୫ ପିଲାର ବାପା କରୁଥିଲେ ଦ୍ୱିତୀୟ ବିବାହ: ତା ପରେ…

ବଲାଙ୍ଗୀର ଅଫିସ,୨୪ା୭- ବଲାଙ୍ଗୀର ସହର ଶାନ୍ତିପଡାରେ ଗୁରୁବାର ଜଣେ ଯୁବତୀଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ା କନ୍ୟାଘର ଲୋକେ ବରପକ୍ଷଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିଲେ ା ସମ୍ପର୍କୀୟ, ବନ୍ଧୁବାନ୍ଧବ ବିବାହ ଭୋଜିର ମଜା ଉଠାଇ ସାରିଥିଲେ ା ଏତିକି ବେଳେ ସିନେମା ଷ୍ଟାଇଲରେ ଜଣେ ମହିଳା ନିଜ ୫ ଝିଅଙ୍କୁ ଧରି ସେଠାରେ ପହଞ୍ଚତ୍ ଥିଲେ ା ତାଙ୍କ ସହ ଜଣେ ପୋଲିସ କର୍ମଚାରୀ ବି ଥିଲେ ା ପୋଲିସ ସହ ମହିଳା ଜଣଙ୍କୁ ଦେଖି କନ୍ୟା ଘର ଲୋକେ ଦୌଡି ଆସିଥିଲେ ା କିଛି ତ୍ରୁଟି ହୋଇଯାଇଛି ବୋଲି ସେମାନେ ଭାବିଥିଲେ। ହେଲେ ମହିଳା ଜଣକ ଯାହା କହିଥିଲେ ସେଥିରେ କନ୍ୟାଘର ଲୋକଙ୍କ ମୁଣ୍ଡରେ ବଜ୍ର ପଡିଥିଲା ା ମହିଳା ଜଣକ କହିଥିଲେ, ଆପଣମାନେ ଯେଉଁ ବରକୁ ଅପେକ୍ଷା କରିଛନ୍ତି ସେ ହେଉଛନ୍ତି ମୋ ସ୍ବାମୀ ା ଏଇ ୫ ଝିଅ ବି ଆମର ା ଏଥିସହିତ ମହିଳା ଜଣକ କନ୍ୟାଘର ଲୋକଙ୍କୁ କିଛି ଫଟୋ ଓ ଅନ୍ୟ ପ୍ରମାଣ ଦେଖାଇଥିଲେ ା ଜଣେ ଅପରିଚିତ ମହିଳାଙ୍କଠାରୁ ଏକଥା ଶୁଣିବା ପରେ କନ୍ୟା ଘର ଲୋକଙ୍କ ହୋସ୍‌ ଉଡିଯାଇଥିଲା ା ସେମାନେ କ’ଣ କରିବେ କିଛି ବୁଝିପାରି ନ ଥିଲେ ା କନ୍ୟା ଘର ଲୋକେ ବରପକ୍ଷଙ୍କୁ ଫୋନ୍‌ ଲଗାଇଥିଲେ ା ତା’ପରେ ସବୁକିଛିି ଓଲଟ ପାଲଟ ହୋଇଯାଇଥିଲା ା ବର ଆଉ ବିବାହ କରିବାକୁ ଆସି ନ ଥିଲେ ା
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଶାନ୍ତିପଡାର ଜଣେ ବ୍ୟକ୍ତିଙ୍କ ଚାକିରିଆ ଝିଅ ସହ ଦେଓଗଁା ଥାନା ଅଞ୍ଚଳର ଜଣେ ଯୁବକଙ୍କ ବିବାହ ଠିକ୍‌ ହୋଇଥିଲା। ସେହି ଯୁବକ ଜଣକ ଟିଟିଲାଗଡ଼ ରେଲୱେ ବିଭାଗରେ ଚାକିରି କରନ୍ତି ଓ ରେଲୱେ କଲୋନୀରେ ରହୁଛନ୍ତି ବୋଲି କହିଥିଲେ। ଗୁରୁବାର ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା ା କନ୍ୟାପକ୍ଷ ବିବାହ ଉତ୍ସବ ପୂର୍ବରୁ ସମସ୍ତ ବିଧିକାର୍ଯ୍ୟ ସମ୍ପନ୍ନ କରିଥିଲେ ା ହେଲେ ବିବାହ ପୂର୍ବରୁ ଜଣେ ମହିଳା ନିଜର ପିଲାମାନଙ୍କୁ ଧରି କନ୍ୟା ଘରେ ପହଞ୍ଚତ୍ ସେ ନିଜକୁ ପ୍ରଥମ ସ୍ତ୍ରୀ ବୋଲି ଦାବି କରିଥିଲେ। ପ୍ରଥମ ବିବାହ କଥା ଲୁଚାଇ ଦେଇ ତାଙ୍କ ସ୍ବାମୀ ଦ୍ୱିତୀୟ ବିବାହ ଯୋଜନା କରିଥିଲେ ବୋଲି ମହିଳା ଜଣକ କହିଥିଲେ ା ସମ୍ପୃକ୍ତ ମହିଳାଙ୍କ ଘର ତରଭା ଥାନା ଅଞ୍ଚଳରେ ବୋଲି ଜଣାପଡିଛି ା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ା ଜଣେ ମହିଳାଙ୍କ ତଥ୍ୟକୁ ଆଧାର କରି ଟାଉନ୍‌ ଥାନା ପୋଲିସ କନ୍ୟା ଘରେ ତାଙ୍କୁ ପଞ୍ଚାଇଥିଲା ବୋଲି ପୋଲିସ କହିଛି ା ଏହି ଘଟଣା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?