ଆତ୍ମନିଯୁକ୍ତିର ଆହ୍ବାନ ଦେଇଥିଲେ ଗାନ୍ଧୀ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ୍‌, ୧୫।୮ – ସ୍ବାଧୀନତାର ୭୪ ବର୍ଷ ଅବସରରେ ସେହି ସଂଗ୍ରାମ ଓ ସଂଗ୍ରାମୀଙ୍କୁ ମନେ ପକାଉଛି ଅନୁଗୋଳର ମାଟି। ଏବେ ବି ଅନୁଗୋଳର ପାଣି ପବନରୁ ମିଳୁଛି ମହାତ୍ମାଙ୍କ ଅନୁଭବ। ଆଜି ମଧ୍ୟ ଶୁଣାଯାଉଛି ଗାନ୍ଧୀ ଦେଇଥିବା ଖଦି, ନିଶାମୁକ୍ତି ଓ ଆତ୍ମନିଯୁକ୍ତିର ଆହ୍ବାନ। ରାତିରେ ଆଶ୍ରା ଦେଇଥିବା ବାମୁର ଡାକବଙ୍ଗଳା ଗାନ୍ଧୀଙ୍କ ସ୍ମୃତିକୁ ସେମିତି ଜାବୁଡ଼ି ଧରିଥିବା ବେଳେ ସାଧାରଣ ସଭା ହୋଇଥିବା ରାଣୀଗୁଡା ଆମ୍ବତୋଟାର ନାମ ପରିବର୍ତ୍ତନ ହୋଇଛି ସିନା ବାର୍ତ୍ତା କିନ୍ତୁ ତାଜା ଅଛି ଜନମାନସରେ।


୧୯୩୪ ମସିହାରେ ଝାରସୁଗୁଡାରୁ କଟକ ଯିବା ରାସ୍ତାରେ ଅନୁଗୋଳରେ ରାତିକ ପାଇଁ ଅଟକି ଯାଇଥିଲେ ଗାନ୍ଧୀ। ବାମୁର ଡାକବଙ୍ଗଳାରେ ମେ ୫ରେ ସେ ବିଶ୍ରାମ ନେବା ପରେ ଏହା ପରଦିନ ଆୟୋଜନ ହୋଇଥିଲା ବୈଠକ। ରାତି ନ ପାହୁଣୁ ଗାନ୍ଧୀଙ୍କୁ ଅପେକ୍ଷା କରିଥିଲେ ହଜାର ହଜାର ଜନସାଧାରଣ। ବଙ୍ଗଳା ପରିସରରେ ଏପରି ଭିଡ଼ ଦେଖି ସେଠାରେ ହିଁ ମହାତ୍ମା ରଖିଥିଲେ ନିଜ ଉଦ୍‌ବୋଧନ। ବିଶେଷକରି ଉଚ୍ଚ-ନୀଚ ଭେଦଭାବ ଦୂର ସହ ସମାଜକୁ ନିଶା ମୁକ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ। ମଦ୍ୟପାନ ସମ୍ପର୍କରେ ୩ଜଣ ସଭାରେ ସ୍ବୀକାର କରିବାରୁ ଗାନ୍ଧୀ ସେମାନଙ୍କୁ ପ୍ରଶଂସା କରିଥିଲେ। ଏହାପରେ ଅନୁଗୋଳ ସହରର ରାଣୀଗୁଡା ଆମ୍ବତୋଟା (ବର୍ତ୍ତମାନର ଶିମିଳିପଡା)ଠାରେ ଆଉ ଏକ ସାଧାରଣ ସଭାରେ ସେ ଯୋଗ ଦେଇଥିଲେ। ସେ ସମୟରେ ଅନୁଗୋଳକୁ ଆସୁଥିବା ଲୋକେ ବ୍ରିଟିଶ ଅଫିସରଙ୍କ ବିନା ଅନୁମତିରେ ରହିପାରୁ ନ ଥିଲେ। ତେଣୁ ଗାନ୍ଧୀଜୀଙ୍କ ସଭାକୁ ନେଇ ଆଶଙ୍କା ଦେଖାଦେବାରୁ ଅନୁଗୋଳର ସଂଗ୍ରାମୀମାନେ ଏହାର ଉପାୟ ଖୋଜି ପାଇଥିଲେ। ବିଦ୍ୟାଳୟର ଏକ ଉତ୍ସବ କହି ସେମାନେ ଆମ୍ବତୋଟାରେ ସାଧାରଣ ସଭାର ଆୟୋଜନ କରିଥିଲେ। ଖଦି ଓ କୁଟୀର ଶିଳ୍ପ କରି ଆତ୍ମ ନିର୍ଭରଶୀଳ ହେବାକୁ ଉକ୍ତ ସଭାରେ ଗାନ୍ଧୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପରେ ବଅଁରପାଳରେ କିଛି ସମୟ ଅଟକି ଲୋକଙ୍କ ସହ କେଇ ପଦ କଥା ହୋଇଥିଲେ। ଅନୁଗୋଳ ଓ ବଅଁରପାଳରୁ ହରିଜନ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରିଥିଲେ ଗାନ୍ଧୀ। ଅନୁଗୋଳ ସହ ଜଡ଼ିତ ଗାନ୍ଧୀଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି। ସେତେବେଳର