ଛତିଶଗଡ଼ରୁ ଧରାହେଲେ ୭ ଲୁଟେରା

ଅନୁଗୋଳ ଅଫିସ୍‌, ୧୫।୮ – ଅନୁଗୋଳ ସହରର ଦୁଇଟି ଏଟିଏମ୍‌ କାଟି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଘଟଣାରେ ବାହାର ରାଜ୍ୟର ଲୁଟେରାଙ୍କ ହାତ ଥିବା ପୋଲିସ ଅନୁସନ୍ଧାନରୁ ଜାଣିବା ପରେ ସେମାନଙ୍କ ପିଛା କରିଥିଲା। ତେବେ ଦୁର୍ବୃତ୍ତମାନଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିଥିବା ଜାଣିବା ପରେ ଅନୁଗୋଳ ପୋଲିସ ସେଠାରେ ପହଞ୍ଚି ଏଟିଏମ୍‌ରୁ ଲୁଟ୍‌ ହୋଇଥିବା ଟଙ୍କା ମଧ୍ୟରୁ ୧୮ ଲକ୍ଷ ଜବତ କରିବା ସହ ୭ ଲୁଟେରା ହରିୟାଣା ରାଜ୍ୟ ନୁହୁ ଜିଲାର ଅମର ଅଲ୍ଲୀ, ତାରିଫ୍‌ ଖାନ୍‌, ମହମ୍ମଦ ଚୌୱାନି, ମୁନ୍‌ଫେଡ଼, ଆଜାଦ୍‌, ଅମାନ୍ତ ଓ ହାଇଦର ଅଲ୍ଲୀଙ୍କୁ ଶୁକ୍ରବାର ଅନୁଗୋଳ ଆଣିଥିବା ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ପଠାଯାଇଛି। ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଡିପିଓ ସୂଚନା ପ୍ରଦାନ କରାଯାଇଛି।
ଏସ୍‌ଡିପିଓ କହିଛନ୍ତି ଯେ, ହରିୟାଣା ରାଜ୍ୟର ଏହି ଦୁର୍ବୃତ୍ତମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ରୁ ଲୁଟ୍‌ ପାଇଁ ଟ୍ରକ୍‌ ଓ କଣ୍ଟେନର ଧରି ବୁଲିଥାନ୍ତି। ଢେଙ୍କାନାଳ ଜିଲାରୁ ଏମାନେ ଗତ ୮ ତାରିଖରେ ଏକ କାର୍‌ ଚୋରି କରିଥିଲେ। ୯ ତାରିଖରେ କରଡ଼ାଗାଡ଼ିଆସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ କାଟି ୨୭ ଲକ୍ଷ ୯୦ ହଜାର ଟଙ୍କା ଦୁର୍ବୃତ୍ତମାନେ ନେଇଯାଇଥିଲେ। ଏହାପରେ ଅମଲାପଡ଼ା ଠାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌କୁ ସେମାନେ କାଟିଥିଲେ ହେଁ ଟଙ୍କା ନେବାରେ ବିଫଳ ହୋଇଥିଲେ। ପରେ ଚୋରା କାର୍‌ରେ ୫୫ ନମ୍ବର ଜାତୀୟ ରାଜପଥ ଦେଇ ସମ୍ବଲପୁର ଅଭିମୁଖେ ଯାଇଥିବା ସିସିଟିଭିରୁ ଜଣାପଡ଼ିଥିଲା। ଫଳରେ ଅନୁଗୋଳ ପୋଲିସର ଦୁଇଟି ଟିମ୍‌ ଉକ୍ତ ରାସ୍ତାରେ ଆଗକୁ ବଢ଼ିଥିଲା। ହଣ୍ଡପା ଥାନା ବାମୁର ଠାରେ ଲୁଟେରାମାନେ ନେଇଥିବା ଗାଡ଼ିର ସନ୍ଧାନ ପାଇବା ପରେ ଅନୁଗୋଳ ଏସ୍‌ଡିପିଓ ସାହୁ, ଥାନା ଅଧିକାରୀ ରମେଶ ବିଶୋଇ ଓ ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଦୁଇଟି ଟିମ୍‌ ଛତିଶଗଡ଼ ଅଭିମୁଖେ ଗତ ୧୦ ତାରିଖ ରାତିରେ ଯାଇଥିଲେ। ଏହି ସମୟରେ ଲୁଟେରାମାନେ ଛତିଶଗଡ଼ ବଲୋଦା ବଜାରରେ ଏଟିଏମ୍‌ ଲୁଟ ଘଟଣାରେ ସେଠାକାର ପୋଲିସ ହାତରେ ଧରାପଡ଼ିଥିବା ସୂଚନା ମିଳିଥିଲା। ସେଠାରେ ୪ ଦିନ ରହିବା ସହ ୭ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅନୁଗୋଳ ଅଣାଯାଇଥିଲା। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଅନୁଗୋଳ ଥାନା ଅଧିକାରୀ ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri