ଆମ ଜିଲା ଖବର

କଟକରେ ୨ ନର୍ସ କରୋନା ପଜିଟିଭ ଚିହ୍ନଟ: ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଲା

କଟକ ଅଫିସ,୨୯।୬: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୩୭ରେ ପହଞ୍ଚିଛି। ରବିବାର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନର ୨ ଜଣ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟା ମହିଳା ନର୍ସ…

ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରାକରିବା ପଡ଼ିଲା ମହଙ୍ଗା: ଜେଟିପି ନିଲମ୍ବିତ

ପୁରୀ ଅଫିସ, ୨୯।୬: ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରାକରିବା ଜଣେ ଜଗନ୍ନାଥ ମନ୍ଦିର ଟେମ୍ପୁଲ ପୋଲିସ(ଜେଟିପି)ଙ୍କ ପାଇଁ ମହଙ୍ଗା ପଡିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସୋମବାର ନିଲମ୍ବନ କରାଯାଇଛି। ସେ ହେଲେ ଜେଟିପି ସୁଦର୍ଶନ ସାହୁ। ମହାପ୍ରଭୁ ଏବେ ଆଡ଼ପ…

ଜିଲାପାଳ, ସିଏସ୍‌ଓ କାର୍ଯ୍ୟାଳୟରେ ଧାନ ଗଦାଇଲେ ଚାଷୀ

ବରଗଡ଼ ଅଫିସ,୨୯ା୬: ରବି ଋତୁ ଯାଇ ଖରିଫ୍‌ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ। ଅନ୍ୟପକ୍ଷରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ମଣ୍ଡିରେ ଧାନ…

କରୋନା ପଜିଟିଭ୍‌ ଡାକ୍ତରଙ୍କ ସଂସ୍ପର୍ଶରେ ୬ ପରିବାର: ସଙ୍ଗରୋଧରେ ରହିଲେ ୪୦

ରସୁଲପୁର,୨୯ା୬ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଜଣେ ଦାନ୍ତ ଡାକ୍ତର ଗତ ୨୩ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ଡାକ୍ତର କଟକରେ ରହୁଥିଲେ ହେଁ…

କୋଭିଡ୍‌ କଟକଣା ଉଲ୍ଲଂଘନ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅଙ୍କ ନାଁରେ ମାମଲା ରୁଜୁ

ଝାରସୁଗୁଡ଼ା ଅଫିସ,୨୯ା୬: କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାମରେ ରବିବାର ଝାରସୁଗୁଡ଼ା ଥାନା ପୋଲିସ ଏକ ମାମଲା ରୁଜୁ କରିଛି। ଗତ କିଛିଦିନ ଧରି ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।…

୬୦ ବର୍ଷ ଧରି ଜୀବିକା ଯୋଗାଇଛି ମୁଣ୍ଡଳି ବ୍ୟାରେଜ

ନରାଜ, ୨୯।୬ (ଡି.ଏନ୍‌.ଏ)ମହାନଦୀରେ ବନ୍ୟା ଆସିଲେ ମନେ ପଡ଼େ ମୁଣ୍ଡଳି ବ୍ୟାରେଜର କଥା। ଏଠାରେ ରହିଛି ବନ୍ୟା ଜଳସ୍ତର ଜାଣିବାର ବ୍ୟବସ୍ଥା। ହେଲେ ୬୦ବର୍ଷ ଧରି ଏହି ବ୍ୟାରେଜ ବୁଝିଆସିଛି ଲକ୍ଷଲକ୍ଷ ଜୀବନଜୀବିକାର କଥା। ପୁରୀ ମେନ୍‌ କେନାଲ ସହ ବହୁ…

ବିଭିନ୍ନ ନର୍ସିଂହୋମରେ ଚଢାଉ

ବାଲେଶ୍ୱର ଅଫିସ, ୨୯ା୬-ବାଲେଶ୍ୱର ସହରରେ ଥିବା ବିଭିନ୍ନ ନର୍ସିଂହୋମରେ ରବିବାର ସ୍ବାସ୍ଥ୍ୟ ବିଭାଗର ୫ ଟିମ୍‌ ଚଢାଉ କରି କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିଥିଲେ। ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲସେନ ଜଗଦେଙ୍କ ନେତୃତ୍ୱରେ…