ରାଣୀଗୁଡା ଆମ୍ବତୋଟା ତଥା ବର୍ତ୍ତମାନର ଶିମିଳିପଡ଼ା ରାସ୍ତାକୁ ଗାନ୍ଧୀ ମାର୍ଗ ବୋଲି ନାମିତ କରାଯାଇଛି। ଏହି ମହାମାନବଙ୍କ ୧୫୦ତମ ଜୟନ୍ତୀରେ ସେଠାରେ ଫଳକ ଲଗାଯାଇଛି। ହେଲେ ଖୋଲା ଆକାଶ ତଳେ ବାଡି ଧରି ଛିଡା ହୋଇଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତି ଉପରେ ଛାତଟିଏ ପକାଇବାକୁ ଏଯାଏ ପ୍ରଶାସନ ସୌଭାଗ୍ୟର କଥା ବୋଲି ମନେକରିପାରି ନାହିଁ।


ପରାସ୍ତ କରିଥିଲେ ମହାରାଜା
ନିଜ ମାଟିର ସ୍ବାଭିମାନ ପାଇଁ ବ୍ରିଟିଶ ଶାସନକୁ ବିରୋଧ କରିଥିଲେ ଅନୁଗୋଳ ମହାରାଜା ସୋମନାଥ ସିଂହ ଜଗଦ୍ଦେବ। ଏଥିପାଇଁ ତାଙ୍କୁ ଯୁଦ୍ଧ ମଧ୍ୟ ଲଢ଼ିବାକୁ ପଡ଼ିଥିଲା। ଇଂରେଜ ସେନାର ସେ କେବଳ ସମ୍ମୁଖୀନ ହୋଇ ନ ଥିଲେ ବରଂ ୧୧ ଦିନ ଧରି ଲଢ଼େଇ କରି ସେ ସେମାନଙ୍କୁ ପରାସ୍ତ କରିଥିଲେ। ଏହି ଯୁଦ୍ଧରେ ରାଜାଙ୍କୁ ହରାଇବା ପାଇଁ ବ୍ରିଟିଶ ସରକାର ନାଗପୁରରୁ ସୈନ୍ୟବାହିନୀ ଆଣିଥିଲେ ବି ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ସ୍ବାଭିମାନ ପାଇଁ ମହାରାଜାଙ୍କ ଏହି ସଂଗ୍ରାମ ପରବର୍ତ୍ତୀ ସମୟରେ ବିଭିନ୍ନ ଆନ୍ଦୋଳନକୁ ପ୍ରତ୍ସୋହନ ଯୋଗାଇଥିଲା।
ବୀରଭୂମି କୋଶଳା
ଦେଶ ସ୍ବାଧୀନତା କଥା ଆସିଲେ ଆପେ ଆପେ ଚର୍ଚ୍ଚାକୁ ଚାଲିଆସେ ବୀରଭୂମି କୋଶଳା। ଛେଣ୍ଡିପଦାର ଏହି ଗ୍ରାମରେ ଥିବା ବହୁ ସଂଗ୍ରାମୀ ସେମାନଙ୍କ ସମ୍ପୂର୍ଣ୍ଣ ଜୀବନ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଗ୍ରାମର ଅନ୍ତର୍ଯ୍ୟାମୀ ପ୍ରଧାନ, ସର୍ବେଶ୍ୱର ପ୍ରଧାନ, ବିଶ୍ୱେଶ୍ୱର ପ୍ରଧାନ, ଗଣେଶ୍ୱର ସାହୁ, ରସାନନ୍ଦ ପ୍ରଧାନ, ଆନନ୍ଦ ଚନ୍ଦ୍ର ସାହୁ, ବୃନ୍ଦାବନ ସାହୁ, ଲୋକନାଥ ପ୍ରଧାନ, ବାଳକୃଷ୍ଣ ସେଠୀ, ହୃଷୀକେଶ ଗଡ଼ନାୟକ, ମକା ପ୍ରଧାନ, ବେଡ଼ା ସାହୁ, ଦିବାକର ପ୍ରଧାନ, ବୀରବର ପ୍ରଧାନ, ଗଣେଶ୍ୱର ସାହୁ ପ୍ରମୁଖ ପରାଧୀନତାର ଶୃଙ୍ଖଳ ଭାଙ୍ଗିବାକୁ ସେତେବେଳେ ବେଶ୍‌ ଉଦ୍ୟମ କରିଥିଲେ। ଆଇନ ଅମାନ୍ୟଠାରୁ ଭାରତଛାଡ଼ ଆନ୍ଦୋଳନ ଯାଏ ଗାନ୍ଧୀଜୀଙ୍କ ପ୍ରତିଟି ଆହ୍ବାନକୁ ସଂଗ୍ରାମ ରୂପରେ ତୋଳି ଧରିଥିଲେ ଏହି ବୀରଭୂମିର ସନ୍ତାନମାନେ। ବ୍ରିଟିଶ ସରକାରଙ୍କ ବିରୋଧରେ ଦୃଢ଼ଭାବେ ସ୍ବର ଉତ୍ତୋଳନ ଯୋଗୁ ଏହି ସଂଗ୍ରାମୀମାନଙ୍କୁ ସେତେବେଳେ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା। କିନ୍ତୁ ଏହି ବୀରଭୂମି ଆଜି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri