ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅର୍ଥମନ୍ତ୍ରୀ, ପରିବହନମନ୍ତ୍ରୀ: ପୁରୀ, ଗଞ୍ଜାମରେ ପତାକା ଉତ୍ତୋଳନ କରିବେ ଜିଲାପାଳ

ସୋନପୁର,୧୫।୮(ନି.ପ୍ର.): ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ପୁରୀରେ ଅର୍ଥମନ୍ତ୍ରୀ ପୂଜାରୀ ଓ ଗଞ୍ଜାମରେ ପରିବହନମନ୍ତ୍ରୀ ବେହେରା ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଶନିବାର ମୁଖ୍ୟଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏବେ ଏହି ୨ ସ୍ଥାନରେ ସ୍ଥାନୀୟ ଜିଲାପାଳ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟରୁ ଅର୍ଥମନ୍ତ୍ରୀ ଓ ପରିବହନମନ୍ତ୍ରୀ ଭିଡିଓ କନଫେରେନ୍ସିଂ ଜରିଆରେ ବୈଠକରେ ସାମିଲ ହୋଇଥିଲେ। ବର୍ତ୍ତମାନ ଜିଲାପାଳଙ୍କ କାର୍ଯ୍ୟାଳୟର ଭିଡିଓ କନଫେରେନ୍ସିଂର ଇନ୍‌ଚାର୍ଜଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହି ସଂକ୍ରମିତଙ୍କ ସଂସ୍ପର୍ଶରେ ୨ କ୍ୟାବିନେଟ୍‌ ମନ୍ତ୍ରୀ ଆସିଥିବାରୁ ସୁରକ୍ଷା ଦୃଷ୍ଟିରୁ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଗଲେ ୨ ଯୁବକ: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ଚୌଦ୍ୱାର,୧୨ା୧୦ (ଡି.ଏନ୍‌.ଏ): ଶନିବାର ଅପରାହ୍ନରେ ବିରୁପା ନଦୀ ବ୍ୟାରେଜ ନିକଟରେ ଗାଧୋଉଥିବାବେଳେ ୨ଜଣ ଯୁବକ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ...

‘ପୂଜା କଲେ ମାସ୍କ ଦରକାର ନାହିଁ’

କରୋନାରୁ ମୁକ୍ତି ପାଇବାକୁ ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ଏୟାରପୋର୍ଟରେ ପୂଜାର୍ଚ୍ଚନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ନେତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର...

ରାଜକୁମରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭବାନୀପାଟଣା/କୋକସରା, ୬ା୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗଡ଼ା ପଞ୍ଚାୟତ ଡୋଙ୍ଗରିପଡ଼ାର ରାଜକୁମର ବାଗ (୫୭)। ଗୋଡ଼ ଭାଙ୍ଗିଯିବା ପରେ ବିଛଣାରେ ପଡ଼ି ରହିଛନ୍ତି।...

ଖୋଲା ରହିବ ସବୁ ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ଖୋଲାରହିବ। ବ୍ୟାଙ୍କିଙ୍ଗ ସେବାରେ ଲୋକମାନଙ୍କୁ ଯେଭଳି କୌଣସି ଅସୁବିଧା ନ ଆସେ ସେ ଦିଗରେ...

ଅନୁମୋଦନରେ ବିଳମ୍ବ କରୁଛି ତାମଡ଼ା

ଅନୁଗୋଳ ଅଫିସ, ୨୯ା୮ ଜମି କିସମ ପରିବର୍ତ୍ତନ ପାଇଁ ଆସୁଥିବା ଫାଇଲ ପଡ଼ିରହୁଛି। ଏହାକୁ ମାସେ ମଧ୍ୟରେ ଅନୁମୋଦନ ଦେବାର ନିୟମ ରହିଥିଲେ ବି ତାହାକୁ...

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ିଗଲେ ସ୍ବାମୀ

ଭଦ୍ରକ ଅଫିସ,୨୭ା୨: ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ତ୍ରୀଙ୍କ ଚିତ୍କାର ଶୁଣି ବଞ୍ଚାଇବା ପାଇଁ ଆସି ସ୍ବାମୀ ନିଆଁରେ ପୋଡ଼ି...

ଛତ୍ରପୁର ଉପଖଣ୍ଡରେ ୮୩% ସୁସ୍ଥ

  ଛତ୍ରପୁର,୧୪ା୮(ଡି.ଏନ୍‌.ଏ.)- ଛତ୍ରପୁର ଉପଖଣ୍ଡରେ ଥିବା ୮ ବ୍ଲକ ଓ ୯ ସହରାଞ୍ଚଳରେ ଟେଷ୍ଟ ତୁଳନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଜୁଲାଇ ୨୩ରୁ...

ସହରକୁ ଜଳଯୋଗାଣ ବନ୍ଦ : ଜନସ୍ବାସ୍ଥ୍ୟ ବିଭାଗ ବେଫିକର

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉ ନ ଥିବାବେଳେ ଏବେ ୩ଦିନ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ...

Advertisement


Archives

Model This Week