୍ବାସ୍ଥ୍ୟ ବିଭାଗୀୟ ଟିମ ଆସି ତାଙ୍କର ସ୍ବାବ ନେଇ ପରିକ୍ଷା କରିଥିଲେ। ଏଥିରେ ସେ କରୋନା ପଜିଟିଭ୍‌ ଥିବାର ନେଇ ସ୍ବାସ୍ଥ୍ୟବିଭାଗ ଜାଣିବାକୁ ପାଇଥିଲେ। ଏହାକୁ ନେଇ ରାତ୍ରରେ ତହସିଲଦାର ଅରୁଣ କୁମାର ନାୟକ , ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ବିଡିଓ ସୀମାଞ୍ଚଳ ମହାନ୍ତି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ମୃତଦେହର ତଦାରଖ କରିବା ସହ ଦାହଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଇବାରେ ଲାଗିଛନ୍ତି। ମୃତ ଶିକ୍ଷୟତ୍ରୀ ଜଣକ ପ୍ରଶାସନ ପକ୍ଷରୁ କରାଯାଇଥିବା ଘରକୁ ଘର ବୁଲି ହେଲଥ ସ୍କ୍ରିନିଂ ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇ ଏନ୍‌ଏସି ର ୱାର୍ଡ ନଂ-୧ ରେ କାର୍ଯ୍ୟ ମଧ୍ୟ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଶଟ୍‌ଡାଉନ କଡ଼ାକଡ଼ି: ହଟ୍‌ସ୍ପଟ ସ୍ଥାନରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୪।୭(ଡି.ଏନ୍‌.ଏ): କରୋନା ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ କରାଯାଇଛି । ବାହାର ଜିଲାର ହଟ୍‌ସ୍ପଟ ସ୍ଥାନରୁ...

ସାଢେ ୪ କୋଟି ଓଡିଆଙ୍କ ବିଜୟ : ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨ା୬(ବ୍ୟୁରୋ)-ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ସର୍ତ୍ତ ଅନୁଯାୟୀ ପୁରୀରେ ରଥଯାତ୍ରା...

ଚଳିତ ଶିକ୍ଷାବର୍ଷରୁ କଞ୍ଚୁରୁ ହାଇସ୍କୁଲରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଶିକ୍ଷାବର୍ଷ ୨୦୨୩-୨୪ରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ...

କିଟ୍‌ର ବିଭିନ୍ନ ଷ୍ଟାଡିୟମ ଲୋକାର୍ପିତ

ଭୁବନେଶ୍ୱର,୧୮।୨ (କ୍ରୀଡ଼ା ପ୍ରତିନିଧି): କିସ୍‌ ବିଶ୍ୱବିଦ୍ୟାଳୟ ୨ୟ ଏବଂ କିସ୍‌-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏଥିସହ ଭାରତର ବିଶିଷ୍ଟ...

ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ହାତଧୂଆ ଦିବସ

ଯାଜପୁର ଅଫିସ,୧୭।୧୦: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ମଙ୍ଗଳବାର ଧନେଶ୍ୱର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ବିଶ୍ୱ ହାତଧୁଆ ଦିବସ ପାଳିତ ହେଇଯାଇଛି। ସଂଘର...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକ

ବାରିପଦା ଅଫିସ,୫ା୮: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଡ.ପ୍ରଦୀପ କୁମାର ଚାନ୍ଦ ଏଥିରେ...

ଆର୍ମି ଇଞ୍ଜିନିୟରଙ୍କୁ ଗୁଳିମାଡ଼

ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟର...

ଧରାପଡ଼ିଲା ରାଜପଥ ଲୁଟେରା ଗ୍ୟାଙ୍ଗ୍‌

କାମାକ୍ଷାନଗର, ୨୨।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିବା ଏକ ରାଜପଥ ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ...

Advertisement
Archives

Model This Week