ଆତ୍ମନିଯୁକ୍ତିର ଆହ୍ବାନ ଦେଇଥିଲେ ଗାନ୍ଧୀ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ୍‌, ୧୫।୮ – ସ୍ବାଧୀନତାର ୭୪ ବର୍ଷ ଅବସରରେ ସେହି ସଂଗ୍ରାମ ଓ ସଂଗ୍ରାମୀଙ୍କୁ ମନେ ପକାଉଛି ଅନୁଗୋଳର ମାଟି। ଏବେ ବି ଅନୁଗୋଳର ପାଣି ପବନରୁ ମିଳୁଛି ମହାତ୍ମାଙ୍କ ଅନୁଭବ। ଆଜି ମଧ୍ୟ ଶୁଣାଯାଉଛି ଗାନ୍ଧୀ ଦେଇଥିବା ଖଦି, ନିଶାମୁକ୍ତି ଓ ଆତ୍ମନିଯୁକ୍ତିର ଆହ୍ବାନ। ରାତିରେ ଆଶ୍ରା ଦେଇଥିବା ବାମୁର ଡାକବଙ୍ଗଳା ଗାନ୍ଧୀଙ୍କ ସ୍ମୃତିକୁ ସେମିତି ଜାବୁଡ଼ି ଧରିଥିବା ବେଳେ ସାଧାରଣ ସଭା ହୋଇଥିବା ରାଣୀଗୁଡା ଆମ୍ବତୋଟାର ନାମ ପରିବର୍ତ୍ତନ ହୋଇଛି ସିନା ବାର୍ତ୍ତା କିନ୍ତୁ ତାଜା ଅଛି ଜନମାନସରେ।


୧୯୩୪ ମସିହାରେ ଝାରସୁଗୁଡାରୁ କଟକ ଯିବା ରାସ୍ତାରେ ଅନୁଗୋଳରେ ରାତିକ ପାଇଁ ଅଟକି ଯାଇଥିଲେ ଗାନ୍ଧୀ। ବାମୁର ଡାକବଙ୍ଗଳାରେ ମେ ୫ରେ ସେ ବିଶ୍ରାମ ନେବା ପରେ ଏହା ପରଦିନ ଆୟୋଜନ ହୋଇଥିଲା ବୈଠକ। ରାତି ନ ପାହୁଣୁ ଗାନ୍ଧୀଙ୍କୁ ଅପେକ୍ଷା କରିଥିଲେ ହଜାର ହଜାର ଜନସାଧାରଣ। ବଙ୍ଗଳା ପରିସରରେ ଏପରି ଭିଡ଼ ଦେଖି ସେଠାରେ ହିଁ ମହାତ୍ମା ରଖିଥିଲେ ନିଜ ଉଦ୍‌ବୋଧନ। ବିଶେଷକରି ଉଚ୍ଚ-ନୀଚ ଭେଦଭାବ ଦୂର ସହ ସମାଜକୁ ନିଶା ମୁକ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ। ମଦ୍ୟପାନ ସମ୍ପର୍କରେ ୩ଜଣ ସଭାରେ ସ୍ବୀକାର କରିବାରୁ ଗାନ୍ଧୀ ସେମାନଙ୍କୁ ପ୍ରଶଂସା କରିଥିଲେ। ଏହାପରେ ଅନୁଗୋଳ ସହରର ରାଣୀଗୁଡା ଆମ୍ବତୋଟା (ବର୍ତ୍ତମାନର ଶିମିଳିପଡା)ଠାରେ ଆଉ ଏକ ସାଧାରଣ ସଭାରେ ସେ ଯୋଗ ଦେଇଥିଲେ। ସେ ସମୟରେ ଅନୁଗୋଳକୁ ଆସୁଥିବା ଲୋକେ ବ୍ରିଟିଶ ଅଫିସରଙ୍କ ବିନା ଅନୁମତିରେ ରହିପାରୁ ନ ଥିଲେ। ତେଣୁ ଗାନ୍ଧୀଜୀଙ୍କ ସଭାକୁ ନେଇ ଆଶଙ୍କା ଦେଖାଦେବାରୁ ଅନୁଗୋଳର ସଂଗ୍ରାମୀମାନେ ଏହାର ଉପାୟ ଖୋଜି ପାଇଥିଲେ। ବିଦ୍ୟାଳୟର ଏକ ଉତ୍ସବ କହି ସେମାନେ ଆମ୍ବତୋଟାରେ ସାଧାରଣ ସଭାର ଆୟୋଜନ କରିଥିଲେ। ଖଦି ଓ କୁଟୀର ଶିଳ୍ପ କରି ଆତ୍ମ ନିର୍ଭରଶୀଳ ହେବାକୁ ଉକ୍ତ ସଭାରେ ଗାନ୍ଧୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପରେ ବଅଁରପାଳରେ କିଛି ସମୟ ଅଟକି ଲୋକଙ୍କ ସହ କେଇ ପଦ କଥା ହୋଇଥିଲେ। ଅନୁଗୋଳ ଓ ବଅଁରପାଳରୁ ହରିଜନ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରିଥିଲେ ଗାନ୍ଧୀ। ଅନୁଗୋଳ ସହ ଜଡ଼ିତ ଗାନ୍ଧୀଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି। ସେତେବେଳର