ଟାଟା ଷ୍ଟିଲ୍‌ କବ୍‌ଜାରେ ପ୍ରାକୃତିକ ଝରଣା

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.),୨୯ା୬: କଳିଙ୍ଗନଗର ଟାଟା ଷ୍ଟିଲ୍‌ କାରଖାନା ଭିତରେ ଏକ ଚିରସ୍ରୋତା ଝରଣା ବୋହୁଛି। ଏହି ଝରଣା ପାଣି ଓ କାରଖାନାର ବର୍ଜ୍ୟପାଣି ମିଶି ସାରଙ୍ଗପୁର ଛକ ନିକଟ ପୋଲ ଦେଇ ଗଣ୍ଡାନାଳରେ ମିଶିଛି। ଏଥିଯୋଗୁ କାରଖାନାରୁ ବାହାରୁଥିବା…

ପରେଡ ଅଭ୍ୟାସ କରିପାରୁନାହାନ୍ତି ଯବାନ

ଭଞ୍ଜନଗର,୨୯।୬(ଡି.ଏନ୍‌.ଏ.)- ଆଇଆର୍‌ବି ୮ମ ବାଟାଲିୟନ (ସ୍ବତନ୍ତ୍ର)ର ସ୍ଥାୟୀ କାର୍ଯ୍ୟାଳୟ ନାହିଁ। ବର୍ତ୍ତମାନ ଭଞ୍ଜନଗର ନିକଟସ୍ଥ ତନରଡ଼ାରେ ଅସ୍ଥାୟୀ ଭାବେ ଏହା ଚାଲିଛି। ଯବାନମାନେ ପରେଡ଼ ଅଭ୍ୟାସ କରୁଥିବା ଗୋଚର ଜମିରେ ଜଙ୍ଗଲ ବିଭାଗ ଗଛ ଲଗାଇବା ପାଇଁ ଶୁକ୍ରବାରଠାରୁ ଗାତ ଖୋଳିଛି।…

ବିପଦରେ ବୈତରଣୀ ସେତୁ

ଆନନ୍ଦପୁର,୨୯।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ବୈତରଣୀ ନଦୀ ସେତୁ ପୁଣି ବିପଦରେ। ୩ଟି ସ୍ପାନ ଦବିବା ଯୋଗୁ ଏହାର ସ୍ଥାୟିତ୍ୱ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ୨୦୧୮ ଜୁଲାଇ ୬ ତାରିଖରେ ସେତୁର ଗୋଟିଏ ପିଲାରରୁ…

ଭିଡିଓ ବାର୍ତ୍ତା ଜାରି କଲେ ଗଞ୍ଜାମ ଜିଲାପାଳ: କଣ୍ଟାକ୍ଟ ଡାଇରୀ ରଖିବାକୁ ପରାମର୍ଶ

ଛତ୍ରପୁର,୨୯ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଅଧିକ କରୋନା ସଂକ୍ରମିତ ଅଛନ୍ତି। ତେଣୁ ଜିଲାର ଜନସାଧାରଣ ସଚେତନ ହୋଇ ଘର ଛାଡି ବାହାରକୁ ବାହାରନ୍ତୁନି। ଆବଶ୍ୟକ ସାମଗ୍ରୀ ପାଇଁ ୧ କି.ମି. ମଧ୍ୟରେ ଯାଆନ୍ତୁ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ରାତିରେ…

ସହରରେ ବୁଲିଛନ୍ତି ଆକ୍ରାନ୍ତ ବ୍ୟାଙ୍କ କର୍ମଚାରୀ

ଢେଙ୍କାନାଳ ଅଫିସ,୨୯।୬: କରୋନାରେ ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ରବିବାର ଜଣାପଡିଛି। ଏହାକୁ ନେଇ ସହରବାସୀ ଆଶଙ୍କାରେ ଥିବାବେଳେ ଜିଲା ପ୍ରଶାସନ, ପୌରସଂସ୍ଥା ଓ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?