ରାଣୀଗୁଡା ଆମ୍ବତୋଟା ତଥା ବର୍ତ୍ତମାନର ଶିମିଳିପଡ଼ା ରାସ୍ତାକୁ ଗାନ୍ଧୀ ମାର୍ଗ ବୋଲି ନାମିତ କରାଯାଇଛି। ଏହି ମହାମାନବଙ୍କ ୧୫୦ତମ ଜୟନ୍ତୀରେ ସେଠାରେ ଫଳକ ଲଗାଯାଇଛି। ହେଲେ ଖୋଲା ଆକାଶ ତଳେ ବାଡି ଧରି ଛିଡା ହୋଇଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତି ଉପରେ ଛାତଟିଏ ପକାଇବାକୁ ଏଯାଏ ପ୍ରଶାସନ ସୌଭାଗ୍ୟର କଥା ବୋଲି ମନେକରିପାରି ନାହିଁ।


ପରାସ୍ତ କରିଥିଲେ ମହାରାଜା
ନିଜ ମାଟିର ସ୍ବାଭିମାନ ପାଇଁ ବ୍ରିଟିଶ ଶାସନକୁ ବିରୋଧ କରିଥିଲେ ଅନୁଗୋଳ ମହାରାଜା ସୋମନାଥ ସିଂହ ଜଗଦ୍ଦେବ। ଏଥିପାଇଁ ତାଙ୍କୁ ଯୁଦ୍ଧ ମଧ୍ୟ ଲଢ଼ିବାକୁ ପଡ଼ିଥିଲା। ଇଂରେଜ ସେନାର ସେ କେବଳ ସମ୍ମୁଖୀନ ହୋଇ ନ ଥିଲେ ବରଂ ୧୧ ଦିନ ଧରି ଲଢ଼େଇ କରି ସେ ସେମାନଙ୍କୁ ପରାସ୍ତ କରିଥିଲେ। ଏହି ଯୁଦ୍ଧରେ ରାଜାଙ୍କୁ ହରାଇବା ପାଇଁ ବ୍ରିଟିଶ ସରକାର ନାଗପୁରରୁ ସୈନ୍ୟବାହିନୀ ଆଣିଥିଲେ ବି ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ସ୍ବାଭିମାନ ପାଇଁ ମହାରାଜାଙ୍କ ଏହି ସଂଗ୍ରାମ ପରବର୍ତ୍ତୀ ସମୟରେ ବିଭିନ୍ନ ଆନ୍ଦୋଳନକୁ ପ୍ରତ୍ସୋହନ ଯୋଗାଇଥିଲା।
ବୀରଭୂମି କୋଶଳା
ଦେଶ ସ୍ବାଧୀନତା କଥା ଆସିଲେ ଆପେ ଆପେ ଚର୍ଚ୍ଚାକୁ ଚାଲିଆସେ ବୀରଭୂମି କୋଶଳା। ଛେଣ୍ଡିପଦାର ଏହି ଗ୍ରାମରେ ଥିବା ବହୁ ସଂଗ୍ରାମୀ ସେମାନଙ୍କ ସମ୍ପୂର୍ଣ୍ଣ ଜୀବନ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଗ୍ରାମର ଅନ୍ତର୍ଯ୍ୟାମୀ ପ୍ରଧାନ, ସର୍ବେଶ୍ୱର ପ୍ରଧାନ, ବିଶ୍ୱେଶ୍ୱର ପ୍ରଧାନ, ଗଣେଶ୍ୱର ସାହୁ, ରସାନନ୍ଦ ପ୍ରଧାନ, ଆନନ୍ଦ ଚନ୍ଦ୍ର ସାହୁ, ବୃନ୍ଦାବନ ସାହୁ, ଲୋକନାଥ ପ୍ରଧାନ, ବାଳକୃଷ୍ଣ ସେଠୀ, ହୃଷୀକେଶ ଗଡ଼ନାୟକ, ମକା ପ୍ରଧାନ, ବେଡ଼ା ସାହୁ, ଦିବାକର ପ୍ରଧାନ, ବୀରବର ପ୍ରଧାନ, ଗଣେଶ୍ୱର ସାହୁ ପ୍ରମୁଖ ପରାଧୀନତାର ଶୃଙ୍ଖଳ ଭାଙ୍ଗିବାକୁ ସେତେବେଳେ ବେଶ୍‌ ଉଦ୍ୟମ କରିଥିଲେ। ଆଇନ ଅମାନ୍ୟଠାରୁ ଭାରତଛାଡ଼ ଆନ୍ଦୋଳନ ଯାଏ ଗାନ୍ଧୀଜୀଙ୍କ ପ୍ରତିଟି ଆହ୍ବାନକୁ ସଂଗ୍ରାମ ରୂପରେ ତୋଳି ଧରିଥିଲେ ଏହି ବୀରଭୂମିର ସନ୍ତାନମାନେ। ବ୍ରିଟିଶ ସରକାରଙ୍କ ବିରୋଧରେ ଦୃଢ଼ଭାବେ ସ୍ବର ଉତ୍ତୋଳନ ଯୋଗୁ ଏହି ସଂଗ୍ରାମୀମାନଙ୍କୁ ସେତେବେଳେ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା। କିନ୍ତୁ ଏହି ବୀରଭୂମି ଆଜି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri